ETV Bharat / city

ପିପିଲି ନିର୍ବାଚନ ବିଗୁଲ ବାଜିବା ପରେ ରାଜନୈତିକ ଶିବିର ଚଳଚଞ୍ଚଳ

author img

By

Published : Sep 5, 2021, 9:41 PM IST

ପିପିଲି ନିର୍ବାଚନ ବିଗୁଲ ବାଜିବା ପରେ ବିଜେଡି ଶିବିର ଚଳଚଞ୍ଚଳ ହୋଇ ଉଠିଛି । ପିପିଲି ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତ ହେଉଛନ୍ତି । ଅଧିକ ପଢ଼ନ୍ତୁ...

ପିପିଲି ନିର୍ବାଚନ ବିଗୁଲ ବାଜିବା ପରେ ରାଜନୈତିକ ଶିବିର ଚଳଚଞ୍ଚଳ
ପିପିଲି ନିର୍ବାଚନ ବିଗୁଲ ବାଜିବା ପରେ ରାଜନୈତିକ ଶିବିର ଚଳଚଞ୍ଚଳ

ପୁରୀ: ପିପିଲି ନିର୍ବାଚନ ବିଗୁଲ ବାଜିବା ପରେ ବିଜେଡି ଶିବିର ଚଳଚଞ୍ଚଳ ହୋଇ ଉଠିଛି । ପିପିଲି ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତ ହେଉଛନ୍ତି । ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ଗଡ଼ କୁହାଯାଉଥିବା ପିପିଲିର ବିଜେଡି ଆସନକୁ ବିଜେପି ଅକ୍ତିଆର କରି ରାଜ୍ୟ ରାଜନିତୀରେ ଇତିହାସ ସୃଷ୍ଟି କରିବାର ସ୍ଵପ୍ନ ଦେଖୁଛି । ସେପଟେ ବିଜେଡି ତାର ଗଡ଼ ରକ୍ଷା କରିବାର ଦମ୍ଭୋକ୍ତି ପ୍ରକାଶ କରିଛି । ବର୍ଷବର୍ଷ ଧରି ବିରୋଧୀ ଆସନରେ ରହିଆସୁଥିବା କଂଗ୍ରେସ ପିପିଲିରେ ବାଜିମାତ କରିବା କଥା ଦୋହରାଇଛି ।

ଦୀର୍ଘ 35 ବର୍ଷ ପରେ ପିପିଲି ବିଧାନସଭା ଆସନ ନୂଆ ଚେହେରା ଦେଖିବାକୁ ଯାଉଛି । ଭୋଟର ବାଛିବେ ସେମାନଙ୍କର ମନ ପସନ୍ଦର ବିଧାୟକ । ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଏହି ନିର୍ଵାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ବିଜେଡିର ରୁଦ୍ର ପ୍ରତାପ ମହାରଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ଚାଲିଛି । କିନ୍ତୁ ଅକ୍ଟୋବର 3 ତାରିଖରେ କିଏ ପିପିଲି ଆସନରେ ବାଜିମାତ କରି ନିର୍ଵାଚିତ କରିବେ ତାହା ସ୍ପଷ୍ଟ ହେବ । ନିର୍ଵାଚନ ପାଇଁ ବିଧିବଦ୍ଧ ଭାବରେ ତାରିଖ ଘୋଷଣା ପରେ ପୁଣି ଚଳଚଞ୍ଚଳ ହୋଇ ପଡ଼ିଛି ରାଜନୈତିକ ଦଳର ଶିବିର ।

କୋଭିଡ ସଂକ୍ରମଣ ଯୋଗୁଁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । କିନ୍ତୁ ନିର୍ବାଚନ ତାରିଖ ଘୋଷଣା ପରେ ଗତ କିଛି ମାସ ଧରି ବନ୍ଦ ରହିଥିବା ନିର୍ବାଚନ ପ୍ରଚାର, କର୍ମୀ ସମ୍ମିଳନୀ ପୁନଃ ଆରମ୍ଭ ହୋଇଛି । ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରି ଦେଲେଣି ବିଜେଡି ଓ ବିଜେପି । ବିଜେଡି ଆଜି(ରବିବାର) ପିପିଲି ବିଜୁ ଜନତା ଦଳ କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକ ମାଧ୍ୟମରେ ମହିଳା ସମାବେଶ କରି ମହିଳାଙ୍କ ଭୋଟକୁ ହାତେଇବାକୁ ଉଦ୍ୟମ ଆରମ୍ଭ କରିଛି । ବିଜେଡି ସପକ୍ଷରେ ପିପିଲି ନିର୍ବାଚନ ମଣ୍ଡଳୀର ମହିଳା ଭୋଟରଙ୍କ ଭୋଟ ଯିବ ବୋଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଶାବାଦୀ ରହିଛନ୍ତି । ଅନ୍ୟପଟେ ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଏବଂ ପିପିଲି ନିର୍ବାଚନରେ ବିଜେଡି ଭଲ ଫଳାଫଳରେ ବିଜୟ ହାସଲ କରିବ ବୋଲି ବିଜେଡି ନେତା ସମୀର ରଞ୍ଜନ ଦାଶ କହିଛନ୍ତି ।

ସେପଟେ ଏଥର ନିଶ୍ଚିତ ପିପିଲିବାସୀ ବିଜେପିକୁ ଜିତାଇବେ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଆବାସ ଯୋଜନାରେ ଦୁର୍ନୀତି, ଫନି ସହାୟତା ଦୁର୍ନୀତି ଏବଂ ପିପିଲି ଅଞ୍ଚଳର ବିକାଶକୁ ନେଇ ବିଜେଡି ଅବହେଳା କରିଥିବା ହେତୁ ଏଥର ଉପନିର୍ବାଚନରେ ପିପିଲି ନିର୍ବାଚନ ମଣ୍ଡଳବାସୀ ବିଜେଡିକୁ ଉପଯୁକ୍ତ ଜବାବ ଦେବେ ବୋଲି ଆଶ୍ରିତ ପଟ୍ଟନାୟକ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.