ETV Bharat / city

Ratha Yatra 2022: ରଥଯାତ୍ରା ନେଇ ଦଇତାପତି ନିଯୋଗର ପ୍ରଶିକ୍ଷଣ ଶିବିର

author img

By

Published : May 16, 2022, 9:45 AM IST

ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଦଇତାପତି ନିଯୋଗର ଆଜି ପ୍ରଶିକ୍ଷଣ ଶିବିର ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ଅଧିକ ପଢନ୍ତୁ

ରଥଯାତ୍ରା ନେଇ ଦଇତାପତି ନିଯୋଗର ପ୍ରଶିକ୍ଷଣ ଶିବିର

ପୁରୀ: ରଥଯାତ୍ରା ନେଇ ଦଇତାପତି ନିଯୋଗର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସଠାରେ ଏହା ଆରମ୍ଭ ହୋଇଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବରେ ବରିଷ୍ଠ ଦଇତାପତି କାଶିନାଥ ଦାସ ମହାପାତ୍ର, ହରିହର ଦାସ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ଗଙ୍ଗାଧର ଦାସ ମହାପାତ୍ର, ଦ୍ବାରିକା ଦାସ ମହାପାତ୍ର ଓ ହଳଧର ଦାସ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି ସ୍ବର୍ଗତ ପ୍ରେମାନନ୍ଦ ଦାସ ମହାପାତ୍ର ଓ ସ୍ବର୍ଗତ ବାଉରୀବନ୍ଧୁ ଦାସ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ତାଙ୍କ ପୁତ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଆଗକୁ ପବିତ୍ର ସ୍ନାନଯାତ୍ରା ଓ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଆସୁଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବା ପୂଜା କିଭଳି ସୁରୁଖୁରୁରେ କରାଯିବ ଓ ଭକ୍ତ ମାନଙ୍କୁ ଉତ୍ତମ ବ୍ୟବହାର କରାଯିବ ସେନେଇ ବରିଷ୍ଠ ମାନେ ଯୁବ ଦଇତାପତିମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

ଦେଶର ବିଭିନ୍ନ ମନ୍ଦିର ଅପେକ୍ଷା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନୀତି କାନ୍ତି ଓ ସେବା ପୂଜା ସମ୍ପୂର୍ଣ୍ଣ ନିଆରା ହୋଇଥିବାରୁ ଯୁବ ଦଇତାପତି ମାନେ ମହାପ୍ରଭୁଙ୍କ କାର୍ଯ୍ୟ କିଭଳି ଉତ୍ସର୍ଗୀକୃତ ଭାବେ କରିବେ ସେନେଇ ମଧ୍ୟ ବରିଷ୍ଠ ଦଇତାପତି ମାନେ ପ୍ରଶିକ୍ଷଣ ଦେଇଥିଲେ । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ଓ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଦଇତାପତି ନିଯୋଗର ସହାୟତା ଲୋଡିଛନ୍ତି ଜିଲ୍ଲାପାଳ । ସେପଟେ ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେବ ବୋଲି କହିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.