ETV Bharat / city

ଫୋକସରେ ଐତିହ୍ୟ ସୁରକ୍ଷା, ରାମଚଣ୍ଡିରେ ବିମଷ୍ଟେକ ରାଷ୍ଟ୍ର ସମୂହର ମକଡ୍ରିଲ୍ - ପ୍ରାକୃତିକ ବିପର୍ଯ୍ୟୟରେ ଐତିହ୍ୟ ସ୍ଥାନକୁ ସୁରକ୍ଷା ଦେବା

ପ୍ରାକୃତିକ ବିପର୍ଯ୍ୟୟରେ ଐତିହ୍ୟ ସ୍ଥାନକୁ ସୁରକ୍ଷିତ ରଖିବା ପାଇଁ କୋଣାର୍କ ରାମଚଣ୍ଡି ଠାରେ ବିମଷ୍ଟେକ ରାଷ୍ଟ୍ର ସମୂହର ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ଖବର ପଢନ୍ତୁ...

bimstec mock drill
ଫୋକସରେ ଐତିହର ସୁରକ୍ଷା, କୋଣାର୍କ ରାମଚଣ୍ଡିରେ ବିମ ଷ୍ଟେକ ମକ ଡ୍ରିଲ
author img

By

Published : Feb 12, 2020, 9:33 PM IST

ପୁରୀ: କୋଣାର୍କ ରାମଚଣ୍ଡି ଠାରେ ବିମଷ୍ଟେକ ରାଷ୍ଟ୍ର ସମୂହର ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉଦଘାଟନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ପୁରୀ କୋଣାର୍କ ଅଞ୍ଚଳରେ କ୍ଷତିଗ୍ରସ୍ତ ସମ୍ଭାବନା ଥିବା ଐତିହାସିକ ସ୍ଥାନ ଗୁଡିକୁ କିପରି ସୁରକ୍ଷିତ ରଖିବା ସହିତ ଜନସାଧାରଣଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ଏନେଇ ବିମଷ୍ଟେକ ରାଷ୍ଟ୍ର ସମୂହର ପ୍ରତିନିଧିମାନେ ମକଡ୍ରିଲ ମାଧ୍ୟମରେ ଅଭ୍ୟାସ କରିଛନ୍ତି ।

ଫୋକସରେ ଐତିହର ସୁରକ୍ଷା, କୋଣାର୍କ ରାମଚଣ୍ଡିରେ ବିମ ଷ୍ଟେକ ମକ ଡ୍ରିଲ

ସୁନାମି ଭଳି କ୍ଷତିଗ୍ରସ୍ତ ଅଞ୍ଚଳରେ ଜନସାଧାରଣଙ୍କୁ କିଭଳି ଉଦ୍ଧାର କରି ହେବ ? ସେନେଇ ଅଭ୍ୟାସ ସମେତ ବନ୍ୟା, ବାତ୍ୟା ଭୂକମ୍ପରେ କିଭଳି ପୀଡିତଙ୍କୁ ଉଦ୍ଧାର କରାଯିବ ତାହା ଦେଖିବାକୁ ମିଳିଥିଲା ଏହି ମକଡ୍ରିଲରେ । ଏହି କାର୍ଯ୍ୟକ୍ରମରେ ବିମଷ୍ଟେକ ସଦସ୍ୟ ଭାରତ ସମେତ ଶ୍ରୀଲଙ୍କା, ଭୁଟାନ, ନେପାଳ, ମିଆଁମାର, ବାଙ୍ଗଲାଦେଶ ଆଦି ପ୍ରତିନିଧି ମାନେ ଭାଗନେଇଥିଲେ ।

ଏହା ଓଡ଼ିଶାରେ ବିମଷ୍ଟେକର ଦ୍ବିତୀୟ ବିପର୍ଯ୍ୟାୟ ପରିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତି ଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳକୁ ରକ୍ଷା କରାଯାଇ ପାରିବ ସେନେଇ ଯୋଜନା କରାଯାଇଛି । ଓଡ଼ିଶାର ସ୍ବର୍ଣ୍ଣ ତ୍ରିଭୂଜ ଭାବେ ପରିଚିତ ଭୁବନେଶ୍ବର-ପୁରୀ-କୋଣର୍କରେ ଅନେକ ଐତିହାସିକ ସ୍ଥଳୀ ରହିଥିବାରୁ ଏହି ଅଭ୍ୟାସ ବେଶ ଫଳପ୍ରଦ ହେବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଏହି ଅନ୍ତର୍ଜାତୀୟ ବିପର୍ଯ୍ୟସ୍ତ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମରେ ଏନଡିଆରଏଫ, ଓଡ଼ିଶାର ଓଡ୍ରାଫ ବହିନୀ ସମେତ ବିମଷ୍ଟେକ ସଦସ୍ୟ ରାଷ୍ଟ୍ରଙ୍କ ବିପର୍ଯ୍ୟୟ ପ୍ରଶମନ ବାହିନୀ ଯୋଗ ଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.