ETV Bharat / city

ନିର୍ଜଳା ଏକାଦଶୀରେ ମହାପ୍ରଭୁଙ୍କ ସୁରକ୍ଷା ପାଇଁ ଅଜାଘରୁ ଆସିଲା ବଉଳ କାଠ - ବଉଳ କାଠ କଣ

ଶ୍ରୀକ୍ଷେତ୍ରକୁ ଶଗଡିରେ ଆସିଲା ବଉଳ କାଠ । ପାରମ୍ପାରିକ ରୀତିନିତି ଅନୁସାରେ ବଉଳ ଗଛ କଟା ଯିବାପରେ ଶ୍ରୀଜିଉଙ୍କ ଅଙ୍ଗ ସୁରକ୍ଷା ନିମନ୍ତେ ସେନାପଟ ଓ ବାହୁଟ ପାଇଁ ବଉଳକାଠ ଆସିଛି । ଅଧିକ ପଢନ୍ତୁ

ନିର୍ଜଳା ଏକାଦଶୀରେ ମହାପ୍ରଭୁଙ୍କ ସୁରକ୍ଷା ପାଇଁ ଅଜାଘରୁ ଆସିଲା ବଉଳ କାଠ

author img

By

Published : Jun 11, 2022, 9:48 PM IST

ପୁରୀ: ଶ୍ରୀକ୍ଷେତ୍ରକୁ ଶଗଡିରେ ଆସିଲା ବଉଳ କାଠ । ପାରମ୍ପାରିକ ରୀତିନିତି ଅନୁସାରେ ବଉଳ ଗଛ କଟା ଯିବାପରେ ଶ୍ରୀଜିଉଙ୍କ ଅଙ୍ଗ ସୁରକ୍ଷା ନିମନ୍ତେ ସେନାପଟ ଓ ବାହୁଟ ପାଇଁ ବଉଳକାଠକୁ ଭେ।ଇ ସେବକମାନେ ଶଗଡିରେ ନେଇ ଶ୍ରୀକ୍ଷେତ୍ର ଅଭିମୁଖେ ଆଣିଛନ୍ତି । ହୁଳହୁଳି ସଂର୍କୀତ୍ତନରେ ଭକ୍ତିମୟ ପରିବେଶରେ ଶ୍ରୀକ୍ଷେତ୍ରରେ ପହଞ୍ଚିଛି ବଉଳ କାଠ । ସତ୍ୟବାଦୀର ରତ୍ନ ଚିରା ନଦୀ ପାର୍ଶ୍ଵରେ ବାଳିଆ ଖିଆ ବଗିଚାରୁ ଏହି କାଠ ନିଆଯାଇଛି ।

ନିର୍ଜଳା ଏକାଦଶୀରେ ମହାପ୍ରଭୁଙ୍କ ସୁରକ୍ଷା ପାଇଁ ଅଜାଘରୁ ଆସିଲା ବଉଳ କାଠ

ପାଖେଇ ଆସୁଛି ସ୍ନାନ ପୂର୍ଣ୍ଣିମା । 108 ଗରା ପାଣିରେ ଗାଧୋଇବାପରେ ଅଣସର ଯିବେ ମହାପ୍ରଭୁ । ପରମ୍ପରା ଅନୁସାରେ ପହଣ୍ଡି ପାଇଁ ଅଜା ଘରୁ ଯାଉଛି ବଉଳକାଠ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 3 ଦିନ ପୂର୍ବରୁ ବଉଳ କାଠ ସତ୍ୟବାଦୀର ସାକ୍ଷୀଗୋପାଳ ମନ୍ଦିର ନିକଟରେ ବାଳିଆ ଖିଆ ବଗିଚାରୁ ଚିହ୍ନଟ କରାଯାଇଥିଲା । ବକୁଳ ବନରୁ ମହାପ୍ରଭୁଙ୍କ ନିମନ୍ତେ ବଉଳ କାଠ ଚିହ୍ନଟ ହେବା ପରେ ଆଜି ନିର୍ଜଳା ଏକାଦଶୀ ଦିନ ଗ୍ରାମର ମହିଳାମାନେ ଏକତ୍ର ହୋଇ ଗଛ ନିକଟରେ ଲିପା ପୋଛାକରି ରଙ୍ଗ ବେରଙ୍ଗର ମୁରୁଜ ପକାଇଥିଲେ ।

ଏହା ପରେ ଭୋଇ ସେବାୟତମାନେ ଗଛକୁ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଗଛ କଟା ଯିବାପରେ ଶଗଡି ସାହଯ୍ୟରେ ଏହାକୁ ସିଦ୍ଧ ବକୁଳ ମନ୍ଦିରକୁ ନିଆଯାଇଥିଲା । ନିର୍ଜଳା ଏକାଦଶୀ ଦିନ ଭୋଇ ସେବାୟତଙ୍କ ଦ୍ଵାରା ଗଛ କଟାଯିବା ପରେ ଶଗଡି ସାହଯ୍ୟରେ ବଉଳ କାଠକୁ ସିଦ୍ଧ ବକୁଳ ମନ୍ଦିରକୁ ନିଅ।ଯାଇଥିଲା । ଏଠାରେ ରୀତିନିତି ଅନୁସାରେ ପୂଜାର୍ଚ୍ଚନା ପରେ ଶଗଡି ସାହଯ୍ୟରେ ବଉଳ କାଠକୁ ଶ୍ରୀକ୍ଷେତ୍ର ଅଣାଯାଇଛି ।

ସେନାପଟ ଓ ବାହୁଟ ବିଶେଷକରି ମହାପ୍ରଭୁଙ୍କର ସ୍ନାନ ଯାତ୍ରା ସମେତ ଘୋଷ ଯାତ୍ରାରେ ବ୍ୟବହାର କରାଯାଇଥାଏ । ସେପଟେ ଏହି କାର୍ଯ୍ୟକ୍ରମ ପାଇଁ ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ସାକ୍ଷୀଗୋପାଳ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ଥିବାବେଳେ ମହାପ୍ରଭୁଙ୍କ ପାଇଁ ବଉଳକାଠ ବାଡିରୁ ଯାଇଥିବାରୁ ଶ୍ରଦ୍ଧାଳୁ ବେଶ ଉତ୍ସାହିତ ଥିବାର କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.