ETV Bharat / city

ବଗଲା ଧର୍ମଶାଳା ଜମି ବିକ୍ରି ଘଟଣା, ପ୍ରତିବାଦରେ ବିଜେପିର ଧାରଣା - Bagla Dharamsala

ବଡ଼ଦାଣ୍ତରେ ଥିବା ବଗଲା ଧର୍ମଶାଳା ଜମିକୁ ୬ ଜଣ ବିସ୍ଥାପିତଙ୍କୁ ପ୍ରଶାସନ ବିକ୍ରି କରିବା ପ୍ରତିବାଦରେ ପୁରୀ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି। ତୁରନ୍ତ ଜିଲା ପ୍ରଶାସନ ଏହି ନିଷ୍ପତ୍ତିରୁ ଓହରି ବଗଲା ଧର୍ମଶାଳାକୁ ଭକ୍ତଙ୍କ ଥଇଥାନ ଉଦ୍ଦେଶ୍ୟରେ ପ୍ରକଳ୍ପ କାର୍ଯ୍ୟ କରିବାକୁ ବିଜେପି ଦାବି କରିଛି।

ବଗଲା ଧର୍ମଶାଳା ଜମି ବିକ୍ରି ଘଟଣା, ପ୍ରତିବାଦରେ ବିଜେପିର ଧାରଣା

author img

By

Published : Aug 21, 2020, 12:24 PM IST

ପୁରୀ: ବଡ଼ଦାଣ୍ତରେ ଥିବା ବଗଲା ଧର୍ମଶାଳା ଜମିକୁ ୬ ଜଣ ବିସ୍ଥାପିତଙ୍କୁ ପ୍ରଶାସନ ବିକ୍ରୀ କରିବା ପ୍ରତିବାଦରେ ପୁରୀ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି। ତୁରନ୍ତ ଜିଲା ପ୍ରଶାସନ ଏହି ନିଷ୍ପତ୍ତିରୁ ଓହରି ବଗଲା ଧର୍ମଶାଳାକୁ ଭକ୍ତଙ୍କ ଥଇଥାନ ଉଦ୍ଦେଶ୍ୟରେ ପ୍ରକଳ୍ପ କାର୍ଯ୍ୟ କରିବାକୁ ବିଜେପି ଦାବି କରିଛି। ବିଜେପି ଅଭିଯୋଗ କରିଛି ଜିଲ୍ଲା ପ୍ରଶାସନ ଷଡ଼ଯନ୍ତ୍ର କରି ଏହି ମୂଲ୍ୟବାନ ଜମିକୁ ଲଜିଂ ମାଲିକଙ୍କୁ ବିକ୍ରି କରିଛି।

ସୂଚନା ଅନୁଯାୟୀ, ବଗଲା ଧର୍ମଶାଳା ସ୍ଥାନରେ ପ୍ରସାଦ ଯୋଜନାରେ ୧୮ କୋଟି ଟଙ୍କାର ଧର୍ମାଶାଳା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାକୁ ବିକ୍ରି କରି ଦିଆଯାଇଛି। ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ ମିଟର ଅଞ୍ଚଳରୁ ବିସ୍ଥାପିତ ହୋଇଥିବା ଲଜ ମାଲିକମାନଙ୍କୁ ଏହି ଜମିକୁ ବ୍ୟବସାୟିକ ଭିତ୍ତିରେ ବିକ୍ରି କରାଯିବାକୁ ନେଇ ହାଇକୋର୍ଟରେ ମାମଲା ଥିବାବେଳେ ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ଏବେ ପ୍ରଶ୍ନ ଉଠାଇଛି ବିଜେପି ।

ପୁରୀ ବଡ଼ଦାଣ୍ତର ମାର୍କେଟ ଛକ ଅଞ୍ଚଳରେ ଥିବା ବଗଲା ଧର୍ମଶାଳାକୁ ବିସ୍ଥାପିତଙ୍କୁ ବିକ୍ରି କରାଯିବାକୁ ନେଇ ଆରମ୍ଭ ହୋଇଛି ଏହି ବିବାଦ। ଧର୍ମଶାଳା ଜମି ଭକ୍ତଙ୍କ ବ୍ୟବହାରରେ ଲଗାଇବା ପରିବର୍ତ୍ତେ ବିସ୍ଥାପିତ ହୋଇଥିବା ଲଜ୍ ମାଲିକମାନଙ୍କୁ ବିକ୍ରି ହୋଇଥିବାରୁ ଏନେଇ ବିଭିନ୍ନ ମହଲରେ ବିରୋଧ କରାଯାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.