ପୁରୀ: କଣାସରେ ଦଳିତ ପରିବାରୁ ଆକ୍ରମଣ ପଛରେ ରହିଛି ସତ୍ୟବାଦୀ ବିଧାୟକ ଓ ବଡାସ ସରପଞ୍ଚଙ୍କ ସମ୍ପୃକ୍ତି। ରାଜନୈତିକ ଚାପରେ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଛି ପୋଲିସ । ଆଜି ସାମ୍ବାଦିକ ସମ୍ମିଳନୀରେ ଏପରି ସଙ୍ଗୀନ ଅଭିଯୋଗ କରିଛି ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ ।
ଆଜିର ପ୍ରେସମିଟରେ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବାଦଲପୁରର ଶାସକ ଦଳର କର୍ମୀଥିବା ସୋମ୍ୟକାନ୍ତ ବେହେରାଙ୍କ ଦଳ ପରିବର୍ତ୍ତନ ଚର୍ଚ୍ଚା ହେବା ପରେ ଏହାକୁ ସହଜର ଗ୍ରହଣ କରିପାରିନଥିଲେ ବିଧାୟକ ଉମା ସାମନ୍ତରାୟ । ଗୁଣ୍ଡାଙ୍କୁ ଲଗାଇ ସୋମ୍ୟକାନ୍ତ ପାରିବାରକୁ ଆକ୍ରମଣ କରାଇଥିଲେ ବିଧାୟକ। ଏହି ଘଟଣାରେ ଥାନାରେ ଅଭିଯୋଗ ହେବା ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ ବସିଥିବା ଅଭିଯୋଗ କରିଛି ଦଳିତ ଆଦିବାସୀ ମହାସଂଘ ।
ସେହିପରି ଅନ୍ୟ ଏକ ଘଟଣା ଅନୁସାରେ, ବଡ଼ାଶ ଗ୍ରାମର ଭାନୁମତି ଭୋଇଙ୍କ ପରିବାରକୁ ମରଣାତ୍ମକ ଆକ୍ରମଣ, ଘରକୁ ଭାଙ୍ଗି ସମ୍ପୂର୍ଣ୍ଣ ମାଟିରେ ମିଶାଇବା ଘଟଣାର ମୁଖ୍ୟ ଅଭିଯୁକ୍ତ ବଳରାମ ପଲେଇକୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିନାହିଁ । ଯାହାକୁ ନେଇ ମଧ୍ୟ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ତେବେ ଏହି ଦୁଇ ଘଟଣାରେ ଯଦି, ପୋଲିସ ପ୍ରଶାସନ ପକ୍ଷରୁ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ