ETV Bharat / city

ଜ୍ବରରେ ଜର୍ଜରିତ ଦାରୁବ୍ରହ୍ମ, ଗୁପ୍ତ ଚିକିତ୍ସାରେ ସୁସ୍ଥ ହୁଅନ୍ତି ସାଆନ୍ତେ - ଅଣସର ଘର ଗୁପ୍ତ ଚିକିତ୍ସା

ସ୍ନାନବେଦୀରେ 108 ଗରା ସୁବାସିତ ଜଳରେ ମହାସ୍ନାନ କରି ହାତୀ ବେଶରେ ଦର୍ଶନ ଦେବା ପରେ ପରମେଶ୍ବରଙ୍କୁ ଜ୍ୱର ଧରିଛି, ଅସୁସ୍ଥ ହୋଇ ପଡିଛନ୍ତି ମହାପ୍ରଭୁ। ଶ୍ରୀଅଙ୍ଗକୁ ଲାଗିଛି ବାଧା। ଭାବଗ୍ରାହୀ ଭଗବାନଙ୍କୁ ସ୍ନାନବେଦୀରୁ ସିଧାସଳଖ ଅଣସର ପିଣ୍ଡି‌କୁ ନିଆଯାଇଛି। ଜାଣନ୍ତୁ ଅଣସର ଘର ଗୁପ୍ତ ଚିକିତ୍ସା ବିଷୟରେ...

anasara-rituals-holy-trinity-suffer-fever-special-treatment-for-deities-begin
ଜ୍ବରରେ ଜର୍ଜରିତ ବ୍ରହ୍ମଦାରୁ, ଗୁପ୍ତ ଚିକିତ୍ସାରେ ସୁସ୍ଥ ହୁଅନ୍ତି ସାଆନ୍ତେ
author img

By

Published : Jun 6, 2020, 6:02 AM IST

ପୁରୀ: ସ୍ନାନବେଦୀରେ 108 ଗରା ସୁବାସିତ ଜଳରେ ମହାସ୍ନାନ କରି ହାତୀ ବେଶରେ ଦର୍ଶନ ଦେବା ପରେ ପରମେଶ୍ବରଙ୍କୁ ଜ୍ବର ଧରିଛି, ଅସୁସ୍ଥ ହୋଇ ପଡିଛନ୍ତି ମହାପ୍ରଭୁ । ଶ୍ରୀଅଙ୍ଗକୁ ଲାଗିଛି ବାଧା । ଭାବଗ୍ରାହୀ ଭଗବାନଙ୍କୁ ସ୍ନାନବେଦୀରୁ ସିଧାସଳଖ ଅଣସର ପିଣ୍ଡି‌କୁ ନିଆଯାଇଛି। ସେଠାରେ ଦଇତା ଆରମ୍ଭ କରିବେ ଗୁପ୍ତ ସେବା । ୧୪ ଦିନ ଅଣସର ଘରେ ରହି ଚାଲିବ ଗୁପ୍ତ ଚିକିତ୍ସା । ତା'ପରେ ରଥଯାତ୍ରା ପୂର୍ବଦିନ ନବଯୌବନ ବେଶରେ ଦର୍ଶନ ଦେବେ ମହାବାହୁ ।

ଜ୍ବରରେ ଜର୍ଜରିତ ବ୍ରହ୍ମଦାରୁ, ଗୁପ୍ତ ଚିକିତ୍ସାରେ ସୁସ୍ଥ ହୁଅନ୍ତି ସାଆନ୍ତେ

ଆଷାଢ କୃଷ୍ଣପକ୍ଷ ପ୍ରତିପଦା(ସ୍ନାନପୂର୍ଣ୍ଣିମା)ଠାରୁ ପନ୍ଦର ଦିନ ପର୍ଯ୍ୟନ୍ତ, ଶ୍ରୀଜଗନ୍ନାଥ, ମହାପ୍ରଭୁ ଗୁପ୍ତ ବାସ କରନ୍ତି । ଦେବସ୍ନାନ ପୂର୍ଣ୍ଣିମା ଓ ନେତ୍ରୋତ୍ସବର ମଧ୍ୟବର୍ତ୍ତୀ ପନ୍ଦର ଦିନ ଏହି ନିବାସ ଅଟେ । ଏହି ସମୟରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ନିଷିଦ୍ଧ । ଅଣସର ସମୟରେ ଖାଲି ଥିବା ରତ୍ନ ସିଂହାସନରେ ପଟ୍ଟିଦିଅଁ ଓ ଦଶାବତାର ଠାକୁର ପାଆନ୍ତି ପୂଜା ।

ଶ୍ରୀଜଗନ୍ନାଥ ମନ୍ଦିରର କଳାହାଟ ଦ୍ବାର ଏବଂ ଭିତର କାଠ ମଧ୍ୟରେ ଥିବା ସ୍ଥାନକୁ ଅଣସର ଘର କୁହାଯାଏ । ଏହି ଗୁପ୍ତ ଗୃହ ମଧ୍ୟରେ ନୀଳାଦ୍ରିନାଥଙ୍କ ଗୁପ୍ତ ଚିକିତ୍ସା କରାଯାଇଥାଏ । ଶ୍ରୀମନ୍ଦିର ଭିତରେ ଥିବା ବଲ୍ଲଭ ପିଣ୍ଡି ଅଣସର ପିଣ୍ଡି ଭାବେ ଅବିହିତ । ଏହି ପିଣ୍ଡିରେ ଅସୁସ୍ଥ ଠାକୁରମାନଙ୍କୁ ବୈଦ୍ୟଙ୍କ ପରାମର୍ଶ ମୁତାବକ ପତି ମହାପାତ୍ର ଓ ଦଇତାପତି ସେବାୟତମାନେ ଗୁପ୍ତ ସେବା କରିଥାନ୍ତି । ଅଣସରରେ ଥାଇ ଶ୍ରୀବିଗ୍ରହଙ୍କୁ ଜ୍ବରରୁ ଆରୋଗ୍ୟ ନିମନ୍ତେ ସେବନ ପାଇଁ ଦଶମୂଳ ପାଚନ ଅର୍ପଣ କରାଯାଇଥାଏ ।

ଅଣସର ସମୟରେ ଶ୍ରୀଜୀଉଙ୍କୁ କେବଳ ଫଳମୂଳ ଓ ପଣା ଆଦି ଅର୍ପଣ କରାଯାଏ । ଅଣସରନୀତିରେ ମହାପ୍ରଭୁଙ୍କ ସମସ୍ତ ଗୁପ୍ତ ନୀତିକାନ୍ତି ନିହିତ ଥାଏ । ଏହି ଚିକିତ୍ସା ସମୟରେ ପ୍ରବଳ ଜ୍ବରରେ ଠାକୁରଙ୍କ ପାଖରେ ଅବଢା କି କୈାଣସି ପ୍ରକାରର ଶଙ୍ଖୁଡି ଭୋଗ ଲାଗି କରାଯାଇନଥାଏ । ଏହି ସମୟରେ ଶୁଖିଲି ଭୋଗ ଅପର୍ଣ କରାଯାଏ । ସ୍ନାନପୂର୍ଣ୍ଣିମାରେ ଜଳରେ ତିନ୍ତି ଯାଇଥିବା ଅଙ୍ଗବସ୍ତ୍ରକୁ ଫିଟାଇ ଦିଆଯାଏ । ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ । ଶ୍ରୀଅଙ୍ଗରୁ ଝୁଣାରେ ପ୍ରସ୍ତୁତ ଚନ୍ଦନର ଲେପ ଛଡା ଯାଏ । ଏହି ସମୟରେ ଜ୍ବରରେ ଜର୍ଜରିତ ପ୍ରଭୁଙ୍କ ପୀଡା କମିବା ପାଇଁ ଦେହରେ ଫୁଲୁରୀ ତେଲକୁ ଘର୍ଷଣ କରାଯାଏ । ପରେ ପରେ ପର୍ଯ୍ୟାୟ କ୍ରମେ ଚନ୍ଦନ ଲାଗି, ଖଡ଼ି ଲାଗି, ଓଷୁଅ ଲାଗି ଓ ରାଜ ପ୍ରସାଦ ବିଜେ, ଘଣା ଲାଗି ଓ ପାଟ ଡୋରୀ ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ , ବନକ ଲାଗି ଏହି ଭଳି ଭାବରେ ମହାପ୍ରଭୁଙ୍କ ଗୁପ୍ତ ନୀତି ସମାପନା କରାଯାଇଥାଏ । ଚତୁର୍ଦଶୀ ରାତ୍ରରେ ଶ୍ରୀଜୀଉଙ୍କ ନବଯୌବନ ବେଶ ଧାରଣ କରି ନେତ୍ରୋତ୍ସବ ଲାଗି ବିଜେ ହୁଅନ୍ତି । ରଥଯାତ୍ରା ପୂର୍ବରୁ ଅଣସର ପରେ ଏହାକୁ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ବୋଲି କୁହାଯାଏ ।

ମହାବିଗ୍ରହଙ୍କ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୂର୍ଣ୍ଣଫଳ ମିଳିଥାଏ । ବିଶ୍ବାସ ଓ ଆସ୍ଥା ଯେ ଏହି 15 ଦିନ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସମଫଳ ପ୍ରାପ୍ତି ହୋଇଥାଏ ।

ବ୍ୟୁରୋ ଇନ୍‌ପୁଟ୍‌ ସହ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.