ETV Bharat / city

ବାହୁଡିଲେ ମହାବାହୁ, ସିହଦ୍ବାରରେ ସମ୍ମୁଖରେ ଲାଗିଲା 3 ରଥ

author img

By

Published : Jul 1, 2020, 7:06 AM IST

Updated : Jul 1, 2020, 4:55 PM IST

ବାହୁଡା ଯାତ୍ରା; ଆଜି ବାହୁଡିବେ ମହାବାହୁ
ବାହୁଡା ଯାତ୍ରା; ଆଜି ବାହୁଡିବେ ମହାବାହୁ

16:50 July 01

ବାହୁଡିଲେ ମହାବାହୁ, ସିହଦ୍ବାରରେ ସମ୍ମୁଖରେ ଲାଗିଲା 3 ରଥ

ନବଦିନାତ୍ମକ ଯାଚ୍ରା ସାରି ବାହୁଡିଛନ୍ତି ମହାପ୍ରଭୁ । ଶ୍ରୀଜୀଉଙ୍କ 3 ରଥ ଆସି ଶ୍ରୀମନ୍ଦିରର ସିହଦ୍ବାର ସମ୍ମୁଖରେ ଲାଗିଛି । ତେବେ ଏଥର କୋଭିଡ କଟକଣା ଯୋଗୁଁ ଶ୍ରୀଗୁଣ୍ଡଚିଯାତ୍ରା ପରି ବାହୁଡାଯାତ୍ରା ମଧ୍ୟ ବିନା ଭକ୍ତରେ ସମ୍ପନ୍ନ ହୋଇଛି । ଗୁରୁବାର ରଥାରୂଢ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବ ।

15:14 July 01

ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଲା 2 ରଥ

ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆସି ଶ୍ରୀମନ୍ଦିର ଆଗରେ ପହଞ୍ଚି ସାରିଛି । ପଛରେ ଧିରେ ଧିରେ ଆଗକୁ ଆଗକୁ ଗଡିଚାଲିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ । 

13:21 July 01

ଗଡିଲା ନନ୍ଦିଘୋଷ

ବଡଦାଣ୍ଡରେ ଗଡିଲା ନନ୍ଦିଘୋଷ । ଘରଘର ନାଦରେ ଗଡି ଚାଲିଛି ନନ୍ଦିଘୋଷ । ପ୍ରଥମେ ତାଳଧ୍ବଜ, ପରେ ଦର୍ପଦଳନ ଓ ଶେଷରେ ବଡଦାଣ୍ଡରେ ଗଡିଛି ନନ୍ଦିଘୋଷ ରଥ । 

12:25 July 01

ଗଡିଲା ଦର୍ପଦଳନ

ମା’ ସୁଭଦ୍ରାଙ୍କ ରଥଟଣା ଆରମ୍ଭ । ତାଳଧ୍ବଜ ପରେ ବଡଦାଣ୍ଡରେ ଗଡିଲା ଦର୍ପଦଳନ । ସାମାଜିକ ଦୂରତା ରକ୍ଷା କରି ରଥ ଟାଣୁଛନ୍ତି ସେବାୟତ । ଶରଧାବାଲିରୁ ପ୍ରଥମେ ବାହୁଡିଛି ତାଳଧ୍ବଜ । 

11:26 July 01

ଗଡିଲା ତାଳଧ୍ବଜ

ଛେରା ପହଁରା ଶେଷ ପରେ ଚାରମାଳ ଫିଟା ଶେଷ ହୋଇଛି । ପରେ ଘୋଡା ଲାଗିବା ସହ ଶ୍ରୀ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି । ଶରଧାବାଲିରୁ ପ୍ରଥମେ ତାଳଧ୍ବଜ ରଥ ବାହୁଡିଛି । 

11:18 July 01

ରଥରେ ଛେରା ପହଁରା ଶେଷ

ଛେରା ପହଁରା ଶେଷ । ତିନି ରଥରେ ଛେରାପହଁରା ଶେଷ । ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷରେ ଛେରାପହଁରା ଶେଷ ହୋଇଛି । ଗଜପତି ମହାରାଜ ଛେରାପହଁରା ଶେଷ କରି ରାଜନଅରକୁ ବାହୁଡି ଯାଇଛନ୍ତି । 

10:44 July 01

ରଥରେ ଛେରା ପହଁରା ଆରମ୍ଭ

ରଥରେ ଛେରା ପହଁରା ଆରମ୍ଭ । ଗଜପତି ମହାରାଜ ଦିବ୍ୟସିଂହ ଦେବ କରୁଛନ୍ତି ଛେରା ପହଁରା । ସୁନା ଖଡିକାରେ ଛେରା ପହଁରା କରୁଛନ୍ତି ଗଜପତି ।  

10:19 July 01

ରଥରେ ଗଜପତି ମହାରାଜ

ଛେରାପହଁରା ପାଇଁ ରଥରେ ଗଜପତି ମହାରାଜ । କିଛି ସମୟ ପରେ ଆରମ୍ଭ ହେବ ଛେରାପହଁରା । ଛେରାପହଁରା କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ।

09:26 July 01

ନନ୍ଦିଘୋଷରେ ବିଜେ ହେଲେ ଜଗନ୍ନାଥ

ନନ୍ଦିଘୋଷରେ ବିଜେ ହେଲେ ଜଗନ୍ନାଥ

ସରିଲା ପହଣ୍ଡି । ନନ୍ଦିଘୋଷରେ ବିଜେ ହେଲେ ମହାପ୍ରଭୁ ଜଗନ୍ନାଥ । ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି । ଆଉ କିଛି ସମୟ ପରେ ଆରମ୍ଭ ହେବ ଛେରା ପହଁରା । ଦିନ 12ଟାରେ ଆରମ୍ଭ ହେବ ରଥଟଣା ।

09:12 July 01

ଦର୍ପଦଳନରେ ବିଜେ ହେଲେ ଦେବୀ ସୁଭଦ୍ରା

ଦର୍ପଦଳନରେ ବିଜେ ହୋଇଛନ୍ତି ଦେବୀ ସୁଭଦ୍ରା । ଦେବୀ ସୁଭଦ୍ରାଙ୍କ ପହଣ୍ଡି ଶେଷ ହୋଇଛି । ପ୍ରଭୁ ସୁଦର୍ଶନ ଓ ବଡଠାକୁର ବଳଭଦ୍ର ରଥାରୂଢ ହେବା ପରେ ଦେବୀ ସୁଭଦ୍ରା ରଥାରୂଢ ହୋଇଛନ୍ତି ।

08:58 July 01

ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ରଥାଭିମୁଖେ ଯାତ୍ରା କରୁଛନ୍ତି କାଳିଆ ସାଆନ୍ତ । ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହଣ୍ଡି । କାଳିଆ ସାଆନ୍ତ ହଲିହଲି ଝୁଲିଝୁଲି ଟାହିଆ ହଲେଇ ହଲେଇ ଯାଉଛନ୍ତି । ଘଣ୍ଟଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର ।

08:34 July 01

ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ

ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଛି । ଧାଡି ପହଣ୍ଡିରେ ଦେବୀଙ୍କୁ ରଥାରୂଢ କରିବାକୁ ନେଉଛନ୍ତି ସେବାୟତ । ଘଣ୍ଟଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର । 

08:32 July 01

ତାଳଧ୍ବଜେ ବିରାଜିଲେ ବଡଠାକୁର

ତାଳଧ୍ବଜରେ ବଡଠାକୁର ବଳଭଦ୍ର ବିରାଜିତ ହୋଇଛନ୍ତି । ବଡଠାକୁର ବଳଭଦ୍ରଙ୍କ ପହଣ୍ଡି ଶେଷ । ରଥାରୂଢ ହେଲେ ବଡଠାକୁର । ଆଜି ବଡଦେଉଳକୁ ବାହୁଡିବେ ମହାବାହୁ । 

08:26 July 01

ବଡଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ତାଳଧ୍ବଜେ ବିରାଜିଲେ ବଡଠାକୁର

ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଶେଷ ପରେ ବଡଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ବଡଠାକୁରଙ୍କୁ ଧାଡି ପହଣ୍ଡିରେ ଆଣି ରଥାରୂଢ କରୁଛନ୍ତି ସେବାୟତ । ଘଣ୍ଟଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର । 

08:17 July 01

ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଶେଷ

ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଶେଷ । ରଥାରୂଢ ହେଲେ ଚକ୍ରରାଜ ସୁଦର୍ଶନ । ଦର୍ପଦଳନ ରଥରେ ବିରାଜମାନ କଲେ ପ୍ରଭୁ ସୁଦର୍ଶନ । ପରେ ଆସିବେ ବଡଠାକୁର ବଳଭଦ୍ର ।

07:37 July 01

ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ

ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ

ବାହୁଡା ଯାତ୍ରା ଲାଗି ପହଣ୍ଡି ଆରମ୍ଭ । ଚକ୍ରରାଜ ସୁଦର୍ଶନଙ୍କ ଆରମ୍ଭ ହେଲା ପହଣ୍ଡି । ଶୂନ୍ୟ ପହଣ୍ଡିରେ ରଥାରୂଢ ହେଉଛନ୍ତି ପ୍ରଭୁ ସୁଦର୍ଶନ ।

06:26 July 01

ବାହୁଡା ଯାତ୍ରା; ଆଜି ବାହୁଡିବେ ମହାବାହୁ

ପୁରୀ: ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡିବେ ମହାବାହୁ । ଚକ୍ରରାଜ ସୁଦର୍ଶନ, ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଜି ଶ୍ରୀମନ୍ଦିର ବାହୁଡିବେ ।  

ତେବେ ଆଜି ସକାଳ 4ଟାରେ ମଙ୍ଗଳାଆଳତି ଶେଷ ହୋଇଥିବାବେଳେ, 4ଟା 15ରେ ମଇଲମ, 4ଟା30ରେ ତଡପଲାଗି ଓ ରୋଷହୋମ, ଭୋର 5ଟାରେ ଅବକାଶ, 5ଟା 15ରେ ସୂର୍ଯ୍ୟପୂଜା, 5ଟା 30ରେ ଦ୍ବାରପାଳ ପୂଜା ସହ ବେଶ ଶେଷ ହୋଇଛି ।  

ସେହିପରି 5ଟା 45ରୁ 6ଟା 45 ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ କରାଯାଇଛି । ଅନ୍ୟପଟେ 7ଟାରୁ 7ଟା 30 ମଧ୍ୟରେ ସେନାପଟା ଲାଗି ହେବ । 7ଟା 45ରେ ମଙ୍ଗଳାର୍ପଣ କରାଯିବା ସହ 8ଟାରୁ ବାହୁଡା ପହଣ୍ଡି ଆରମ୍ଭ ହେବ । 10ଟା ବାହୁଡା ଶେଷ କରାଯାଇ 11ଟା 30 ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବ । ପରେ ଚାରମାଳ ଫିଟା ଓ ଘୋଡା ଲାଗିବା ସହ ମଧ୍ୟାହ୍ନ 12ଟାରୁ ରଥଟଣା ଆରମ୍ଭ ହେବ । 

Last Updated : Jul 1, 2020, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.