ETV Bharat / city

ଭଗ୍ନ ସିଂହମୂର୍ତ୍ତି ଉଦ୍ଧାର ଘଟଣା: ଏମାର ମଠରେ ASI ଟିମ, ଖନନ ସ୍ଥାନର କଲା ଯାଞ୍ଚ - ଭଗ୍ନ ସିଂହମୂର୍ତ୍ତି ଉଦ୍ଧାର ଘଟଣା

ପୁରୀ ଏମାର ମଠରୁ ପ୍ରାଚୀନ ସିଂହମୂର୍ତ୍ତି ଉଦ୍ଧାର ପ୍ରସଙ୍ଗ । ଆଜି (ଗୁରୁବାର) ଏମାର ମଠରେ ASI ଟିମ ପହଞ୍ଚି ଖନନ ସ୍ଥାନକୁ ଯାଞ୍ଚ କରିଛି । ଅଧିକ ପଢନ୍ତୁ

ଭଗ୍ନ ସିଂହମୂର୍ତ୍ତି ଉଦ୍ଧାର ଘଟଣା: ଏମାର ମଠରେ ASI ଟିମ, ଖନନ ସ୍ଥାନର କଲା ଯାଞ୍ଚ

author img

By

Published : May 19, 2022, 4:40 PM IST

Updated : May 19, 2022, 8:53 PM IST

ପୁରୀ: ଏମାର ମଠରୁ ପ୍ରାଚୀନ ସିଂହମୂର୍ତ୍ତି ଉଦ୍ଧାର ପ୍ରସଙ୍ଗ । ମଠ ଖନନ ସ୍ଥାନରେ ପୁଣି ଏଏସଆଇ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଖନନ ସ୍ଥାନରୁ ମିଳିଥିବା ଗଙ୍ଗ ସାମ୍ରାଜ୍ୟ ସମୟର ଦୁଇଟି ସିଂହ ମୂର୍ତ୍ତିକୁ ପୁରୀ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ନିଆଯାଇଛି । ଏହି ମୂର୍ତ୍ତିର ସଂରକ୍ଷଣ ପାଇଁ ସେଠାରେ ପ୍ରକ୍ରିୟା ଆରମ୍ଭ ହେବ।

ଭଗ୍ନ ସିଂହ ମୂର୍ତ୍ତିକୁ ଦ୍ବୟକୁ ଟ୍ରାକ୍ଟର ଯୋଗେ ଏଏସଆଇ ପୁରୀ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ

ASIର ୬ ଜଣିଆ ଟିମ ଖନନ ସ୍ଥାନରେ ପହଞ୍ଚିବା ପରେ ଭଗ୍ନ ସିଂହ ମୂର୍ତ୍ତିକୁ ଦ୍ବୟକୁ ଅଖାରେ ଘୋଡାଇ ଟ୍ରାକ୍ଟର ଯୋଗେ ଏଏସଆଇ ପୁରୀ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ସୁରକ୍ଷା ମଧ୍ୟରେ ନେଇଛନ୍ତି । ସେଠାରେ ଏହି ମୂର୍ତ୍ତିର ପ୍ରାଚୀନତା ନେଇ ଅନୁସନ୍ଧାନ ହେବ । କିଛିଦିନ ପୂର୍ବେ ଏମାର ମଠ ଖନନ ସ୍ଥାନରେ ଭଗ୍ନ ସିଂହ ମୂର୍ତ୍ତି ପଡିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଗତ ୧୭ ତାରିଖରେ ଖନନ ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରିଥିଲା ଏଏସଆଇ ଟିମ ।

ଏମାର ମଠରେ ASI ଟିମ

ଅନୁଧ୍ୟାନ ସମୟରେ ଏକ କାନ୍ଥ ଅବଶିଷ୍ଟାଂଶ ଖନନ ସ୍ଥାନରୁ ମିଳିଥିବା ବେଳେ ଏହାର ପରୀକ୍ଷଣ କରାଯାଇ ରିପୋର୍ଟ ଦିଆଯିବ ବୋଲି କହିଥିଲେ ଏଏସଆଇ ସୁପରିଟେଣ୍ଡେଣ୍ଟ। ସେହିପରି ଉଦ୍ଧାର ହୋଇ ଥିବା ସିଂହ ମୂର୍ତ୍ତି ଦ୍ବୟ ଗଙ୍ଗ ସାମ୍ରାଜ୍ୟ ସମୟର ହୋଇଥାଇପାରେ ବୋଲି କହିଥିଲେ ଏଏସଆଇ ସୁପରିଟେଡେଣ୍ଟ ଅରୁଣ ମଲ୍ଲିକ । ତେବେ ଆଗାମୀ ଦିନରେ ଏଏସଆଇ ଅନ୍ୟ ଖନନ ସ୍ଥାନରେ GPRS ସର୍ଭେ କରୁଛି କି ନାହିଁ ସେ ନେଇ ସମସ୍ତଙ୍କ ନଜର ରହିଛି ।

ଏହା ବି ପଢନ୍ତୁ- Emar Mutt: ଭଗ୍ନ ସିଂହମୂର୍ତ୍ତି ଉଦ୍ଧାର ଘଟଣା, ସ୍ଥିତି ଅନୁଧ୍ୟାନ କଲା ASI

ସୂଚନା ଥାଉ କି ଏହି ମୂର୍ତ୍ତି ପ୍ରାୟ ୫ ଫୁଟ ଗଭୀରରେ ଥିବା ବେଳେ କ୍ରେନ ସାହାଯ୍ୟରେ ଉଦ୍ଧାର କରାଯାଇଛି । ଗୋଟିକିଆ ପଥରରେ ନିର୍ମିତ ଏହି ପ୍ରାଚୀନ ସିଂହ ମୂର୍ତ୍ତି ଠାବ ହେବା ପରେ ଅନ୍ୟ ଏକ ମୂର୍ତ୍ତୀ ଏବେ କେଉଁଠି ତାହାକୁ ନେଇ ପ୍ରଶ୍ନ ଉଠିଛି । ମଙ୍ଗଳବାର ଏଏସଆଇ ଟିମ ପୁରୀରେ ପହଞ୍ଚିବା ପରେ ବୈଷୟିକ ଟିମ ଉଦ୍ଧାର ମୂର୍ତ୍ତିର ନୁମନା ସଂଗ୍ରହ ସହ ଅନୁଧ୍ୟାନ କରିଥିଲା । ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପର ଅଶଂ ବିଶେଷ 2020 ରେ ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣରେ ଥିବା ଐତିହ୍ୟ ଏମାର ମଠକୁ ଭାଙ୍ଗିଥିଲା ପ୍ରଶାସନ । ହେଲେ ନିକଟରେ ଏହି ସ୍ଥାନକୁ ଖୋଳୁଛି ପ୍ରଶାସନ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 19, 2022, 8:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.