ETV Bharat / city

ଆଜ୍ଞାମାଳ ପରେ ରଥ କାଠ ଚିରଟ ଆରମ୍ଭ

author img

By

Published : Apr 10, 2022, 2:01 PM IST

ଆଜି ପବିତ୍ର ରାମନବମୀ । ଏହି ଅବସରରେ ଆଜି (ରବିବାର) ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରଥକାଠ ଚିରଟ ଅନୁକୂଳ ହୋଇଛି । ଅଧିକ ପଢନ୍ତୁ

ଆଜିଠୁ ରଥ କାଠ ଚିରଟ ଅନୁକୂଳ
ଆଜିଠୁ ରଥ କାଠ ଚିରଟ ଅନୁକୂଳ

ପୁରୀ: ଆଜି ପବିତ୍ର ରାମନବମୀ । ଏହି ଅବସରରେ ଆଜି (ରବିବାର) ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରଥକାଠ ଚିରଟ ଅନୁକୂଳ ହୋଇଛି । ରଥ ନିର୍ମାଣ ପରମ୍ପରା ଅନୁସାରେ ପବିତ୍ର ରାମନବମୀରେ ଅଜ୍ଞାମାଳ ପହଞ୍ଚିବା ପରେ କାଠ ଚିରଟର ଶୁଭାରମ୍ଭ ହୋଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମାଳ ମାହାର୍ଦ୍ଦ୍ୟ ନେଇ କଟକ ଯାତ୍ରା କରିଥିଲେ । ଖପୁରିଆ ସ୍ଥିତ କରତକଳରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଅନୁକୂଳ ହୋଇଛି ।

ଆଜିଠୁ ରଥ କାଠ ଚିରଟ ଅନୁକୂଳ

ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମାଳ, ତୁଳସୀ , ମହାପ୍ରସାଦ ଆଦି ବିଭିନ୍ନ ପୂଜା ସାମଗ୍ରୀ ଯାଇଥାଏ । ଏହା କଟକରେ ପହଞ୍ଚିବା ପରେ ପ୍ରଥମେ କାଠ ପୂଜା ହେବା ପରେ ରଥ କାଠ ଚିରଟ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ ପୁରୀରୁ ଏଥିପାଇଁ କଟକକୁ ଯାଇଥିଲେ । ପରମ୍ପରା ଅନୁଯାୟୀ ଆସନ୍ତା ଅକ୍ଷୟ ତୃତୀୟା ଠାରୁ ନୀତି ରଥର ନିର୍ମାଣ କାର୍ଯ୍ୟ ରଥଖଳାରେ ଆରମ୍ଭ ହେବ ।

ସ୍ବରସ୍ବତୀ ପୂଜା ଦିନ ବଡଦାଣ୍ଡରେ ରଥକାଠ ଅନୁକୂଳ ପୂର୍ବରୁ ପ୍ରଥମ ଦିନରେ 63 ଖଣ୍ଡ କାଠ ଆସିଥିଲା । ଏହାପରେ 34 ଖଣ୍ଡ କାଠ ବଡଦାଣ୍ଡ ରଥଖଳାକୁ ଆସିଥିଲା । ଇତି ମଧ୍ୟରେ ଖପୁରିଆ ସ୍ଥିତ କରତ କଳକୁ 24 ଖଣ୍ଡ କାଠ ପହଞ୍ଚି ସାରିଛି । ଆବଶ୍ୟକ କାଠ ପର୍ଯ୍ୟାୟ କ୍ରମେ ପହଞ୍ଚିବ ବୋଲି ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.