ETV Bharat / city

ତୈଳ-ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ବିରୋଧ - ସିଟୁ ପକ୍ଷରୁ ବିକ୍ଷୋଭ

ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ବିରୋଧ । ପୁରୀରେ ସିଟୁ ପକ୍ଷରୁ କରାଗଲା ଆନ୍ଦୋଳନ । ଅଧିକ ପଢନ୍ତୁ...

citu protest in puri for oil price
ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ବିରୋଧ
author img

By

Published : Mar 10, 2021, 7:24 PM IST

ପୁରୀ : ଦେଶରେ ଦିନକୁ ଦିନ ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ହେବାରେ ଲାଗିଛି । ଏହାକୁ ବିରୋଧ କରି ଶ୍ରମିକ ସଂଗଠନ ସିଟୁ ପକ୍ଷରୁ ପୁରୀ ମେଡିକାଲ ଛକସ୍ଥିତ ଖୁଣ୍ଟିଆ ପେଟ୍ରୋଲ ଟାଙ୍କି ନିକଟରେ ବିକ୍ଷୋଭ ପ୍ରର୍ଦଶନ କରାଯାଇଛି । ମୋଦି ସରକାର ସମୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ଅହେତୁକ ବୃଦ୍ଧି ହୋଇଛି । 2014ରେ ମୋଦି କ୍ଷମତାକୁ ଆସିଲା ପୂର୍ବରୁ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା 110 ଡଲାର ଥିଲାବେଳେ ଦେଶରେ ପେଟ୍ରୋଲ 61 ଟଙ୍କା ଥିଲା । ଆଜିକା ଦିନରେ ବ୍ୟାରେଲ ପିଛା 60ଡଲାର ଅଛି । କିନ୍ତୁ ପେଟ୍ରୋଲ 91, ଡିଜେଲ 86 ଟଙ୍କା ରହିଛି । କେନ୍ଦ୍ର ସରକାର ତୈଳ ଉପରେ ଉତ୍ପାଦ ଶୁଳ୍କ ଲିଟରକୁ 31ଟଙ୍କା ନେବା ଓ ରାଜ୍ୟ ସରକାର ଭାଟ ବାବଦକୁ 27 ଟଙ୍କା ନେବା ଯୋଗୁଁ ତୈଳ ଦର ବୃଦ୍ଧି ପାଇଛି ।

ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ବିରୋଧ

ଏକ ଦେଶ ଏକ ଟିକସ ବ୍ୟବସ୍ଥା ଲାଗୁ ହୋଇଛି । ଅଥଚ ତୈଳରେ ମୋଦି ସରକାର ଜିଏସଟି ଲାଗୁ କରୁନାହାନ୍ତି । ଅନ୍ତର୍ଜାତିକ ବଜାରରେ ତେଲ ଦରକୁ ଭିତ୍ତି କରି ସେଥିରେ 28 ପ୍ରତିଶତ ଯଦି ଜିଏସଟି ଲାଗୁ ହୁଏ ତେବେ ଦେଶରେ 42ଟଙ୍କାରେ ପେଟ୍ରୋଲ ଡିଜେଲ ମିଳିବ । ଗ୍ୟାସ ଦର 400ଟଙ୍କାରୁ ବୃଦ୍ଧି ପାଇ 820ଟଙ୍କାରେ ପହଞ୍ଚିଛି ବୋଲି ସିଟୁ ପକ୍ଷରୁ କୁହାଯାଇଛି। ସେହିପରି ତେଲ ଦର ବଢିବାରୁ ଜିନିଷ ପତ୍ରର ଦର ହୁ ହୁ ହୋଇ ବଢୁଛି । ଫଳରେ ଲୋକେ ହନ୍ତସନ୍ତ ହୋଇଛନ୍ତି । ଏହା ବିରୁଦ୍ଧରେ ତେଲରେ ଜିଏସଟି ଲାଗୁ ଦାବି କରିଥିଲେ ଆନ୍ଦୋଳନକାରୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.