ETV Bharat / city

Shreemandir Parikrama Plan: ଚମକିବ ଶ୍ରୀମନ୍ଦିର, ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ - shreemandira news

ଆଜି(ବୁଧବାର) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର(shrimandir parikrama plan) ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମହାଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ଚମକିବ ଶ୍ରୀମନ୍ଦିର ପରିକ୍ରମା, ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Nov 24, 2021, 7:27 AM IST

Updated : Nov 24, 2021, 2:23 PM IST

ପୁରୀ: ଚମକିବ ଶ୍ରୀମନ୍ଦିର । ନୈସର୍ଗିକ ଅନୂଭୁତି ସାଉଁଟିବେ ଶ୍ରଦ୍ଧାଳୁ । ଆଜି(ବୁଧବାର) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର(shrimandir parikrama plan) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik) । ଏହା ସହ ମହାଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଚମକିବ ଶ୍ରୀମନ୍ଦିର, ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସବୁଜ ବଳୟ ସହତ ସୌନ୍ଦ୍ୟର୍ଯ୍ୟକରଣ କରାଯିବ । ଭକ୍ତଙ୍କ ପରିକ୍ରମା ନିମନ୍ତେ ବାହରେ ଓ ଭିତରେ ପ୍ରଦିକ୍ଷଣ ପଥ ରହିବ । ଚାରିପାଖରେ ଥିବା ମଠ ଓ ମନ୍ଦିରର ପୁନଃବିକାଶ କରାଯିବ । ରଥଯାତ୍ରା ଓ ଅନ୍ୟାନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ବତନ୍ତ୍ର ପ୍ରଦିକ୍ଷଣ ପଥ, ଭକ୍ତଙ୍କ ସାମଗ୍ରୀ ରଖିବା ନିମନ୍ତେ ଗୃହ, ସମସ୍ତ ଦ୍ବାରରେ ସୂଚନା ଓ ଦାନ କେନ୍ଦ୍ର, ତୀର୍ଥଯାତ୍ରୀଙ୍କ ପାଇଁ ଆରକ୍ଷୀ ସେବା କେନ୍ଦ୍ର, ପାନୀୟଜଣ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଶୌଚାଳୟ ଏବଂ ଏଟିଏମ୍ ସୁବିଧା, ଶ୍ରୀନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟ ପୁନର୍ବିନ୍ୟାସ, ୬୦୦୦ ଭକ୍ତଙ୍କ ସୁବିଧା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ, ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ବରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ହେବାର ଯୋଜନା ରହିଛି ।

ପୁରୀକୁ ବିଶ୍ବର ଐତିହ୍ୟ ନଗରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ସଫଳ ହେବାକୁ ଯାଉଛି । ଶ୍ରୀମନ୍ଦିରରେ ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୩ ଅତିରିକ୍ତ ଏସପି, ୧୦ଜଣ ଡିଏସପି, ୪୦ ଜଣ ଇନ୍ସପେକ୍ଟର ଓ ୧୦୦ରୁ ଅଧିକ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ଅଛନ୍ତି । କିଛି ସମୟ ପାଇଁ ବଡଦାଣ୍ଡକୁ ନୋ ମ୍ୟାନ ଲ୍ୟାଣ୍ଡରେ ପରିଣତ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ଯେପରି ବାଧାପ୍ରପ୍ତ ନ ହୁଏ ସେ ବ୍ୟବସ୍ଥା ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 24, 2021, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.