ETV Bharat / city

ପୁରୀ ବାସେଳି ସାହିରେ ଫୁଟିଲା ବୋମା, ଜଣେ ଆହତ

ପୁରୀରେ ବୋମା ମାଡ । ଏଥିରେ ଜଣେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଲେ ଶିବରାମ ପାତ୍ର। ତେବେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଏହି ବୋମା ମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି ।

author img

By

Published : Jun 15, 2019, 2:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ

ପୁରୀ: ସହରର ବାସେଲି ସାହିରେ ବୋମା ମାଡ଼ । ଏଥିରେ ଶିବ ରାମ ପାତ୍ର ଆହତ ହୋଇଛିନ୍ତି । ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହତଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ସୂଚନା ଅନୁସାରେ ଆହତ ଶିବରାମ ବସେଲି ସାହି ରାସ୍ତାରେ ଯାଉଥିବା ବେଳେ ତିନି ଜଣ ଯୁବକ ବାଇକରେ ଆସି ବୋମା ମାଡ଼ କରିଥିଲେ । ଏଥିରେ ଶିବରାମ ପାତ୍ର ଆହତ ହୋଇଛନ୍ତି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଏହି ଘଟଣାକୁ ନେଇ ପୁରୀ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ଦିନକୁ ଦିନ ପୁରୀ ସହରରେ ଅପରାଧୀଙ୍କ କାର୍ଯ୍ୟକଳାପ ବଢୁଥିବା ବେଳେ ପୋଲିସ କୌଣସି ଆଖି ଦୃଶିଆ ପଦକ୍ଷେପ ନନେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ ରେ ବୋମାମାଡBody:ପୁରୀ ବାସେଲି ସାହି ରେ ଆଜି ବୋମା ମାଡ଼ ହୋଇଛି। ଏଥିରେ ଶିବ ରାମ ପାତ୍ର ଆହତ ହୋଇଛି ନ୍ତି। ତାଙ୍କୁ ପୋଲିସ ମେଡିକାଲ ରେ ଚିକିତ୍ସା ନେଇ ଭର୍ତ୍ତି କରିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସୂଚନା ଅନୁସାରେ ଆହତ ଶିବରମ ବସେଲି ସାହି ରାସ୍ତାରେ ଯାଉଥିବା ବେଳେ ତିନି ଜଣ ଯୁବକ ବାଇକ ରେ ଆସି ବୋମା ମାଡ଼ କରିଥିଲେ। ଯାହା ଫଳରେ ଶିବରମ ଆହତ ହୋଇଛି। ପୂର୍ବ ଶତ୍ରୁତା କୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଏହାକୁ ନେଇ ପୁରୀ ସହରରେ ଚଞ୍ଚଲ୍ୟ ଖେଳି ଯାଇଛି। ଦିନ ଦିନ ପୁରୀ ସହରରେ ଅପରାଧୀ ଙ୍କ କାର୍ଯ୍ୟକଳାପ ବଢୁଥିବା ବେଳେ ପୋଲିସ କୌଣସି ଆଖି ଦୃଶିଆ ପଦକ୍ଷେପ ନ ନେବା ସାଧାରଣ ରେ ଅସନ୍ତୋଷ ସୃଷ୍ଟି ହୋଇଛିConclusion:Puri ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.