ETV Bharat / city

ବଗଲା ଜମି ବିବାଦ ପ୍ରତିବାଦରେ ବିଜେପିର ଡିଜିଟାଲ ସ୍ଵାକ୍ଷର ଅଭିଯାନ ଆରମ୍ଭ - ବଗଲା ଜମି ବିବାଦ

ବଗଲା ଧର୍ମଶାଳା ଜମିରେ ଲଜିଂ ମାଲିକଙ୍କୁ ଥଇଥାନ କରିବା ନେଇ ବିକ୍ରି ପ୍ରସଙ୍ଗରେ ବିଜେପି ପକ୍ଷରୁ ଡିଜିଟାଲ ସ୍ବାକ୍ଷର ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବଗଲା ଜମି ବିବାଦ ପ୍ରତିବାଦରେ ବିଜେପିର ଡିଜିଟାଲ ସ୍ଵାକ୍ଷର ଅଭିଯାନ ଆରମ୍ଭ

author img

By

Published : Sep 3, 2020, 5:57 PM IST

ପୁରୀ: ବଗଲା ଧର୍ମଶାଳା ପ୍ଲଟିଂ ବିବାଦକୁ ନେଇ ତେଜିବାକୁ ଲାଗିଛି ବିରୋଧୀଙ୍କ ସ୍ବର । ଜମିରେ ଲଜିଂ ମାଲିକଙ୍କୁ ଥଇଥାନ କରିବା ନେଇ ବିକ୍ରି ପ୍ରସଙ୍ଗରେ ବିଜେପି ପକ୍ଷରୁ ଡିଜିଟାଲ ସ୍ବାକ୍ଷର ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ବଗଲା ଧର୍ମଶାଳା ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯିବା ସହ ଡ଼ିଜିଟାଲ ପିଟିସନ ଉନ୍ମୋଚିତ କରାଯାଇଛି।

ଜନସାଧାରଣଙ୍କୁ ଅନଲାଇନ ମାଧ୍ୟମରେ ଏହି ପିଟିସନରେ ସ୍ବାକ୍ଷର କରି ପ୍ରତିବାଦ ଜଣାଇବାକୁ ଆହ୍ବାନ ଦେଇଛି ବିଜେପି । ଏନେଇ ସୋସିଆଲ ମିଡିଆରେ ଏକ ଲିଙ୍କ ଜାରି କରାଯାଇଛି। ଲିଙ୍କରେ ଲୋକେ କ୍ଲିକ କରି ଏହି ଅଭିଯାନରେ ସାମିଲ ନେଇ ସମର୍ଥନ ଦେବାକୁ ଆହ୍ବାନ ଦିଆଯାଇଛି । ଯେଭଳି ବଗଲା ଧର୍ମଶାଳାକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ବ୍ୟବହାର ନ କରାଯାଇ ସରକାର ବିସ୍ଥାପିତ ଲଜିଂ ମାଲିକଙ୍କୁ ଥଇଥାନ କରିଛନ୍ତି, ତାକୁ ବିଜେପି କଡା ସମାଲୋଚନା କରିଛି ।

ବଗଲା ଜମି ବିବାଦ ପ୍ରତିବାଦରେ ବିଜେପିର ଡିଜିଟାଲ ସ୍ଵାକ୍ଷର ଅଭିଯାନ ଆରମ୍ଭ

ପ୍ଲଟିଂକୁ ବାତିଲ କରିବା ଦାବିରେ ଗତ 14 ଦିନ ହେବ ବଗଲା ଧର୍ମଶାଳା ଆଗରେ ପୁରୀ ବିଜେପି ପକ୍ଷରୁ ଧରଣା ଦିଆଯାଇଛି। ଗୁରୁବାରର ଏହି ସଭାରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ଓ ବ୍ରହ୍ମଗିରି ବିଧାୟକଙ୍କ ସହ ବିଜେପିର ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ।

ଅନ୍ୟପକ୍ଷେ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଏହି ଜମିକୁ ସଂପୁର୍ଣ୍ଣ ରୂପେ ବିକ୍ରି କରାଯାଇନାହିଁ ଓ କେବଳ ୬ ଜଣ ବିସ୍ଥାପିତଙ୍କୁ ମାତ୍ର ଅଳ୍ପ କିଛି ଖାଲି ଜାଗାରେ ଥଇଥାନ କରାଯାଇଥିବା କହିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ବିସ୍ଥାପନ ନିୟମ ଅନୁଯାୟୀ ଏହାକୁ ହସ୍ତାନ୍ତର କରାଯାଇଥିବା ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.