ETV Bharat / city

କୋଭିଡ କଟକଣା, ରବିବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ଶ୍ରୀମନ୍ଦିର ପାଇଁ ଜାରି ହେଲା ନୂତନ ଏସଓପି। ରବିବାରକୁ ଛାଡ଼ି ପ୍ରତିଦିନ ଖୋଲା ରହିବ ମନ୍ଦିର। ପ୍ରତି ରବିବାର ସମ୍ପୂର୍ଣ୍ଣ ସାନିଟାଇଜ ହେବ ମନ୍ଦିର। ସପ୍ତାହରେ ଦୁଇଥର ମନ୍ଦିରକୁ ରାତିରେ କରାଯିବ ସାନିଟାଇଜ। କଡ଼ାକଡ଼ି ପାଳନ ହେବ କୋଭିଡ ନିୟମ । ଅଧିକ ପଢନ୍ତୁ...

author img

By

Published : Apr 4, 2021, 10:03 AM IST

କୋଭିଡ କଟକଣା, ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଜି ରବିବାର ଥିବାରୁ ଏହି ନିୟମ ଲାଗୁ ହୋଇଛି। ଏଣୁ ଭକ୍ତଙ୍କ ବିନା ଆଜି ଶ୍ରୀମନ୍ଦିର ଖାଁ ଖାଁ ରହିଛି। କେଵଳ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ସେବାୟତ ମାନେ ଶ୍ରୀମନ୍ଦିରରେ ରହିଛନ୍ତି। ଏବେ କୋରୋନାର ଦ୍ୱିତୀୟ ଲହର ଓଡିଶାକୁ ଆସିବା ପରେ ଏହା ଚିନ୍ତାଜନକ ବିଷୟ ପାଲଟିଛି ।

ସେଥିପାଇଁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତମାନେ ମାସ୍କ ବାଧ୍ୟତାମୂଳକ ଭାବେ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ଓ ଅନ୍ୟାନ୍ୟ ଏସଓପି ପାଳନ କରିବାକୁ ଗତ ମାର୍ଚ୍ଚ 23 ତାରିଖରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତି ହୋଇଥିଲା ।

ଏହା ସହ ପୂର୍ବ ପରି ଶ୍ରୀମନ୍ଦିର ବାହାର ଓ ଭିତର ବିଶୋଧନ ପାଇଁ ସପ୍ତାହକୁ ଗୋଟିଏ ଦିନ ଦର୍ଶନ ବନ୍ଦ କରାଯାଇ ସାନିଟାଇଜ କରିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ସେହି ପ୍ରସ୍ତାବକୁ ବିଚାର କରି ପ୍ରତି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି ।

ରବିବାର ହେତୁ ଶ୍ରୀମନ୍ଦିର ଭିତର ଓ ବାହାର ଅଂଚଳକୁ ସାନିଟାଇଜ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ସେପଟେ ରବିବାର ଦର୍ଶନ ବନ୍ଦକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଛି। କେତେକ ଭକ୍ତ ଓ ସେବାୟତ ପ୍ରଶାସନର ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ କେତେକ ନାପସନ୍ଦ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.