ETV Bharat / city

କୋଭିଡ ଟିକା ନେବା ପରେ ଜଣଙ୍କ ମୃତ୍ୟୁ ଅଭିଯୋଗ - puri district news

କୋଭିଡ ଟିକା ନେବା ପରେ ଜଣେ ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

କୋଭିଡ ଟିକା ନେବା ପରେ 55 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ

author img

By

Published : Apr 5, 2021, 3:40 PM IST

ପୁରୀ: କୋଭିଡ ଟିକା ନେବା ପରେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ବ୍ରହ୍ମଗିରିର ନହର ବାଲି ଗ୍ରାମରୁ । ଗାଁର 55 ବର୍ଷୀୟ ବାସୁଦେବ ସାହୁ ଟିକା ନେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛି ପରିବାର । ତେବେ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ଏସସିବି ମେଡ଼ିକାଲ କଲେଜକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁରୀ ଏଡିଏମଓ କହିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି (ରବିବାର) ବାସୁଦେବ ସାହୁ କୋଭିଡ ଟିକାର ପ୍ରଥମ ଡୋଜ ନେଇଥିଲେ। ତେବେ ରାତିରେ ଜ୍ବର ଆସିବା ସହ ସେ ନିଶ୍ବାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମେଡ଼ିକାଲରେ ବାସୁଦେବଙ୍କୁ ପହଞ୍ଚେଇବାବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଡ଼ାକ୍ତର କହିଥିଲେ। ମୃତ ବାସୁଦେବଙ୍କ ମଧୁମେହ ଓ ଉଚ୍ଚ ରକ୍ତ ଚାପ ଥିବା ସହ ସେ ଚିକିତ୍ସିତ ହେଉଥିବା ପୁରୀ ଏଡିଏମଓ କହିଛନ୍ତି । ତାଙ୍କ ସହ ଅନ୍ୟ ଯେଉଁମାନେ ଟିକାଗ୍ରହଣ କରିଥିଲେ ସେମାନଙ୍କର କୌଣସି ସମସ୍ୟା ଦେଖାଯାଇନାହିଁ । ଏଣୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବା ନେଇ କହିଛନ୍ତି ଏଡିଏମଓ ।

ପୂର୍ବରୁ ମଧ୍ୟ ପୁରୀରେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କ କୋଭିଡ ଟୀକା ନେବାର କିଛି ଘଣ୍ଟା ପରେ ମୃତ୍ୟୁ ହୋଇ ଥିବା ଅଭିଯୋଗ ହୋଇଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟରେ କିନ୍ତୁ ଉକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୃଦଘାତ ଜନିତ ବୋଲି ଜଣାପଡିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.