ETV Bharat / city

120 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଉଦଘାଟନ - 120 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଉଦଘାଟନ

ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ କୋଭିଡ କେୟାର ସେଣ୍ଟର ଉଦଘାଟିତ । ଏହି କୋଭିଡ କେୟାର ସେଣ୍ଟରରେ ରହିଛି ୧୨୦ ଶଯ୍ୟା । ଅଧିକ ପଢନ୍ତୁ...

covid-care-center-inaugurated-in-puri
120 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଉଦଘାଟନ
author img

By

Published : May 12, 2021, 5:23 PM IST

ପୁରୀ: ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ କୋଭିଡ କେୟାର ସେଣ୍ଟର ଉଦଘାଟିତ । ଏହି କୋଭିଡ କେୟାର ସେଣ୍ଟରରେ ରହିଛି ୧୨୦ ଶଯ୍ୟା । ଆଜି(ବୁଧବାର) ସରକାରୀ ମହିଳା ମହାବିଦ୍ୟାଳୟର ଏହି କୋଭିଡ କେୟାର ସେଣ୍ଟରକୁ ଉଦଘାଟନ କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଖୁବ୍ ଶୀଘ୍ର ଏହି କୋଭିଡ କେୟାର ସେଣ୍ଟରରେ ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ।

120 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଉଦଘାଟନ

କେବଳ ଏତିକି ନୁହେଁ ଅକ୍ସିଜେନ ପାଇପଲାଇନ ମାଧ୍ୟମରେ ଏହି କୋଭିଡ କେୟାର ସେଣ୍ଟର ଶଯ୍ୟା ଗୁଡିକୁ ମଧ୍ୟ ଅକ୍ସିଜେନ ଯୋଗାଣର ବ୍ୟବସ୍ଥା ହୋଇଛି । ଏହି କୋଭିଡ କେୟାର ସେଣ୍ଟରରେ ୪ ଜଣ ଡାକ୍ତର, ୬ ଜଣ ଫାର୍ମାସିଷ୍ଟ ନିୟୋଜିତ ହୋଇଛନ୍ତି । ୨ଟି ଆମ୍ବୁଲାନ୍ସ ମଧ୍ୟ ରଖାଯାଇଛି । ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରାଯାଇପାରିବ ।

ଉଦଘାଟନୀ ଉତ୍ସବରେ ସିଡ଼ିଏମଓ ଡାକ୍ତର ସୁଜାତା ମିଶ୍ର ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.