ETV Bharat / city

ବଢୁଛି କୋରୋନା, କେତେ ପ୍ରସ୍ତୁତ ପୁରୀ ? - ମହାମାରୀ କୋରୋନା

ପୁରୀ ଜିଲ୍ଲାରେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରୁଛି ଜିଲ୍ଲା ପ୍ରଶାସନ । ପୁରୀରେ ଏବେ ଦୁଇଟି ରହିଛି ଡେଡ଼ିକେଟେଡ଼ କୋଭିଡ ହସ୍ପିଟାଲ । ଅଧିକ ପଢନ୍ତୁ...

ବଢୁଛି କୋରୋନା, କେତେ ପ୍ରସ୍ତୁ ପୁରୀ ?
ବଢୁଛି କୋରୋନା, କେତେ ପ୍ରସ୍ତୁ ପୁରୀ ?
author img

By

Published : May 16, 2021, 8:05 PM IST

ପୁରୀ: ଦେଶରେ କମୁଛି, ହେଲେ ରାଜ୍ୟରେ ଥମୁନି କୋରୋନା ସଂକ୍ରମଣ । ଜୀବନ ଅସ୍ତବ୍ୟସ୍ତ କରି ଦେଲାଣି କୋରୋନାର ଦ୍ବିତୀୟ ଲହର । ରାଜ୍ୟରେ ମୋଟ 26ଟି କୋଭିଡ ସେଣ୍ଟର ଥିବା ବେଳେ 7ଟି ରହିଛି ହେଲ୍‌ଥ ସେଣ୍ଟର । ତଥାପି କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏହାର ସଂଖ୍ୟା ବଢାଇବାର ରିହିଛି ଆବଶ୍ୟକତା । ଏପଟେ ପୁରୀ ଜିଲ୍ଲାରେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରୁଛି ଜିଲ୍ଲା ପ୍ରଶାସନ । ପୁରୀରେ ଏବେ ଦୁଇଟି ରହିଛି ଡେଡ଼ିକେଟେଡ଼ କୋଭିଡ ହସ୍ପିଟାଲ । ଗୋଟିଏ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଅନ୍ୟଟି ଆଇଡିଏଚ ହସ୍ପିଟାଲ । ଏହି ଦୁଇଟି ହସ୍ପିଟାଲରେ 190 ଟି ବେଡ଼ ଥିବା ବେଳେ 15 ଟି ରହିଛି icu । ସେହିପରି ସମ ହସ୍ପିଟାଲ ତତ୍ବାବଧାନରେ ପୁରୀରେ ଥିବା ଜଗନ୍ନାଥ ମେଡ଼ିକାଲ କଲେଜକୁ କୋଭିଡ ହସ୍ପିଟାଲରେ କରାଯାଇଛି ରୂପାନ୍ତରିତ । ସେଠାରେ 90 ବେଡ଼ ସମେତ 20 icu ବେଡ଼ ଓ 40 ଟି ସେମି icu ବେଡ଼ର ହୋଇଛି ବ୍ୟବସ୍ଥା । ମେ ମାସ ତୃତୀୟ ସପ୍ତାହରୁ ଏହି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ହେବ କାର୍ଯ୍ୟକ୍ଷମ । ତେବେ ପ୍ରଶାସନର ଏଭଳି ବ୍ୟବସ୍ଥାକୁ ବୁଦ୍ଧିଜୀବୀ ସ୍ବାଗତ କରିଥିଲେ ମଧ୍ୟ ଆଵଶ୍ୟକ ସଂଖ୍ୟକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ନିୟୋଜିତ କଲେ ହିଁ ଏହି ସବୁ ଯୋଜନା ସଫଳ ହେବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ବଢୁଛି କୋରୋନା, କେତେ ପ୍ରସ୍ତୁ ପୁରୀ ?
ପୁରୀ ଜିଲ୍ଲାରେ କୋଭିଡ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର କିଭଳି ବ୍ୟବସ୍ଥା ଓ ପ୍ରସ୍ତୁତି ରହିଛି ସେ ନେଇ ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାରେ ମୋଟ 11 ବ୍ଲକ ଓ 4ଟି nac ରେ ଥିବା କୋଭିଡ କେୟାର ସେଣ୍ଟର ଗୁଡିକରେ 1200 ବେଡ଼ ବ୍ୟବସ୍ଥା ରହିଛି । ଏଥିରେ 130 ଟି ଅକ୍ସିଜେନ ବେଡ଼ ଥିବାବେଳେ 15 ଟି ରହିଛି icu । ଏପଟେ ସମ ହସ୍ପିଟାଲ ପକ୍ଷରୁ ହେଉଥିବା କୋଭିଡ ହସ୍ପିଟାଲରେ 150 ବେଡ଼ ରହିବ । ଏବେ ସୁଦ୍ଧା 50 ପ୍ରତିଶତ ବେଡ଼ ଖାଲି ରହିଛି । ତେବେ ସ୍ଥିତିକୁ ଦେଖି ଆଗାମୀ ଦିନରେ ଆହୁରି ବେଡ଼ ସଂଖା ବଢ଼ାଯିବ ବୋଲି କହିଛନ୍ତି ପୁରୀ ଜିଲାପାଳ ।ଗତ ମାର୍ଚ୍ଚ 2020 ରୁ ଚଳିତ 2021 ମେ ମାସ ଦିତୀୟ ସପ୍ତାହ ସୁଦ୍ଧା ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖା 21 ହଜାର ଟପିଥିବା ବେଳେ 130 ଜଣଙ୍କର ହୋଇଛି ମୃତ୍ୟୁ । ମେ ଦିତୀୟ ସପ୍ତାହ ସୁଦ୍ଧା ଜିଲ୍ଲାରେ 3694 କୋଭିଡ ପଜିଟିଭ ହୋଇଛନ୍ତି । ଜିଲ୍ଲାରେ ଦିନକୁ ଦିନ କୋଭିଡ ସଂକ୍ରମଣ ବ୍ୟାପକ ହେଉଥିବା ବେଳେ ତାକୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରସ୍ତୁତିକୁ ଆହୁରି ଜୋରଦାର କାରିବାକୁ ମତ ପ୍ରକାଶ ପାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.