ETV Bharat / city

ବଗଲା ଧର୍ମଶାଳା ଜମି ବିକ୍ରି ନେଇ କଂଗ୍ରେସର ପ୍ରତିବାଦ - puri news

ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗକୁ ନେଇ ବଢୁଛି ବିରୋଧ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ , ସତ୍ୟ ପ୍ରକାଶ ନାୟକଙ୍କ ସମେତ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବଗଲା ଧର୍ମଶାଳା ସମ୍ମୁଖରେ ଧରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ବଗଲା ଧର୍ମଶାଳା ଜମି ବିକ୍ରି ନେଇ କଂଗ୍ରେସର ପ୍ରତିବାଦ

author img

By

Published : Aug 25, 2020, 6:10 PM IST

ପୁରୀ: ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗକୁ ନେଇ ବଢୁଛି ବିରୋଧ ।ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୁରୀରେ କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ସଭା ବଗଲା ଧର୍ମଶାଳା ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ , ସତ୍ୟ ପ୍ରକାଶ ନାୟକଙ୍କ ସମେତ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଆଜି ଏହି ଧରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

ବଗଲା ଧର୍ମଶାଳା ଜମି ବିକ୍ରି ନେଇ କଂଗ୍ରେସର ପ୍ରତିବାଦ

ପୁରୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଯେଭଳି ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ଜମି ଲଜ ମାଲିକଙ୍କ ଥଇଥାନ ପାଇଁ ବିକ୍ରି କରିଛନ୍ତି ସେ ନେଇ କଂଗ୍ରେସ ପକ୍ଷରୁ କଡା ସମାଲୋଚନା କରାଯାଇଥିଲା । ଯେତେବେଳେ ପୁରୀକୁ ହେରିଟେଜ ସିଟି ଭାବେ ଗଢି ତୋଳିବା ପାଇଁ ଅନେକ ମଠ ଉଚ୍ଛେଦ କରାଯାଇଥିଲା, ସେତେବେଳେ କଂଗ୍ରେସ ଏହାକୁ ସମର୍ଥନ କରିଥିଲା । ହେଲେ ସରକାର ହେରିଟେଜ ସିଟି ଗଢିବା ନାଁରେ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ଜମି ବିକ୍ରି କରିବା ଘଟଣାକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି । ସରକାରଙ୍କ ଏଭଳି କାର୍ଯ୍ୟକୁ କଂଗ୍ରେସ ଆଦୌ ସମର୍ଥନ କରିବ ନାହିଁ । ଯଦି ଆଗକୁ ସରକାର ବଗଲା ଜମି ବିକ୍ରି ରଦ୍ଦ କରି ଭକ୍ତଙ୍କ ରହିବା ପାଇଁ ବ୍ୟବସ୍ଥା ନକରନ୍ତି ତେବେ କଂଗ୍ରେସ ବଡ଼ ଧରଣର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.