ପୁରୀ : ବଳଙ୍ଗା ଥାନା ବିସ୍ଫୋରଣ ମାମଲାରେ ଏସଏସଆଇ ନିଲମ୍ବିତ । ତେବେ ପ୍ରାଥମିକ ଭାବେ ବଳଙ୍ଗା ଥାନା ଏଏସଆଇ ତଅପୋଇ ନାୟକଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରାଯାଇଛି। ପୁରୀ ଏସପି କେ ବିଶାଳ ସିଂ ନିଲମ୍ବିତ କରିଥିବା ସୂଚନା ଦିଆଯାଇଛି।
![balanga police station blast case ASI Tapoi nayak suspended](https://etvbharatimages.akamaized.net/etvbharat/prod-images/od-pur-05-puri-balangablastfolowup-avo-7205521_29092021165349_2909f_1632914629_584.jpg)
ବଳଙ୍ଗା ଥାନା ବିସ୍ଫୋରଣ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଚାଲୁ ରହିଛି। ବଳଙ୍ଗା ଥାନା ମାଲଖାନା ଦାୟିତ୍ବରେ ଥିଲେ ଏଏସଆଇ ତଅପୋଇ ନାୟକ । ଗତ ସୋମବାର ବିଳମ୍ବିତ ରାତିରେ ବଳଙ୍ଗା ଥାନାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ଥାନାର ଛାତ, କାନ୍ଥ ଭୁଶୁଡି ପଡିଥିଲା । ତେବେ ମାଲଖାନାରେ କିଛି ଜବତ ହୋଇଥିବା ବାଣରେ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ତେବେ ଜବତ ବାଣକୁ କେବେ ଜବତ କରାଯାଇ ଥିଲା ଓ ସେତେବେଳେ କିଏ ଥାନା ଅଧିକାରୀ ଥିଲେ ସେ ନେଇ ତଦନ୍ତ କରାଯାଉଛି। କର୍ତ୍ତବ୍ୟରେ ଅବହେଳା କରିଥିବା ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଆଇଜି ନରସିଂହ ଭୋଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ