ETV Bharat / city

କୋରୋନା ସତର୍କତା, ସମୁଦ୍ର ପଥ ଉପରେ କଡା ନଜର - puri corona news

ସମୁଦ୍ର ପଥ ଉପରେ କଡା ନଜର । ସମୁଦ୍ରପଥରେ କେହି ଜିଲ୍ଲାରେ ପ୍ରବେଶ କରିପାରିବେ ନାହିଁ । ଅଧକ ପଢନ୍ତୁ...

Corona caution, close eye on the  sea
ସମୁଦ୍ର ପଥ ଉପରେ କଡା ନଜର
author img

By

Published : Apr 21, 2020, 8:31 PM IST

ପୁରୀ: ପୁରୀ ଜିଲ୍ଲାରେ ସମୁଦ୍ର ଉପକୂଳ 140 କିଲୋମିଟର ରହିଛି। ଏହି ରାସ୍ତା ଦେଇ ରାଜ୍ୟ ବାହାରୁ କୌଣସି ଲୋକ ଯେଭଳି ପୁରୀ ଜିଲ୍ଲାରେ ପ୍ରବେଶ ନ କରନ୍ତି ସେ ନେଇ ପୁରୀ ଜିଲା ପ୍ରଶାସନ ସତର୍କ ହୋଇଛି। କାରଣ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶରୁ କିଛି ବ୍ୟକ୍ତି ବୋଟରେ ସମୁଦ୍ର ଦେଇ ଗଞ୍ଜାମ ଜିଲାକୁ ପ୍ରବେଶ କରିଥିଲେ।

ସମୁଦ୍ର ପଥ ଉପରେ କଡା ନଜର

ଏଣୁ କୋରୋନା ବ୍ୟାପିକା ଆଶଙ୍କାକୁ ଦେଖି ମତ୍ସ୍ୟ ବିଭାଗ ଓ ମେରାଇନ ପୋଲିସକୁ ସତର୍କ କରାଯାଇଛି। ଏହି ବିଭାଗର ଅଧିକାରୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବିଙ୍କ ସମ୍ପର୍କ ରଖି ଏହି କାର୍ଯ୍ୟ କରିବେ। ସେହିପରି କୌଣସି ବ୍ୟକ୍ତି ଯଦି ସମୁଦ୍ର ପଟେ ଆସୁଛନ୍ତି ତୁରନ୍ତ ଖବର ଦେବାକୁ ମତ୍ସ୍ୟଜୀବିଙ୍କୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଅନୁରୋଧ କରିଛନ୍ତି।

ସେହିପରି ଏପ୍ରିଲ 14 ରୁ ଜୁନ 14 ଯାଏ ଗଭୀର ସମୁଦ୍ରକୁ ମାଛ ମାରି ଯିବାକୁ କଟକଣା ରହିଛି। କେବଳ ଦେଶୀ ଛୋଟ ଡଙ୍ଗାରେ ମତ୍ସ୍ୟଜୀବି ସମୁଦ୍ରକୂଳରୁ ଅଳ୍ପ ଭିତରେ ମାଛ ମାରି ପାରିବେ। ଏହି ନିୟମ ଉଲ୍ଲଂଘନ କଲେ ଡଙ୍ଗା ଜବତ ସହ କାର୍ଯ୍ୟନୁଷ୍ଠାନ ହେବ ବୋଲିପୁରୀ ଜିଲାପାଳ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.