ETV Bharat / city

ଜୁଲାଇ ପହିଲାରେ ରଥଯାତ୍ରା, ୧୦ରେ ମହାପ୍ରଭଙ୍କୁ ସୁନାବେଶ - ଜୁଲାଇ ୧ରେ ରଥଯାତ୍ରା

ଆସନ୍ତା ଜୁନ ୧୪ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଜ୍ବରରୁ ସୁସ୍ଥ ହେବା ପରେ ଜୁଲାଇ ୧ରେ ଅନୁଷ୍ଠିତ ହେବ ରଥଯାତ୍ରା ଏବଂ ୯ ତାରିଖରେ ଶ୍ରୀମନ୍ଦିର ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି । ଜାଣନ୍ତୁ ଶ୍ରୀମନ୍ଦିରର କେବେ କେଉଁ ଯାନିଯାତ୍ରା

ଜୁଲାଇ ପହିଲାରେ ରଥଯାତ୍ରା, ୧୦ରେ ମହାପ୍ରଭଙ୍କୁ ସୁନାବେଶ

author img

By

Published : Jan 28, 2022, 11:47 AM IST

ପୁରୀ: ଶ୍ରୀମନ୍ଦିର ପାଞ୍ଜି ସମନ୍ଵୟ ବୈଠକରେ ୨୦୨୨-୨୩ ବର୍ଷର ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ତାଲିକା ଅନୁଯାୟୀ, ଆସନ୍ତା ମେ ମାସ ୩ ତାରିଖରେ ଅକ୍ଷୟ ତୃତୀୟ ପଡୁଛି। ଏହି ଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବ । ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ମଧ୍ୟ ଏହି ଦିନଠାରୁ ଚାଲିବ । ମେ ମାସ ୨୨ ତାରିଖରେ ଭଉଁରୀ ପରେ ଜୁନ୍‌ ୧୪ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ୧୦୮ ଗରା ସୁବାସିତ ଜଳରେ ସ୍ନାନ ଯୋଗୁଁ ଜ୍ବର ପୀଡିତ ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୧ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା ।

ଜୁଲାଇ ପହିଲାରେ ରଥଯାତ୍ରା, ୧୦ରେ ମହାପ୍ରଭଙ୍କୁ ସୁନାବେଶ
ଜୁଲାଇ ପହିଲାରେ ରଥଯାତ୍ରା, ୧୦ରେ ମହାପ୍ରଭଙ୍କୁ ସୁନାବେଶ

ଏପ୍ରିଲ ୪ରେ ଦୟଣାଚୋରି ନୀତି, ଏପ୍ରିଲ ୧୫ରୁ ସାହିଯାତ, ମେ ୧୪ରେ ନୃସିଂହ ଜନ୍ମ, ମେ ୩୦ରେ ସାବିତ୍ରୀ ଅମାବାସ୍ୟା, ଜୁନ ୫ରେ ଶୀତଳ ଷଷ୍ଠୀ, ଜୁନ୍‌ ୧୦ରେ ରାଜେନ୍ଦ୍ରାଭିଷେକ ନୀତି, ୧୧ରେ ଋକ୍ମିଣୀହରଣ ଏକାଦଶୀ, ବିବାହ ମହୋତ୍ସବ ଓ ଜଳକ୍ରୀଡ଼ା, ୧୨ରେ ଚମ୍ପକ ଦ୍ଵାଦଶୀ ଓ ଦଇତାପତି ପ୍ରବେଶ ନୀତି, ୧୩ରେ ସେନାପଟା ଲାଗି, ଜୁନ୍ ୨୩ରେ ଚକାବିଜେ ନୀତି ପରେ ୨୭ ତାରିଖ ପର୍ଯ୍ୟନ୍ତ ଅନବସର ନୀତି ଚାଲିବ । ଜୁନ୍‌ ୨୯ରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ ।

ଜୁନ୍ ୩୦ରେ ରଥ ଆଜ୍ଞାମାଳ ବିଜେ ଓ ଉଭାଯାତ୍ରା ନୀତି ଅନୁଷ୍ଠିତ ହେବ । ଜୁଲାଇ ୧ରେ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ହେବ । ଜୁଲାଇ ୫ରେ ହେରାପଞ୍ଚମୀ, ୮ରେ ସନ୍ଧ୍ୟାଦର୍ଶନ, ୯ରେ ବାହୁଡ଼ା ଯାତ୍ରା, ୧୦ରେ ସୁନାବେଶ ଓ ହରିଶୟନ ଏକାଦଶୀ, ୧୧ରେ ଅଧରପଣା ଓ ଗରୁଡ଼ ଶୟନ ନୀତି, ୧୨ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ଜୁଲାଇ ୧୭ରେ ଦକ୍ଷିଣାୟନ ସଂକ୍ରାନ୍ତି, ୨୪ରେ କାମଦା ଏକାଦଶୀ, ୨୮ରେ ଚିତାଲାଗି ଅମାବାସ୍ୟା, ଅଗଷ୍ଟ ୬ରେ ବାଡ଼ି ନୃସିଂହ ବିଜେ ନୀତି, ୧୩ରେ ଝୁଲଣ ଯାତ୍ରା, ୧୬ରେ ରାହୁରେଖା ଲାଗି, ୧୮ରେ ଶ୍ରୀକୃଷ୍ଣ ଜନ୍ମନୀତି ସଙ୍ଗେ ସଙ୍ଗେ ଏହା ପରଠାରୁ ମହାପ୍ରଭୁଙ୍କ ବିଭିନ୍ନ ବେଶ ଆରମ୍ଭ ସହ ୩୧ରେ ଗଣେଶ ଚତୁର୍ଥୀ ପାଳିତ ହେବ।

ଅକ୍ଟୋବର ୫ରେ ଦଶହରା ଓ ଆୟୁଧ ପୂଜା, ଅକ୍ଟୋବର ୬ରେ ରାଧାଦାମୋଦର ବେଶ ଆରମ୍ଭ, ୯ରେ କୁମାର ପୂର୍ଣ୍ଣିମା, ନଭେମ୍ବର ୨ରେ ଅଁଳା ନବମୀ, 3ରେ ରାଧା ଦାମୋଦର ବେଶ, ନଭେମ୍ବର ୪ରେ ହରିଉତ୍‌ଥାପନ ନୀତି ଓ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ୫ରେ ବାଙ୍କଚୁଳ ବେଶ ଓ ଗରୁଡ଼ ଉତ୍‌ଥାପନ ନୀତି, ୬ରେ ଡାଳିକିଆ ବେଶ, ୭ରେ ଲକ୍ଷ୍ମୀ-ନୃସିଂହ ବେଶ ଏବଂ ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶରେ ଦର୍ଶନ ଦେବେ ଦାରୁବ୍ରହ୍ମ । ୧୬ରେ ପ୍ରଥମାଷ୍ଟମୀ, ୨୨ରୁ ଦେବ ଦୀପାବଳି, ୨୯ରେ ଓଢ଼ଣୀ ଷଷ୍ଠୀ, ଡିସେମ୍ବର ୭ରେ ପଣ୍ଡୁନୃସିଂହ ବିଜେ, ୧୬ରେ ଧନୁ ସଂକ୍ରାନ୍ତି ଓ ପହିଲିଭୋଗ ନୀତି ଆରମ୍ଭ, ୨୩ରେ ବକୁଳ ଅମାବାସ୍ୟା ନୀତି ଅନୁଷ୍ଠିତ ହେବ ।

୨୦୨୩ ମସିହା ଜାନୁଆରି ୧ରେ ଶାମ୍ବ ଦଶମୀ, ୬ରେ ପୁଷ୍ୟାଭିଷେକ ପୂର୍ଣ୍ଣିମା, ୧୨ରେ ଦୁଧମେଲାଣି ନୀତି, ୧୩ରେ ନବାଙ୍କ ବେଶ, ୧୪ରେ ମକର ସଂକ୍ରାନ୍ତି, ୨୫ରେ ଶ୍ରୀଜିଉଙ୍କ ପଦ୍ମବେଶ, ୨୬ରେ ବସନ୍ତ ପଞ୍ଚମୀ ଓ ରଥକାଠ ଅନୁକୂଳ ପୂଜା, ଫେବୃଆରୀ ୫ରେ ଗଜ ଉଦ୍ଧାରଣ ବେଶ, ୧୩ରେ କୁମ୍ଭ ସଂକ୍ରାନ୍ତି, ୧୬ରେ ପଙ୍କୋଦ୍ଧାର ଏକାଦଶୀ, ୧୮ରେ ମହାଶିବରାତ୍ରୀ, ମାର୍ଚ୍ଚ ୨ରେ ଫଗୁ ଦଶମୀ ଓ ଦୋଳଯାତ୍ରା ଆରମ୍ଭ, ୭ରେ ଦୋଳପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ରାଜାଧିରାଜ ବେଶ, ୮ରେ ହୋଲି ଏବଂ ୩୦ରେ ଶ୍ରୀରାମ ନବମୀ ଆଦି ଅନୁଷ୍ଠିତ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.