ETV Bharat / city

ନୂଆବର୍ଷରେ ନୂଆରୂପ ପାଇବ ଅଠରନଳା - Puri Atharanala

ନୂଆବର୍ଷ ପୂର୍ବରୁ ଆଲୋକମାଳାରେ ଝଲସୁଛି ଅଠରନଳା । ଅଧିକ ପଢନ୍ତୁ...

ନୂଆବର୍ଷରେ ନୂଆରୂପ ପାଇବ ଅଠରନଳା
ନୂଆବର୍ଷରେ ନୂଆରୂପ ପାଇବ ଅଠରନଳା
author img

By

Published : Dec 31, 2020, 10:33 AM IST

ପୁରୀ: ନୂଆବର୍ଷରେ ନୂଆରୂପ ପାଇବ ଅଠରନଳା। ଏହା ପୂର୍ବରୁ ଆଲୋକମାଳାରେ ଝଲସୁଛି ପୁରୀର ପ୍ରବେଶ ପଥ। ଏଥିସହ ସଫେଇ ଓ ମାଟିପୋତା କାମ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି।

ନୂଆବର୍ଷରେ ନୂଆରୂପ ପାଇବ ଅଠରନଳା

ନବକଳେବର ସମୟରେ ନିର୍ମାଣ ହୋଇଥିବା ଅଠରନଳା ପାର୍କକୁ ବି ନୂଆରୂପ ଦିଆଯାଇଛି। ନାଲି ରଙ୍ଗ ସାଙ୍ଗକୁ ଏଥିରେ ଧଳାର ଝୋଟି ପକା କାମ ବି ଆଗେଇ ଚାଲିଛି। ମୂଷାନଦୀକୁ ସଫା କରାଯାଇଛି। ସମ୍ପୂର୍ଣ୍ଣ ଅଠରନଳାକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।

ସେହିଭଳି ମୂଷାନଦୀରେ ନିର୍ମିତ ଗରୁଡ ପ୍ରତିମୂର୍ତ୍ତିଙ୍କୁ ବି ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଚାରିଆଡୁ ନାଲି, ନୀଳ ରଙ୍ଗର ଆଲୋକ ଉଭୟ ଅଠରନଳା ଓ ମୂଷାନଦୀର ସୌନ୍ଦର୍ଯ୍ୟ ବୃଦ୍ଧି କରିଛି।

ଏଠାରେ ଥିବା ପାର୍କରେ ନାନାଦି ସୋ ଗଛ ଲଗାଯାଇଛି। ସୂଚନାଥାଉକି, ପୁରାତନ ଐତିହ୍ୟ ଗାଥା ବହନ କରୁଥିବା ଅଠର ନଳା ବ୍ରିଜର ସଂରକ୍ଷଣ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଏହା ଉପରେ ଯାନ ବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.