ETV Bharat / city

ବିଧାୟକ ଉମାକାନ୍ତ ସାମନ୍ତରାୟ ନିର୍ବାଚନ ଆଚରଣ ଉଲଘଂନ ଘଟଣା, ଥାନାରେ ଏତଲା - ଉମାକାନ୍ତ ସାମନ୍ତରାୟଙ୍କ ନାମରେ ଏତଲା

ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ନିର୍ବାଚନ ଆଚରଣ ବିଧି ଉଲଘଂନ ନେଇ ସତ୍ୟବାଦୀ ଥାନାରେ ଏତଲା । ଘଟଣା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଅଧିକ ପଢନ୍ତୁ

ବିଧାୟକ ଉମାକାନ୍ତ ସାମନ୍ତରାୟ ନିର୍ବାଚନ ଆଚରଣ ଉଲଘଂନ ଘଟଣା

author img

By

Published : Jan 20, 2022, 10:56 AM IST

ପୁରୀ: ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ନିର୍ବାଚନ ଆଚରଣ ବିଧି ଉଲଘଂନ ନେଇ ସତ୍ୟବାଦୀ ଥାନାରେ ଏତଲା । ଘଟଣା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ବିଧାୟକ ଉମାକାନ୍ତ ସାମନ୍ତରାୟ କୋଭିଡ କଟକଣାକୁ ଫୁ କରି କଣାସରେ ଏକ ଦଳୀୟ ସଭା କରିବା ନେଇ ଅଭିଯୋଗ ପରେ ଏହି ଏତଲା ଦାୟର ହୋଇଛି ।

ବିଧାୟକ ଉମାକାନ୍ତ ସାମନ୍ତରାୟ ନିର୍ବାଚନ ଆଚରଣ ଉଲଘଂନ ଘଟଣା

ଏହି ଘଟଣାର ତଦନ୍ତ ପରେ ନିର୍ବାଚନ ଆଚରଣ ବିଧି ଉଲଘଂନ ହୋଇଥିବା ପ୍ରମାଣ ଆସିଲେ ନିର୍ବାଚନ ଆଚରଣ ବିଧି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । କଣାସ ବ୍ଳକ ବିଜିପୁର ପଞ୍ଚାୟତ ବିଧାୟକ ଉମାକାନ୍ତ ସାମନ୍ତ ରାୟ ଏକ ଦଳୀୟ ସଭାରେ ମହାପ୍ରସାଦ ହାତରେ ଛୁଆଁଇ ଦଳରେ ରହିବା ପାଇଁ କର୍ମୀଙ୍କୁ ଶପଥ କରାଉଥିବା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । କୋଭିଡ଼ କଟକଣା ସମୟରେ ବିଧାୟକ ଉମାକାନ୍ତ ସାମନ୍ତରାୟ ଖୋଲାଖୋଲି ନିୟମ ଉଲଘଂନ କରିବା ଜଣାପଡିବା ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି। ସେପଟେ ପୁରୀ ଜିଲ୍ଲାପାଳଙ୍କ କହିବା କଥା ପଞ୍ଚାୟତ ନିର୍ବାଚନରେ କୋଭିଡ କଟକଣା କୁ ଅଧିକ ଗୁରୁତ୍ଵ ଦିଆଯାଉଛି। ଏହି ନିୟମ ଯେ କେହିବି ଉଲଘଂନ କରିବା ନଜରକୁ ଆସିବ ପ୍ରଶାସନ ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ପଞ୍ଚାତୟ ନିର୍ବାଚନ ନେଇ ଗାଁମାନଙ୍କରେ ରାଜନୀତି ସରଗରମ ରହିଛି । ବିଭିନ୍ନ ଦଳୀୟ କର୍ମୀଙ୍କ ଦଳଡିଆଁ ପର୍ବ ଜାରି ରହିଛି । କଟକଣା ପରେ ବିଧାୟକ ଜଣଙ୍କ ଏପରି କାର୍ଯ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.