ETV Bharat / city

ପୁରୀ ହାଜତ ମୃତ୍ୟୁ; ମୃତକ ପରିବାରକୁ 1 କୋଟି କ୍ଷତିପୂରଣ ଦାବି କଲା ବିଜେପି - ପୁରୀ ହାଜତ ମୃତ୍ୟୁ 1 କୋଟି କ୍ଷତିପୂରଣ ଦାବି କଲା ବିଜେପି

ପୁରୀ ହାଜତ ମୃତ୍ୟୁ ପ୍ରସଙ୍ଗ । ଏସପିଙ୍କ ନିଲମ୍ବନ ଓ ମୃତକଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦାବି କଲା ବିଜେପି । ପୁରୀ ବାସେଳି ସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।

bjp-protest-on-puri-sp-office
bjp-protest-on-puri-sp-office
author img

By

Published : Nov 19, 2020, 9:51 PM IST

Updated : Nov 20, 2020, 4:38 PM IST

ପୁରୀ: ପୁରୀ ହାଜତ ମୃତ୍ୟୁ ପ୍ରସଙ୍ଗ । ଏସପିଙ୍କ ନିଲମ୍ବନ ଓ ମୃତକଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦାବି କଲା ବିଜେପି । ପୁରୀ ବାସେଳି ସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ପୋଲିସକୁ କଡା ସମାଲୋଚନା କରାଯାଇଛି । ଶୁକ୍ରବାର ବିଜେପି ପକ୍ଷରୁ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବିରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି।

ପୁରୀ ହାଜତ ମୃତ୍ୟୁ; ମୃତକ ପରିବାରକୁ 1 କୋଟି କ୍ଷତିପୂରଣ ଦାବି କଲା ବିଜେପି

ମୃତ କେ.ରମେଶଙ୍କୁ ଯେଭଳି ପୋଲିସ ଅତି ଅମାନୁଷିକ ଭାବେ ମାଡ଼ ମାରି ହତ୍ୟା କରିଛି ସେ ନେଇ ପୁରୀ ଏସପି ଙ୍କ ନିଲମ୍ବନ ଦାବି କରିଛି ବିଜେପି । ସେହିପରି ମୃତକଙ୍କ ପରିବାର ଲୋକଙ୍କୁ ଏକ କୋଟି ଟଙ୍କା କ୍ଷତିପୂରଣ ରାଶି ଦେବାକୁ ବିଜେପି ଦାବି କରିଛି । ଏହି ପ୍ରସଙ୍ଗରେ ଭୁବନେଶ୍ୱରରୁ ବିଜେପିର ଏକ ଟିମ ଆସି ପୁରୀ ଏସପି ଅଫିସ ଘେରାଉରେ ସାମିଲ ହୋଇଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର, ପୁରୀର ବିଜେପି ବିଧାୟକ ଜୟନ୍ତୀ ଷଡଙ୍ଗୀ ଆଦି ପ୍ରମୂଖ ନେତା ଏହି ଧାରଣାରେ ସାମିଲ ହୋଇ ଥିଲେ ।

ପୋଲିସ ଲୋକଙ୍କ ସୁରକ୍ଷା ପାଇଁ ଦାୟିତ୍ୱ ନେଇ ଥିବା ବେଳେ ହାଜତରେ ଅଭିଯୁକ୍ତକୁ ପିଟି ପିଟି ମାରିବା ପୋଲିସର ବର୍ବରଚିତ ପଣିଆ ପୁଣି ପଦାରେ ପଡିଥିବା ରାଜ୍ୟ ବିଜେପି ଅଭିଯୋଗ କରିଛି । ତେବେ ଅଗାମୀ ବିଧାନସଭା ଅଧିବେଶନରେ ଏହି ହାଜତ ମୃତ୍ୟୁ ପ୍ରସଙ୍ଗକୁ ବିଜେପି ସରକାରଙ୍କୁ ଘେରିବ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 20, 2020, 4:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.