ETV Bharat / city

ଆସିଲା ରଥଯାତ୍ରା ନୀତିନିର୍ଘଣ୍ଟ ତାଲିକା, ସୋମବାର ରାତି 9ରୁ ପୁରୀ ସଟଡାଉନ - shutdown in Puri

ରଥଯାତ୍ରା ପାଇଁ ପୁରୀ ଜିଲ୍ଲାକୁ ସୋମବାର ରାତି 9ଟାରୁ ବୁଧବାର ଦିନ 2ଟା ଯାଏଁ ସଟଡାଉନ ଘୋଷଣା କରାଯାଇଛି । ଅନ୍ୟପକ୍ଷେ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ନୀତିନିର୍ଘଣ୍ଟର ତାଲିକା । ଅଧିକ ପଢନ୍ତୁ...

ଆସିଲା ରଥଯାତ୍ରା ନୀତିନିର୍ଘଣ୍ଟ ତାଲିକା, ରବିବାର ରାତି 9ରୁ ପୁରୀ ସଟଡାଉନ

author img

By

Published : Jun 22, 2020, 7:45 PM IST

Updated : Jun 22, 2020, 8:51 PM IST

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ରଥଯାତ୍ରା । ତେବେ ରଥଯାତ୍ରାକୁ ସୁପ୍ରିମକୋର୍ଟରୁ ଅନୁମତି ମିଳିବା ପରେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି ପ୍ରକ୍ରିୟା । ରଥଯାତ୍ରା ପାଇଁ ପୁରୀ ଜିଲ୍ଲାକୁ ସୋମବାର ରାତି 9ଟାରୁ ବୁଧବାର ଦିନ 2ଟା ଯାଏଁ ସଟଡାଉନ ଘୋଷଣା କରାଯାଇଛି । ଏହି ସଟଡାଉନ କର୍ଫ୍ୟୁ ଭଳି କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ଡିଜିପି । ଏହି ସମୟରେ ପୁରୀ ଜିଲ୍ଲାକୁ କୌଣସି ବାହାର ଲୋକ ଯିବେନାହିଁ ବୋଲି ନିର୍ଦ୍ଦେଶ ରହିଛି । ସେହିପରି ରଥଯାତ୍ରା ପାଇଁ 75 ପ୍ଲାଟୁନ ପୋଲିସ ମୁତୟନ ହେବେ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

ଆସିଲା ରଥଯାତ୍ରା ନୀତିନିର୍ଘଣ୍ଟ ତାଲିକା, ରବିବାର ରାତି 9ରୁ ପୁରୀ ସଟଡାଉନ
ଆସିଲା ରଥଯାତ୍ରା ନୀତିନିର୍ଘଣ୍ଟ ତାଲିକା, ରବିବାର ରାତି 9ରୁ ପୁରୀ ସଟଡାଉନ

ଅନ୍ୟପକ୍ଷେ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟର ତାଲିକା ପ୍ରକାଶ କରାଯାଇଛି । ମଙ୍ଗଳବାର ଭୋର 3ଟାରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ ହେବାକୁ ଥିବାବେଳେ 3ଟା 15ରେ ମଇଲମ, 3ଟା 30ରେ ତଡପଲାଗି ପରେ ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଆଦି ନୀତି କରାଯିବ । ସେହିପରି ସକାଳ 6ଟା 45ରେ ମଙ୍ଗଳାର୍ପଣ ପରେ ସାକାଳ 7ଟାରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ଆରମ୍ଭ ହେବ ।

ଦିନ 11ଟା 30ରୁ 12ଟା 15 ମଧ୍ୟରେ ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥୀ ଲାଗି ହେବ । ଏହାପରେ ମଧ୍ୟାହ୍ନ 12ଟାରେ ରଥଟଣା ଆରମ୍ଭ ହେବା ନେଇ ଏହି ନିତୀନିର୍ଘଣ୍ଟ କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 22, 2020, 8:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.