ETV Bharat / city

ଶ୍ରୀରାଧା ପାଦ ଦର୍ଶନ ପ୍ରସ୍ତୁତି ବୈଠକ, ଯୋଗ ଦେଲେନି ସେବାୟତ - ସାକ୍ଷୀଗୋପାଳ ଖବର

ପୁରୀର ଦ୍ବିତୀୟ ବୃହତ୍ତମ ଗଣପର୍ବ ସାକ୍ଷୀଗୋପାଳର ମା’ ଶ୍ରୀରାଧାଙ୍କ ପାଦ ଦର୍ଶନ । ଏନେଇ ପ୍ରସାଶନ ପକ୍ଷରୁ ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଯାଛି । ଅଧିକ ପଢନ୍ତୁ...

ଶ୍ରୀରାଧା ପାଦ ଦର୍ଶନ ନେଇ ପ୍ରସ୍ତୁତି, ଯୋଗ ଦେଲେନି ସେବାୟତ କର୍ମକର୍ତ୍ତା
author img

By

Published : Oct 24, 2019, 10:06 PM IST

ପୁରୀ: ବିଭିନ୍ନ ଦାବି ନେଇ ବୈଠକ ବର୍ଜନ କରିଛନ୍ତି ସତ୍ୟବାଦୀ ଗୋପୀନାଥଦେବ ମନ୍ଦିର ସେବାୟତ । ଅଁଳା ନବମୀ ପୂଜାରେ ପ୍ରଶାସନ କୁ ସେବାୟତ ଅସହଯୋଗ କରିବେ । ଏଭଳି ଚରମ ନିଷ୍ପତ୍ତି ନେଇଛି ସକ୍ଷୀଗୋପାଳ ସେବାୟତ ସଂଘ ।

ଶ୍ରୀରାଧା ପାଦ ଦର୍ଶନ ନେଇ ପ୍ରସ୍ତୁତି, ଯୋଗ ଦେଲେନି ସେବାୟତ କର୍ମକର୍ତ୍ତା

ପରମ୍ପରା ଅନୁଯାୟୀ ଅସନ୍ତା ନଭେମ୍ବର ୫ ରେ ପବିତ୍ର ଅଁଳା ନବମୀ । ଏଥିପାଇଁ ଅନୁଷ୍ଠିତ ହୋଇଥିବା ପ୍ରଥମ ସମନ୍ବୟ ବୈଠକରେ ସେବାୟତ ପ୍ରତିନିଧି ଯୋଗ ଦେଇ ନାହାଁନ୍ତି । ପାଉଣା ପ୍ରଦାନରେ ପ୍ରଶାସନର ଅବହେଳା ଓ ସେବୟତ ଙ୍କୁ ଅସମ୍ନାନ ପ୍ରତିବାଦରେ ବୈଠକରେ ସମିଲ ହୋଇ ନାହାନ୍ତି ସେବାୟତ ।

ପ୍ରତ୍ୟେକ ଦିନ ଭଳି ପବିତ୍ର ଆଁଳା ନବମୀ ଦିନ ମଧ୍ୟ ସମାନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବ । ପ୍ରଶାସନର ନୀତି ନିୟମକୁ ସେବକମାନେ ମାନିବେ ନାହିଁ ବୋଲି ରୋକ ଠୋକ କହିଛନ୍ତି । ଏହି ଘଟଣା ସମ୍ନାକୁ ଆସିବା ପରେ ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ପବିତ୍ର ଅଁଳା ନବମୀରେ ଓଡିଆଣୀ ବେଶରେ ଦର୍ଶନ ଦେବେ ମାଆ ଶ୍ରୀରାଧା । ମାଆଙ୍କ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ଏଥିପାଇଁ ମନ୍ଦିର କାର୍ଯ୍ୟାଳୟ ପାନ୍ଥଶାଳାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ କୁ ଦୃଷ୍ଟିରେ ରଖି ବୈଠକରେ ଆଇନଶୃଙ୍ଖଳା, ଯାନବାହନ ନିୟନ୍ତ୍ରଣ, ଅଗ୍ନିଶମ ସେବା, ବ୍ୟାରିକେଟ୍ ନିର୍ମାଣ, ରାସ୍ତା ମରାମତି, ବିଦ୍ୟୁତ ସେବା, ସ୍ବାସ୍ଥ୍ୟ, ପରିମଳ, ପାନୀୟ ଜଳ ଓ ସଫେଇ କାର୍ଯ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା ।

ଯଥାଶୀଘ୍ର ଉକ୍ତ ବିଭାଗର କାର୍ଯ୍ୟ କିଭଳି ଭାବରେ ତ୍ବରାନ୍ବିତ ହେବ ସେଥିପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ବୈଠକରେ ସେବାୟତ ଯୋଗ ଦେଇନଥିବାରୁ ସେବାପୂଜା ଉପରେ ଅଧିକ ଆଲୋଚନା ହୋଇପାରିନଥିଲା । ଚଳିତବର୍ଷ ପ୍ରତ୍ନତତ୍ବ ବିଭାଗ ହାତରେ ରହିବ ଭିଆଇପି ପାସ୍‌ ବ୍ୟବସ୍ଥା ।

ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ସେବାୟତ ମାନଙ୍କ ବୈଠକ ବର୍ଜନର କାରଣ ଉପରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ବୈଠକରେ ପୁରୀ ଉପ ଜିଲ୍ଲାପାଳ, ଏସପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରାଧା ପାଦ ଦର୍ଶନ ନେଇ ପ୍ରସ୍ତୁତି ବୈଠକBody:ବିଭିନ୍ନ ଦାବି ନେଇ ବୈଠକ ବର୍ଜନ କରିଛନ୍ତି ସତ୍ୟବାଦୀ ଗୋପୀନାଥଦେବ ମନ୍ଦିର ସେବାୟତ । ଅଁଳା ନବମୀରେ ପୂଜାରେ ଯୋଗ ପ୍ରଶାସନ କୁ ସହଯୋଗ ଦେବେନି ସେବାୟତ । ଏଭଳି ଚରମ ନିଷ୍ପତି ନେଇଛନ୍ତି ଗୋପିନାଥଦେବ ମନ୍ଦିର ସେବାୟତମାନେ । ଅସନ୍ତା ନଭେମ୍ବର ୫ତାରିଖରେ ପବିତ୍ର ଅଁଳା ନବମୀରେ ରାଧା ପାଦ ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ । ଏଥିପାଇଁ ଅନୁଷ୍ଠିତ ହୋଇଥିବା ପ୍ରଥମ ପ୍ରସ୍ତୁତି ବୈଠକରେ ଯୋଗ ଦେଲେନି ସେବାୟତ । ପ୍ରାପ୍ୟ ପାଉଣା ପ୍ରଦାନ ରେ ପ୍ରଶାସନ ର ଅବହେଳା ଓ ସେବୟତ ଙ୍କୁ ଅସନମାନ ପ୍ରତିବାଦ ରେ ବୈଠକରେ ସମିଲ ହୋଇ ନାହାନ୍ତି ସେବକମାନେ । ତେବେ ପବିତ୍ର ଆଁଳା ନବମୀ ଯେଭଳି ସେବା ପୂଜା କରାଯାଏ ତାହା ଅନୁଷ୍ଠିତ ହେବ। ତେବେ ପ୍ରଶାସନ ର ନୀତି ନୀୟମ କୁ ସେବକମାନେ ମାନିବେ ନାହିଁ ବୋଲି ରୋକ ଠୋକ କହିଛନ୍ତି। ତେବେ ଏହି ଘଟଣା ସମ୍ନାକୁ ଆସିବା ପରେ ଶୃଂଖଳିତ ନୀତିକାନ୍ତି ଓ ଦର୍ଶନ ନେଇ ଅସଙ୍କା ସୃଷ୍ଟି ହୋଇଛି।
ପବିତ୍ର ଅଁଳା ନବମୀରେ ଓଡିଆଣି ବେଶରେ ଦର୍ଶନ ଦେବେ ମାଆ ରାଧା । ମାଆଙ୍କ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ଏଥିପାଇଁ ଗୋପିନାଥ ମନ୍ଦିର ପାନ୍ଥଶାଳାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ କୁ ଦୃଷ୍ଟିରେ ରଖି ବୈଠକରେ ଆଇନିଶୃଙ୍ଖଳା, ଯାନବାହନ ନିୟନ୍ତ୍ରଣ, ଅଗ୍ନିଶମ ସେବା, ବ୍ୟାରିକେଟ୍ ନିର୍ମାଣ, ରାସ୍ତା ମରାମତି, ବିଦ୍ୟୁତ ସେବା, ସ୍ବାସ୍ଥ୍ୟ, ପରିମଳ, ପାନିୟ ଜଳ ଓ ସଫେଇ କାର୍ଯ୍ୟ ସଂପର୍କରେ ଆଲୋଚନା ହୋଇଥିଲା । ଯଥାଶୀଘ୍ର ଉକ୍ତ ବିଭାଗର କାର୍ଯ୍ୟ କିଭଳି ଭାବରେ ତ୍ୱରାନ୍ୱିତ ହେବ ସେଥିପାଇଁ ଉକ୍ତ ବିଭାଗକୁ ନିଦେର୍ଶ ଦିଆଯାଇଛି । କିନ୍ତୁ ବୈଠକରେ ସେବାୟତ ଯୋଗ ଦେଇନଥିବା ଯୋଗୁ ଅଧିକ ଆଲୋଚନା ହୋଇପାରିନଥିଲା । ଚଳିତବର୍ଷ ପତ୍ନତତ୍ୱ ବିଭାଗ ହାତରେ ରହିବ ଭିଆଇପି ପାସ୍‌ ବ୍ୟବସ୍ଥା । ଗଣମାଧ୍ୟମ ପାଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସେବାୟତ ମାନଙ୍କ ବୈଠକ ବର୍ଜନର କାରଣ ଉପରେ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ଏହି ବୈଠକରେ ପୁରୀ ଉପ ଜିଲ୍ଲାପାଳ , ଏସପି ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ବାଇଟ,, 1,, ଉମାକାନ୍ତ ସାମନ୍ତରାୟ, ବିଧାୟକ, ସତ୍ୟବାଦୀ
ବାଇଟ,,2 ମନ୍ଦିର ସେବକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.