ETV Bharat / city

ପୁରୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

author img

By

Published : Aug 26, 2021, 1:32 PM IST

ପୁରୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ନିର୍ମାଣଧୀନ ହବିଷ୍ୟାଳି ବିଲ୍ଡିଂ ବୁଲି ତଦାରଖ କରିବା ସହ ଶ୍ରୀମନ୍ଦିର ଉନ୍ନତିକରଣ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ । ଅଧିକ ପଢନ୍ତୁ...

ପୁରୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ: ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଆଜି(ଗୁରୁବାର) ପୁରୀ ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି l ଶ୍ରୀମନ୍ଦିରରେ କିଭଳି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇପାରିବ ସେନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ସେବାୟତଙ୍କୁ ସମସ୍ୟା ବାବଦରେ ପଚାରି ବୁଝିଛନ୍ତି।

ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ, ହବିଷ୍ୟାଳି ଭବନ ବୁଲି ଦେଖିଛନ୍ତି l ସେଠାରେ ଚାଲିଥିବା କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି l ଏହାପରେ ସ୍ୱର୍ଗଦ୍ୱାର ଯାଇ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି l ଶ୍ରୀମନ୍ଦିର ହେରିଟେଜ ପ୍ରକଳ୍ପ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବ l କେନ୍ଦ୍ର ସଂସ୍କୃତି ବିଭାଗର ଅନୁମତି ଆବଶ୍ୟକ ଥିବାରୁ ପୂର୍ତ୍ତ ସଚିବ ଏନେଇ ବିଭାଗକୁ ଅବଗତ କରିଥିବା ମୂଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।

ସେହିପରି ନବ ନିର୍ମିତ ହବିଷ୍ୟାଳି ବିଲ୍ଡିଂରେ କାର୍ତ୍ତିକ ମାସରେ ହବିଷ୍ୟାଳି ରହିବା ପରେ ଅନ୍ୟ ସମୟରେ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତମାନେ କିପରି ସ୍ୱଳ୍ପ ମୂଲ୍ୟରେ ସେଠାରେ ରହିବେ ସେନେଇ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.