ETV Bharat / city

ଅଣସର ଘରେ ଶ୍ରୀଜିଉ: ଗୁପ୍ତସେବାରେ ଲାଗିଛନ୍ତି ପତିମହାପାତ୍ର-ଦଇତାପତି

author img

By

Published : Jun 16, 2022, 4:16 PM IST

ଶ୍ରୀମନ୍ଦିର ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବା । ଅଣସର ନୀତି ବେଳେ ଘଣ୍ଟି ବାଜେ ନାହିଁ କି ତୁଳସୀ ଲାଗି ହୁଏ ନାହିଁ । ଅଧିକ ପଢ଼ନ୍ତୁ

ଅଣସର ଘରେ ମହାପ୍ରଭୁ, ଗୁପ୍ତସେବା କରୁଛନ୍ତି ପତିମହାପାତ୍ର ଓ ଦଇତାପତି

ପୁରୀ: ସ୍ନାନବେଦୀରେ ୧୦୮ ଗରା ଜଳରେ ସ୍ନାନକରି ଜ୍ଵରରେ ପୀଡ଼ିତ ହୋଇଛନ୍ତି ଦାରୁବ୍ରହ୍ମ । ଶ୍ରୀମନ୍ଦିର ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଗୁପ୍ତସେବା । ବାହାରେ ତାଟି ବନ୍ଧାଯାଇ ମହାପ୍ରଭୁଙ୍କ ପଟି ଦିଅଁଙ୍କ ସମେତ ଦଶାବତାର ଠାକୁରଙ୍କୁ ପୂଜା କରାଯାଉଛି । ପଟିଦିଅଁଙ୍କ ବିଭିନ୍ନ ନୀତିକାନ୍ତି ପରେ ଭକ୍ତ ଦର୍ଶନ କରୁଛନ୍ତି । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଶ୍ରୀନାରାୟଣ, ଶ୍ରୀବଳଭଦ୍ରଙ୍କ ପାଇଁ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ଭୁବନେଶ୍ଵରୀଙ୍କୁ ପୂଜା କରାଯାଉଛି ।

ଜୟବିଜୟ ଦ୍ଵାର ବନ୍ଦ ପରେ ଅଣସର ଘରେ ପତିମହାପାତ୍ର ଏବଂ ଦଇତାପତି ଭିତରେ ପ୍ରବେଶ କରି ଦାରୁବ୍ରହ୍ମଙ୍କ ଗୁପ୍ତସେବା କରୁଛନ୍ତି । ଠାକୁରଙ୍କୁ ପଣାଭୋଗ କରାଯାଇଛି । ଅଣସର ସମୟରେ ଦାରୁବ୍ରହ୍ମଙ୍କୁ ପଣା, ଚକଟା ଏବଂ ଫଳ ଭୋଗ କରାଯିବା ବିଧି ରହିଛି । ମହାପ୍ରଭୁ ସୁସ୍ଥ ନହେବା ଯାଏଁ ଏହିପରି ଗୁପ୍ତସେବା କରାଯିବ । ପ୍ରଭୁଙ୍କୁ ଭୋଗ ସମୟ ରେ ଘଣ୍ଟି ବାଜିବ ନାହିଁ । ମହାପ୍ରଭୁ ଶୁକ୍ଲ ଫୁଲ ଏବଂ ସୂତାବସ୍ତ୍ର ପରିଧାନ କରିବେ । ଓଡ଼ିଆମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରି ତେଲ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ମାଲିସ କରାଯିବା ପରେ ଜ୍ଵରପୀଡ଼ା ଲାଘବ ହେବ । ଏହାପରେ ପ୍ରଭୁଙ୍କୁ ଦଶମୂଳ ମହୋଷଧୂ ଅର୍ପଣ କରାଯିବା ସହ ଖଳିଲାଗି କରାଯିବ ।

ଦଶମୀ ତିଥିରେ ସୁସ୍ଥ ହୋଇ ପ୍ରଭୁ ଚକାବିଜେ କରିବେ । ଏକାଦଶୀରେ ଖଳିଲାଗି, ଦ୍ଵାଦଶୀରେ ରାଜପ୍ରାସାଦ ବିଜେ, ତ୍ରୟୋଦଶୀରେ ଘଣାଲାଗି, ଚତୁର୍ଦ୍ଦଶୀରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଆଗାମୀ ୨୯ ତାରିଖ ଦିନ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ । ଜୁଲାଇ ୧ ତାରିଖ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.