ETV Bharat / city

‘ବୁଲବୁଲ’ ପ୍ରଭାବ: ମୁକାବିଲା ପାଇଁ ପୁରୀ ପ୍ରଶାସନ ପ୍ରସ୍ତୁତ - cyclone bulbul update

ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପଡିପାରେ 'ବୁଲବୁଲ' ର ପ୍ରଭାବ । ଏହା ଯୋଗୁଁ ଆକାଶ ମେଘାଚ୍ଛନ ରହିବ । ଅନ୍ୟପଟେ ଏହି ସମୟରେ ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ସେପଟେ ଏହି ସାମୁଦ୍ରିକ ଝଡର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ 80 ଜଣ ଲାଇଫ ଗାର୍ଡଙ୍କୁ ନିୟୋଜିତ କରାଯାଇଛି । ବର୍ତ୍ତମାନ ପୁରୀ ବେଳାଭୂମିର ସ୍ଥିତି କିପରି ରହିଛି, ତାହା ଆମ ପ୍ରତିନିଧିଙ୍କ ଠାରୁ ଜାଣନ୍ତୁ...

ବୁଲବୁଲକୁ ନେଇ ପୁରୀ ପ୍ରଶାସନର ପ୍ରସ୍ତୁତି
author img

By

Published : Nov 8, 2019, 12:53 PM IST

ପୁରୀ: ରାଜ୍ୟରେ ସାମୁଦ୍ରିକ ଝଡ଼ ‘ବୁଲବୁଲ’ ମାଡ ହେବାର ସମ୍ଭାବନା ନାହିଁ । ତଥାପି ଏହାର ପ୍ରଭାବ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପଡିପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ପୁରୀ, ଗଞ୍ଜାମ, ଯାଜପୁର, ଜଗତସିଂହପୁରରେ ଏହାର ପ୍ରଭାବ ପଡିବା ନେଇ ଅନୁମାନ କରାଯାଉଛି । ସେପଟେ ଏହି ସାମୁଦ୍ରିକ ବାତ୍ୟାକୁ ନଜରରେ ରଖି, ଏହାର ମୁକାବିଲା କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ବାତ୍ୟା ଆଶ୍ରୟ ସ୍ଥଳୀ ସମେତ ବିଭିନ୍ନ କମ୍ୟୁନିଟ ହଲକୁ ଏଥିପାଇଁ ପ୍ରସ୍ତୁତ କରାଯାଇଛି । ବର୍ଷା ଯୋଗୁଁ ପରିସ୍ଥିତି ବିଗିଡିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମହଜୁଦ ରଖାଯାଇଛି । ଏ ବାତ୍ୟାକୁ ଦୃଷ୍ଟିରେ ରଖି ଶୁକ୍ରବାର ଓ ଶନିବାର ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ସରକାର । ଏହା ସହିତ ସମୁଦ୍ରକୂଳରେ 80ଟି ଲାଇଫ ଗାର୍ଡକୁ ନିୟୋଜିତ କରାଯିବ ସହ ସମୁଦ୍ର ଭିତରକୁ ପର୍ଯ୍ୟଟକଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

ବର୍ଷାରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରତି ବ୍ଲକରେ ଓଡ୍ରାଫ ଟିମ ଉପସ୍ଥିତ ରହିଛି । ସେହିପରି ବିଦ୍ୟୁତ ସରବରାହ ଯେଭଳି ବ୍ୟାହତ ନହୁଏ, ସେ ନେଇ ସେସୁ ସହିତ ଆଲୋଚନା ହୋଇଛି । ହସ୍ପିଟାଲକୁ ପ୍ରସ୍ତୁତ ରଖାଯିବା ସହ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟକୁ ମଧ୍ୟ ବାତିଲ କରାଯାଇଛି । ବାତ୍ୟାକୁ ନେଇ କୌଣସି ପ୍ରକାରେ ଭୟଭୀତ ନହେବା ପାଇଁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:bul bul deferd script

Body:ସାମୁଦ୍ରିକ ଝଡ଼ ବାତ୍ୟା ବୁଲ ବୁଲ ପ୍ରଭାବ ଓଡିଶା ଉପ କୂଳରେ ଯଦିଓ ପଡିବ ନାହିଁ କିନ୍ତୁ ଭୀଷଣ ବର୍ଷା ହେବ। ଏହି ସତର୍କତା ଜାରି କରିଛି ପାଣିପାଗ ବିଭାଗ। ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ର ଆଶଙ୍କା ରହିଛି। ଏଣୁ ପୁରୀ ଜିଲା ପ୍ରଶାସନ ଅଵଶ୍ୟକ ପ୍ରସ୍ତୁତି କରିଛି। ବାତ୍ୟା ଆଶ୍ରୟ ସ୍ଥଳୀ ସମେତ ବିଭିନ୍ନ କମ୍ୟୁନିଟି ହଲ ଗୁଡିକୁ ପ୍ରସ୍ତୁତ କରାଯାଇଛି। ବର୍ଷା ଯୋଗୁଁ ପରିସ୍ଥିତି ବିଗିଡିଲେ ଲୋକ ଙ୍କୁ ସ୍ଥାନାନ୍ତର କରାଯିବ। ଖଦ୍ୟ ପାନୀୟ ର ବ୍ୟବସ୍ଥା ସହ ଅତ୍ୟାବଶ୍ୟକ ସାମଗ୍ରୀ ମହ ଜୁଦ ରଖାଯାଇଛି। ସେହିପରି ଶୁକ୍ରବାର ଓ ଶନିବାର ସ୍କୁଲ କଲେଜ ଗୁଡିକୁ ଛୁଟି ଘୋଷଣା କରାଯାଇଛି। ପ୍ରବଲ ବର୍ଷା ରେ ଲୋକ ଙ୍କୁ ଉଦ୍ଧାର ପାଇଁ ପ୍ରତି ବ୍ଲକ ରେ ଓଡ୍ରାଫ ଟିମ ରହିଛି। ସେହିପରି ବିଦ୍ୟୁତ ସରବରାହ ଯେଭଳି ବ୍ୟାହତ ନ ହୁଏ ସେସୁ ସହିତ ଆଲୋଚନା ହୋଇଛି। ହସ୍ପିଟାଲ କୁ ପ୍ରସ୍ତୁତ ରଖାଯାଇଛି। ସମସ୍ତ ସରକାରୀ ଅଧିକାରୀ ଙ୍କ ଛୁଟି ବାତିଲ କରାଯାଇ ଡ୍ୟୁଟି ରେ ରଖାଯାଇଛି। ତେବେ ଲୋକ ମାନେ ଭୟ ଭିତ ନ ହେବାକୁ ଜିଲା ପ୍ରଶାସନ କହିଛି। ତେବେ ପୁରୀ ରେ ଏବେ କିଭଳି ସ୍ଥିତି ରହିଛି ଆମ ରିପୋର୍ଟ ର ଅଧିକ ସୂଚନା ଦେଇଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.