ETV Bharat / city

ଆଜି ଶ୍ରୀଜିଉଙ୍କ ଚିତାଲାଗି ନୀତି, 4 ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରାବଣ ମାସ ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ 4 ଘଣ୍ଟା ବନ୍ଦ ରହିବ ଦର୍ଶନ । ଅଧିକ ପଢନ୍ତୁ

author img

By

Published : Jul 28, 2022, 6:59 AM IST

ଆଜି ଶ୍ରୀଜିଉଙ୍କ ଚିତାଲାଗି ନୀତି
ଆଜି ଶ୍ରୀଜିଉଙ୍କ ଚିତାଲାଗି ନୀତି

ପୁରୀ: ଆଜି ଶ୍ରାବଣ ମାସ ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ଭୋଗ ମଣ୍ଡପ ଶେଷ ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ 2ଟାରୁ ସନ୍ଧ୍ୟା 6ଟା ଯାଏଁ 4 ଘଣ୍ଟା ପର୍ଯ୍ୟନ୍ତ ଜଗା ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଶ୍ରୀଜିଉଙ୍କ ମଥାରେ ଲାଗୁଥିବା ରତ୍ନଚିତାକୁ ନେଇ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ପାଳନ କରାଯାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଠାକୁରଙ୍କ ମଥାରେ ପଞ୍ଚରତ୍ନରେ ନିର୍ମିତ ରତ୍ନଚିତା ଲାଗି ହୋଇଥାଏ । ଯାହାକୁ ମହାପ୍ରଭୁ ଅଣସର ଘରେ ଥିବା ସମୟରେ କାଢି ଦିଆଯାଇଥାଏ । ରଥଯାତ୍ରା ଶେଷ କରି ଶ୍ରୀଜିଉ ଶ୍ରୀମନ୍ଦିରକୁ ବାହୁଡିଛନ୍ତି । ଆଜି ପୁଣିଥରେ ସେହି ରତ୍ନଚିତାକୁ ଶ୍ରୀଜିଉଙ୍କ ମଥାରେ ଲଗାଯିବ । ଚତୁର୍ଦ୍ଧାବିଗ୍ରହଙ୍କ ସ୍ବତନ୍ତ୍ର ନୀତିକାନ୍ତି ପରେ ପ୍ରଥମ ଭୋଗମଣ୍ଡପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହି ଚିତାଲାଗି ନୀତି ଅନୁଷ୍ଠିତ ହେବ ।

ପତିମହାପାତ୍ର ସେବକ ରତ୍ନଚିତାକୁ ଶ୍ରୀଅଙ୍ଗରେ ଲାଗି କରିବେ । ସ୍ନାନପୂର୍ଣ୍ଣିମାରେ ତିନିଠାକୁର ଅଣସରକୁ ବିଜେ ସମୟରେ ଏହାକୁ କଢା ଯାଇଥିଲା । ଭୋଗ ମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.