ETV Bharat / city

Srimandir Parikrama project Row: ପିନାକୀ ମିଶ୍ରଙ୍କୁ ଜବାବ ମାଗିଲେ ସମ୍ବିତ ପାତ୍ର

author img

By

Published : May 11, 2022, 3:51 PM IST

Updated : May 11, 2022, 3:57 PM IST

ପୁରୀ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁଣି ଶ୍ରୀମନ୍ଦିର ଚତୁର୍ପାଶ୍ବରେ ବେଆଇନ ଖନନକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ପ୍ରତିକ୍ରିୟା ରଖିବାକୁ ଆହାନ କରିଛନ୍ତି । ଅଧିକ ପଢନ୍ତୁ

Srimandir Parikrama project Row: ପିନାକୀ ମିଶ୍ରଙ୍କୁ ଜବାବ ମାଗିଲେ ସମ୍ବିତ ପାତ୍ର
Srimandir Parikrama project Row: ପିନାକୀ ମିଶ୍ରଙ୍କୁ ଜବାବ ମାଗିଲେ ସମ୍ବିତ ପାତ୍ର

ପୁରୀ: ଆଜି(ବୁଧବାର) ପୁରୀ ଗସ୍ତରେ ଆସି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବେଆଇନ ନିର୍ମାଣ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, "ହାଇକୋର୍ଟରେ ASI ର ସତ୍ୟପାଠ ଏବେ ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି । ଦେଶରେ ସମ୍ବିଧାନର ଯେଉଁ ନିୟମ ରହିଛି ଖୋଦ ରାଜ୍ୟ ସରକାର ଏହାର ଉଲ୍ଲଙ୍ଘନ କରିବା ଦୁଃଖ ଦାୟକ ।"

ଏଥିସହ ସେ ଆହୁରି ମଧ୍ୟ କରିଛନ୍ତି, "ଶ୍ରୀମନ୍ଦିର ଏକ ଐତିହ କୀର୍ତ୍ତିରାଜି । ଏହାର 100 ମିଟର ଭିତରେ କୌଣସି ନିର୍ମାଣ କାର୍ଯ୍ୟ ନିଷିଦ୍ଧ ବୋଲି NMA (National Monuments Authority) ର ନିୟମ ରହିଛି । ରାଜ୍ୟ ସରକାର ନିଜର ଜିଦ ଖୋର ଓ ଅହଂକାର ମନ ନେଇ ଏହି ବେଆଇନ କାର୍ଯ୍ୟ କରିବା ଦୁର୍ଭାଗ୍ୟର ବିଷୟ । ଶ୍ରୀମନ୍ଦିର ଚାରିପଟେ 30 ରୁ 40 ଫୁଟ ଗାତ ଖୋଳାଯାଇ ଥିବାବେଳେ ଭାଗ୍ୟ ଭଲ କୌଣସି ବର୍ଷା ହୋଇନାହିଁ । ନଚେତ ଶ୍ରୀମନ୍ଦିର ଭିତ୍ତିଭୂମି ଦୁର୍ବଳ ହୋଇ ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥାନ୍ତା ବୋଲି ସମ୍ବିଦ ପାତ୍ର କହିଛନ୍ତି ।"

ସେହିପରି 30 ଫୁଟ ଗାତ ଖୋଳିବା ଦ୍ୱାରା ଶ୍ରୀମନ୍ଦିର ଚାରିପାଖରେ ଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷ ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକାଶ କରିଛି ASI । ଓଡିଶା ସରକାର ଯେଉଁଭଳି ନିୟମ କାନୁନ ଉଲ୍ଲଙ୍ଘନ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସମ୍ବିତ କହିଛନ୍ତି । ନିର୍ମାଣ ସ୍ଥଳୀରେ କରାଯାଇଥିବା ଗର୍ତ୍ତ ଏବଂ ପକାଯାଇଥିବା ପିଲର କଣ ଶୌଚାଳୟ ନିର୍ମାଣ ପାଇଁ କରାଯାଇଛି କି ବୋଲି ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ପ୍ରଶ୍ନ କରିଛନ୍ତି ସମ୍ବିତ । ଏଥିସହିତ ସମ୍ବିତ ପୁରୀ ଏମପି ପିନାକୀ ମିଶ୍ରଙ୍କୁ ଖୁଲମ ଖୁଲା ଚାଲେଞ୍ଜ ଦେଇ କହିଛନ୍ତି, "ମୁଁ ପୁରୀରେ ଅଛି । ପିନାକୀ ପୁରୀ ଆସି ଶୌଚାଳୟ ନିର୍ମାଣ ନେଇ କାର୍ଯ୍ୟ ହେଉଥିବା ପ୍ରମାଣ କରନ୍ତୁ ।' ଏଥିସହ ମୁଁ ବିକାଶ କାର୍ଯ୍ୟକୁ ବିରୋଧ କରୁନାହିଁ । କିନ୍ତୁ ଶ୍ରୀମନ୍ଦିରକୁ କ୍ଷତିଗ୍ରସ୍ତ କରି ବେଆଇନ ଭାବେ ନିର୍ମାଣ କାର୍ଯ୍ୟକୁ ବିରୋଧ କରୁଥିବା ସମ୍ବିତ କହିଛନ୍ତି ।"

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 11, 2022, 3:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.