ETV Bharat / city

ରଥ ନିର୍ମାଣରେ ଥିବା ସେବାୟତଙ୍କର ହେବ କୋଭିଡ ଟେଷ୍ଟ - covid test

ରଥ ନିର୍ମାଣରେ ଥିବା ସେବାୟତଙ୍କର ହେବ କୋଭିଡ୍‌ ଟେଷ୍ଟ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସହିତ ଏକ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ।

covid test
ରଥ ନିର୍ମାଣରେ ଥିବା ସେବାୟତଙ୍କର ହେବ କୋଭିଡ ଟେଷ୍ଟ
author img

By

Published : May 12, 2020, 11:22 PM IST

ପୁରୀ: ରଥ ନିର୍ମାଣରେ ଥିବା ସେବାୟତଙ୍କର ହେବ କୋଭିଡ୍‌ ଟେଷ୍ଟ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସହିତ ଏକ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ।

ରଥ ନିର୍ମାଣରେ ଥିବା ସେବାୟତଙ୍କର ହେବ କୋଭିଡ ଟେଷ୍ଟ

ଏହି ବୈଠକରେ ଅଗାମୀ ଦିନରେ ସ୍ନାନଯାତ୍ରା ଓ ରଥଯାତ୍ରା କିଭଳି ସୁରୁଖୁରୁରେ କୋଭିଡ 19 ଗାଇଡ ଲାଇନ ଅନୁଯାୟୀ ହୋଇପାରିବ ସେନେଇ ଆଲୋଚନା ହୋଇଛି। ଏହାସହ ରଥ ନିର୍ମାଣରେ ଲାଗିଥିବା ସମସ୍ତ ବିଶ୍ବକର୍ମା, ଭୋଇ ସେବକ, କରତି ସେବକ, ରୂପକାର ସେବକ ମାନଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି କୁହାଯାଇଛି ।

ବୁଧବାର ଠାରୁ ସେମାନଙ୍କର କୋଭିଡ ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ ହେବ। ଅନ୍ୟପଟେ ସ୍ନାନ ଯାତ୍ରା ଓ ରଥଯାତ୍ରାରେ ସାମାଜିକ ଦୂରତ୍ବ ଉପରେ ଆଲୋଚନା ହୋଇଥିଲା। ତେବେ ଦଇତାପତିଙ୍କ ମୋଟ 80 ଟି ପରିବାର ସ୍ନାନ ଯାତ୍ରା ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ପରିବାର ସଦସ୍ୟମାନେ କିଭଳି ସଙ୍ଗରୋଧ ଭଳି ଘରେ ରହି ପାରିବେ, ମାସ୍କ ବ୍ୟବହାର କରିବେ ସେନେଇ ମଧ୍ୟ ଆଲୋଚନା ହୋଇଛି।

ସେହିପରି ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଦ୍ବାରା ଦଇତାପତିଙ୍କ ପ୍ରତ୍ୟେକ ପରିବାରର ସଦସ୍ୟଙ୍କୁ ଏନେଇ ସଚେତନ କରାଯିବ। ତେବେ ଏନେଇ ଚୂଡାନ୍ତ ନିଷ୍ପତ୍ତି ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.