ପୁରୀ: କାକଟପୁର ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନିନ୍ଦା କରାଯାଇଛି । ମା’ ମଙ୍ଗଳା ମନ୍ଦିର ସମ୍ମୁଖରେ ପରିଷଦ ପକ୍ଷରୁ ପ୍ରତିବାଦ ସଭା କରାଯାଇ ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଓ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ବର୍ବୋଚରିତ ଆକ୍ରମଣକୁ ନିନ୍ଦା କରାଯିବା ସହ ଏହାର ପ୍ରତିବାଦ କରାଯାଇଛି ।
ଦେଶରେ ଓ ଦେଶ ବାହାରେ ହିନ୍ଦୁଙ୍କ ପ୍ରତି ଆକ୍ରମଣ ଜାରି ରହିଛି । ଜମ୍ମୁ କାଶ୍ମୀରରେ କାଶ୍ମୀର ପଣ୍ଡିତ, ନାଗାସନ୍ୟାସୀ, ହିନ୍ଦୁ ସନ୍ଥଙ୍କ ଉପରେ ଅଣହିନ୍ଦୁମାନଙ୍କ ସଙ୍ଘବଦ୍ଧ ଆକ୍ରମଣକୁ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା। କାକଟପୁର ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ଜିଲ୍ଲା ସହ-ସମ୍ପାଦକ ରଘୁନାଥ ମହାପାତ୍ର, ଜିଲ୍ଲା ଗୋସୁରକ୍ଷା ପ୍ରମୁଖ ମିହିର ରଞ୍ଜନ ଦୀକ୍ଷିତ ପ୍ରମୁଖ ଏହି ପ୍ରତିବାଦ ସଭାରେ ଯୋଗ ଦେଇଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ