ETV Bharat / city

କୋଭିଡ ଜାଲରେ ପୁରୀ ପୋଲିସ, ବିଗିଡିବ ଆଇନ ଶୃଙ୍ଖଳା ବ୍ୟବସ୍ଥା !

author img

By

Published : Oct 9, 2020, 8:41 PM IST

Updated : Oct 10, 2020, 5:18 PM IST

କୋଭିଡ ଜାଲରେ ଏକଦମ ପଡିଯାଇଛି ପୁରୀ ପୋଲିସ । ଜିଲ୍ଲାର ଏକାଧିକ ଥାନା ଅଧିକାରୀ ଓ ଶତାଧିକ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ । ସ୍ଥିତି ଏମିତି ହେଲାଣି ଯେ, ଥାନାରେ କର୍ମଚାରୀଙ୍କ ସଂଖ୍ୟା କମିବାରେ ଲାଗିଛି । ଅଧିକ ପଢନ୍ତୁ...

puri police
puri police

ପୁରୀ: ଆଗାମୀ ଦିନରେ ପୁରୀ ଜିଲ୍ଲା ତଥା ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା କିଭଳି ରହିବ ସେ ନେଇ ପୋଲିସର ଚିନ୍ତା ବଢ଼ିଛି। ପୁରୀ ଏସପି ଅଖିଳେଶ୍ବର ସିଂଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ୯ ଜଣ ଥାନା ଅଧିକାରୀ ସଂକ୍ରମିତ ହୋଇ ସାରିଥିବା ବେଳେ ୨୦୦ ପୁଲିସ କର୍ମଚାରୀ ଏବେ କୋରୋନା କବଳରେ । ସେହିପରି ଏହି ମହାମାରୀ ୨ ଜଣଙ୍କ ଜୀବନ ମଧ୍ୟ ନେଇ ସାରିଛି। ଅନେକ ଥାନା ଅଧିକାରୀଙ୍କ ସମେତ କର୍ମଚାରୀ ମାନେ ସଙ୍ଗରୋଧରେ ଥିବାରୁ ଥାନା ପ୍ରାୟ ଅଚଳ ଅବସ୍ଥାରେ । ଏଭଳି କ୍ଷେତ୍ରରେ ପୋଲିସ ପାଇଁ ଅଗାମୀ ଦିନରେ ମାନବ ସମ୍ବଳ ଅଭାବ ରହିଲେ କିଭଳି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରହିବ ସେ ନେଇ ପୁରୀ ପୋଲିସକୁ ଘାରିଛି ଚିନ୍ତା ।

କୋଭିଡ ଜାଲରେ ପୁରୀ ପୋଲିସ, ବିଗିଡିବ ଆଇନ ଶୃଙ୍ଖଳା ବ୍ୟବସ୍ଥା !

ଜିଲ୍ଲାରେ ପୋଲିସର ୪ ଟି ଡ଼ିଭିଜନ ଯଥା- ପୁରୀ ସିଟି ଡ଼ିଭିଜନ, ସଦର ଡ଼ିଭିଜନ, ପିପିଲି ଓ ନିମାପଡ଼ା ଡ଼ିଭିଜନ ରହିଛି । ଏହି ୪ ଟି ଡ଼ିଭିଜନରେ ମୋଟ ୨୯ ଟି ଥାନା ରହିଛି । ସେପଟେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ ଅନେକ ସମୟରେ କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଛନ୍ତି ପୋଲିସ ଅଧିକାରୀ । ଫଳରେ ପ୍ରତିଦିନ ଥାନା ଅଧିକାରୀଙ୍କ ସମେତ କର୍ମଚାରୀ ମାନେ ସଂକ୍ରମିତ ହେଉଛନ୍ତି । ଏଭଳି ହେଲେ ଆଗାମୀ ଦିନରେ ପରିସ୍ଥିତି ଜଟିଳ ହେବା ସୁନିଶ୍ଚିତ । ପୋଲିସ କର୍ମଚାରୀଙ୍କ ବିନା ଆଇନ ଶୃଙ୍ଖଳା ବାଧାପ୍ରାପ୍ତ ହେବା ସହ ଜନସାଧାରଣ ନ୍ୟାୟ ପାଇବାରୁ ବଞ୍ଚିତ ହେବେ । ଏଣୁ ପୋଲିସ ଏଭଳି ତରିକା ଆପଣାଇବା ଆବଶ୍ୟକ ଅଛି, ଯାହାଦ୍ବାରା କୋଭିଡ଼ କବଳରୁ ସମାଜକୁ ରକ୍ଷା କରିବା ସହ ନିଜେ ସୁରକ୍ଷିତ ରହିପାରିବ ।
କୋଭିଡ଼ ଭୂତାଣୁ ସଂକ୍ରମଣ ଯୋଗୁଁ ପୁରୀ ଜିଲ୍ଲାରେ ଦିନକୁ ନିନ ବିଭିନ୍ନ ସରକାରୀ ଅଧିକାରୀ, କର୍ମଚାରୀ ଆକ୍ରାନ୍ତ ହେଉଥିବା ବେଳେ ପ୍ରଶାସନିକ ସେବା ମଧ୍ୟ ବାଧାପ୍ରାପ୍ତ ହୋଇପଡିଛି । ତେବେ ପୋଲିସ ଭଳି ଏକ ଗୁରୁତ୍ବପୂର୍ଣ୍ଣ ସେବା କୋଭିଡ଼ ଯୋଗୁଁ ଠପ ହୋଇ ପଡ଼ିଲେ ଅବସ୍ଥା ସାଂଘାତିକ ହେବାର ସମ୍ଭାବନା ସୁନିଶ୍ଚିତ ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 10, 2020, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.