ETV Bharat / city

କଟକ ପରେ ପୁରୀରେ ଅଘଟଣ: ପୁଅ ପାଇଁ ଔଷଧ କିଣିବାକୁ ଯାଉଥିବାବେଳେ କଟିଲା ବେକ

author img

By

Published : Dec 27, 2021, 4:53 PM IST

ମାଞ୍ଜା ସୂତାରେ କଟିଲା ବେକ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ପୁଅ ପାଇଁ ଔଷଧ କିଣିବାକୁ ଯାଉଥିବାବେଳେ ଘଟିଲା ଅଘଟଣ । ଅଧିକ ପଢନ୍ତୁ

କଟକ ପରେ ପୁରୀରେ ଅଘଟଣ: ପୁଅ ପାଇଁ ଔଷଧ କିଣିବାକୁ ଯାଉଥିବାବେଳେ କଟିଲା ବେକ
କଟକ ପରେ ପୁରୀରେ ଅଘଟଣ: ପୁଅ ପାଇଁ ଔଷଧ କିଣିବାକୁ ଯାଉଥିବାବେଳେ କଟିଲା ବେକ

ପୁରୀ : ସିଲଭର ସିଟି ପରେ ଏବେ ପୁରୀରେ ଅଘଟଣ । ମାଞ୍ଜା ସୂତା ଲାଗି କଟିଲା ବେକ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ଜଣେ ବ୍ୟକ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ପୁରୀ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ର । ଡ଼ାକ୍ତରଖାନା ଛକସ୍ଥିତ ମାଳିଯାଗା ନିକଟରେ ଏ ଅଘଟଣ ଘଟିଛି ।

ଏହା ମଧ୍ୟ ପଢନ୍ତୁ:ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା, ୩ ଅଟକ

ସୂଚନା ଅନୁସାରେ, ଭଞ୍ଜବିହାରୀଙ୍କ ପୁଅ ଅସୁସ୍ଥ ଥିବାରୁ ସେ ଔଷଧ କିଣିବା ପାଇଁ ବଡ଼ଡାଣ୍ଡକୁ ଆସିଥିଲେ । ଏହି ସମୟରେ ଗୁଡିର ମାଞ୍ଜା ସୂତା ତାଙ୍କ ବେକରେ ଲାଗି ଯାଇଥିଲା । ଫଳରେ ତାଙ୍କ ବେକ କଟି ଯାଇଥିଲା । ସେ ଗୁରୁତର ହୋଇପଡିଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ପୁରୀରେ ମାଞ୍ଜା ସୂତା ବିକ୍ରି ନିଷିଦ୍ଧ କରିବାକୁ ଦାବି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.