ETV Bharat / city

ପୁରୀରେ ଚିହ୍ନଟ କୋରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ

author img

By

Published : May 15, 2020, 5:56 PM IST

ପୁରୀରୁ ଆଉ 10 କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ସମସ୍ତଙ୍କର କଣ୍ଟାଟ ଟ୍ରେସିଂ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସମସ୍ତ ନୂଆ ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ସୂଚନା ।

ପୁରୀରେ ଚିହ୍ନଟ କୋରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ
ପୁରୀରେ ଚିହ୍ନଟ କୋରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ

ପୁରୀ: ରାଜ୍ୟରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁରୀରେ ପୁଣି 10 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ 10 ଆକ୍ରାନ୍ତ କଣାସ ବ୍ଲକରେ ଥିବା କ୍ବାରେଣ୍ଟିନ ସେଣ୍ଟରରେ ସମସ୍ତେ ରହୁଥିଲେ। ତେବେ ଏମାନେ ସମସ୍ତେ ସୁରଟରୁ ଆସିଥିବା ସରକାର ସୂଚନା ଦେଇଛନ୍ତି ।

ପୁରୀରୁ କୋରୋନା ପଜିଟିଭି ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଅବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ବିଶେଷ କରି ଏହି ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଯେଉଁ ତଥ୍ୟ ଆସିବ ସେହି ଅନୁଯାୟୀ ଆକ୍ରାନ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କର ମଧ୍ୟ କୋରୋନା ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ତେବେ ଏହି 10 ଜଣ ସୁରଟ ଫେରନ୍ତା ପଜିଟିଭଙ୍କୁ ଭୁବନେଶ୍ବରରେ ଥିବା କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.