ETV Bharat / city

ଶ୍ରୀମନ୍ଦିର ଭିତରେ ହେବ ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା ନୀତି - shree mandira

ଶ୍ରୀମନ୍ଦିରରେ ଆଗାମୀ ପୂଜାବିଧି ନେଇ ଆଲୋଚନା ହୋଇଥିଲା। ଅନେକ ଆଲୋଚନା ପରେ ଚନ୍ଦନ ଯାତ୍ରା ନେଇ ନିଷ୍କର୍ସ ବାହାରିଥିଲା। ମନ୍ଦିର ବାହାରେ ନହେଲେ ଭିତରେ ହେଉ। ବିଧି ରକ୍ଷା ହେଉ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି।

shree mandira
ଶ୍ରୀମନ୍ଦିର ଭିତରେ ହେବ ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା ନୀତି
author img

By

Published : Apr 25, 2020, 7:56 AM IST

Updated : Apr 25, 2020, 12:31 PM IST

ପୁରୀ: ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା। ସେହିପରି ଚନ୍ଦନ ଯାତ୍ରା ବି ଶ୍ରୀମନ୍ଦିର ପରିସରରେ ହେବ। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ଗଜପତି ସୂଚନା ଦେଇଛନ୍ତି। ବିଧି ରକ୍ଷା ହେଉ ବୋଲି ଗୋବର୍ଦ୍ଧନ ମଠର ପୀଠାଧିଶ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି।

ଆସନ୍ତା ୨୬ ତାରିଖଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଲକ ଡାଉନ ଚାଲି ଥିବାରୁ ସବୁ ଧର୍ମାନୁଷ୍ଠାନ ର କାର୍ଯ୍ୟକ୍ରମ ବନ୍ଦ କରାଯାଇଛି। ତେବେ ଏହି କଟକଣା ଭିତରେ କିଭଳି ଅକ୍ଷୟ ତୃତୀୟା ରେ ଚନ୍ଦନଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ହେବ ସେ ନେଇ ଦ୍ଵନ୍ଦ ଉପୁଜିଥିଲା। ଏହି ପରୀପ୍ରେକ୍ଷୀରେ ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି ଓ ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନା କରିଥିଲେ।

ଶ୍ରୀମନ୍ଦିର ଭିତରେ ହେବ ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା ନୀତି

ଶ୍ରୀମନ୍ଦିରରେ ଆଗାମୀ ପୂଜାବିଧି ନେଇ ଆଲୋଚନା ହୋଇଥିଲା। ଅନେକ ଆଲୋଚନା ପରେ ଚନ୍ଦନ ଯାତ୍ରା ନେଇ ନିଷ୍କର୍ସ ବାହାରିଥିଲା। ମନ୍ଦିର ବାହାରେ ନହେଲେ ଭିତରେ ହେଉ। ବିଧି ରକ୍ଷା ହେଉ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି।

ମେଘନାଦ ପାଚେରୀ ଭିତରେ ଚନ୍ଦନ ଯାତ୍ରା ବିଧି ଓ ନୀତିକାନ୍ତି ପାଳନ କରାଯିବ ବୋଲି ସେ ପରାମର୍ଶ ଦେଇଥିବା ମହାରାଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ମେ ୩ ପର୍ଯ୍ୟନ୍ତ କୌଣସି ବାହାର ଯାତ୍ରା ହୋଇପାରିବନି। ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଯୋଗୁଁ କିଭଳି ରଥଯାତ୍ରାର ଆୟୋଜନ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ରଥଯାତ୍ରା ଜୁନ ମାସରେ ଥିବାରୁ ଲକ ଡାଉନ ଉଠିବା ପରେ ଯାହା କିଛି ଆଲୋଚନା ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଗଜପତି ସୂଚନା ଦେଇଛନ୍ତି। ସରକାରଙ୍କ କୋଭିଡ୍-୧୯ ଗାଇଡ୍ ଲାଇନ୍ ମାନି ନୀତିକାନ୍ତି ହେବ।

ଲକ୍ ଡାଉନ୍ ନିୟମ ମାନି କିପରି ରଥଯାତ୍ରା ହେବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ, ଆମେ ମାନିବୁ ବୋଲି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି। ଆମେ ରଥ ଗଢ଼ା ହେବା ପାଇଁ ଚାହୁଁଛୁ, ରଥଯାତ୍ରା ହେଉ ବୋଲି ଗଜପତି କହିଥିଲେ।

ମେ ୩ ଯାଏଁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ସବୁ ନୀତିକାନ୍ତି ହେବ। ଶ୍ରୀମନ୍ଦିରର କେଉଁଠି, କିପରି ନୀତି ହେବ ଆଜି ସକାଳେ ସେବକ ମାନଙ୍କ ସହ ଆଲୋଚନା ହେବ ବୋଲି ସେ କହିଛନ୍ତି । ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଯୋଗୁଁ କିଭଳି ରଥଯାତ୍ରାର ଆୟୋଜନ କରାଯିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ତେବେ ସାରା ବିଶ୍ୱରେ କରୋନା ଭୟ ଲାଗି ରହିଥିବାବେଳେ ବିଶ୍ୱକର୍ତ୍ତା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଯେପରି ବନ୍ଦ ନ ହୁଏ, ସେଥିଲାଗି ଛତିଶାନିଯୋଗ ପକ୍ଷରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ କେତେକ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Apr 25, 2020, 12:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.