ETV Bharat / city

ଆଜି ଜନ୍ମବେଦୀରେ ଶ୍ରୀଜିଉଙ୍କ ବନକଲାଗି, 4 ଘଣ୍ଟା ଦର୍ଶନ ବନ୍ଦ - ବନକଲାଗି ନୀତି

ଆଜି ଅପରାହ୍ନରେ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ଆଜି ଜନ୍ମବେଦୀରେ ଶ୍ରୀବିଗ୍ରଙ୍କ ବନକଲାଗି
ଆଜି ଜନ୍ମବେଦୀରେ ଶ୍ରୀବିଗ୍ରଙ୍କ ବନକଲାଗି
author img

By

Published : Jul 4, 2022, 7:30 AM IST

Updated : Jul 4, 2022, 1:59 PM IST

ପୁରୀ: ଆଜି ଅପରାହ୍ନରେ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହୁଏ । ତେଣୁ 4 ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତମହାପାତ୍ର ସେବରମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁସାରେ ସନ୍ଧ୍ୟା 7ଟାରୁ ରାତି 11ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । 2ୟ ଭୋଟମଣ୍ଡପ ପରେ ଏହି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ । ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିଥାଏ ।

ଆଜି ଜନ୍ମବେଦୀରେ ଶ୍ରୀଜିଉଙ୍କ ବନକଲାଗି, 4 ଘଣ୍ଟା ଦର୍ଶନ ବନ୍ଦ

ଗୁଣ୍ଡିଚାଘର ଗର୍ଭଗୃହରେ ପ୍ରବେଶ କରି ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଇଥାଏ ।

ଇଟିଭି ଭାରତ, ପୁରୀ

Last Updated : Jul 4, 2022, 1:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.