ପୁରୀ:ଆସନ୍ତା ବର୍ଷ ଅର୍ଥାତ 2021 ଅଗଷ୍ଟ ମାସ ସୁଦ୍ଧା ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ନିର୍ମାଣକାରୀ ସଂସ୍ଥାକୁ କାମ ସାରିବାକୁ ଜିଲ୍ଲାପାଳ ବଲୱନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି ।


ଶୁକ୍ରବାର ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମୀକ୍ଷା କରି ଜିଲ୍ଲାପାଳ ନିର୍ମାଣକାରୀ ସଂସ୍ଥା ୱାପକ୍ସକୁ ଏପରି ଲକ୍ଷ୍ୟ ଦେଇଛନ୍ତି । ପୁରୀର ପେଣ୍ଠକଟାରେ ପ୍ରାୟ 13 ଏକର ପରିମିତ ଅଞ୍ଚଳରେ ଏହି ଷ୍ଟାଡିୟମ ହେଉଛି । କ୍ରିକେଟ ଷ୍ଟାଡିୟମ, ଇନଡୋର ଷ୍ଟାଡିୟମ, ଦର୍ଶକ ଗ୍ୟାଲେରୀ, ସୁମିଂପୁଲ, କୁସ୍ତି, ଜିମ୍ନାଷ୍ଟିକ୍, ଖୋଖୋ, କବାଡି, ବାସ୍କେଟବଲ କୋର୍ଟ ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଛି ।
ତେବେ ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଆନୁଷଙ୍ଗିକ କ୍ରିଡା ସାମଗ୍ରୀ ଉପଲବ୍ଧ ହେବ । ଏହାଫଳରେ ଜିଲ୍ଲାରେ ପ୍ରତିଭାବାନ କ୍ରିଡାବିତ ମାନେ ସୃଷ୍ଟି ହେବେ ବୋଲି ଆଶା କରାଯାଉଛି । ତେବେ ଏହି ନିର୍ମାଣ କାର୍ଯ୍ୟ ସମୀକ୍ଷା ସମୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ, ଜିଲ୍ଲା କ୍ରିଡାଧିକାରୀ ଓ ୱାପକ୍ସର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ