ETV Bharat / city

ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ - ରାଜନୈତିକ ଦଳ ବୈଠକ ପୁରୀ

ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପୁରୀରେ ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ-ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ...

ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ

author img

By

Published : Oct 27, 2021, 10:30 AM IST

ପୁରୀ: ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପୁରୀରେ ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ-ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରିରହିଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳଗୁଡିକର ବୈଠକ ଅନୁଷ୍ଠିତ ହୋଇଛି ।

ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ଆସନ୍ତା ଜାନୁୟାରୀ ପହିଲା ପର୍ଯ୍ୟନ୍ତ ୧୮ ବର୍ଷ ବୟସ ହେଉଥିବ ସେମାନେ ନୂତନ ଭୋଟର ଭାବେ ନାମ ପଞ୍ଜିକରଣ କରି ପାରିବେ । ନୂତନ ଭୋଟର ଭାବେ ପଞ୍ଜିକରଣ ପାଇଁ ଫର୍ମ-୬, ପ୍ରବାସୀ ଭାରତୀୟମାନଙ୍କ ପଞ୍ଜିକରଣ ପାଇଁ ଫର୍ମ -୬ କ, ଭୋଟର ତାଲିକାରୁ ନାମ ବାଦ ପାଇଁ ଫର୍ମ-୭, ତ୍ରୁଟି ସଂଶୋଧନ ପାଇଁ ଫର୍ମ-୮, ସ୍ଥାନାନ୍ତରଣ ପାଇଁ ଫର୍ମ-୮ କ ମାଧ୍ୟମରେ ବୁଥସ୍ତରରେ ବିଏଲଓମାନଙ୍କ ନିକଟରେ ଆବେଦନ କରିପାରିବେ । ଏହି କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୧ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆସନ୍ତା ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗଗୁଡିକର ସମାଧାନ କରାଯାଇ ଆସନ୍ତା ବର୍ଷ ଜାନୁୟାରୀ ୫ ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଭୋଟର ହେଲ୍ପଲାଇନ ଆପ, National Voter Service Portal ଏବଂ ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ଭୋଟରମାନେ ସେମାନଙ୍କ ତଥ୍ୟ ପାଇପାରିବେ । ଉପଜିଲ୍ଲାପାଳ ଓ ସମସ୍ତ ବି.ଡି.ଓମାନଙ୍କ କାର୍ଯ୍ୟାଳୟରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି । କୌଣସି ଭୋଟର ଯେପରି ଭୋଟ ଦାନରୁ ବଞ୍ଚିତ ନ ହୁଅନ୍ତି ଏଥିପାଇଁ ଆସନ୍ତା ୭ ଓ ୨୧ ରେ ସ୍ବତନ୍ତ୍ର ଅଭିଯାନ ଦିବସ ପାଳନ କରାଯିବ । ବୁଥସ୍ତରୀୟ ଅଧିକାରୀମାନେ ବୁଥଗୁଡିକରେ ଉପସ୍ଥିତ ରହିବେ । ଜିଲ୍ଲାରେ ୭ ଲକ୍ଷ ୧୫ ହଜାର ୯୧୨ ପୁରୁଷ, ୬ ଲକ୍ଷ ୬୮ ହଜାର ୨୮୮ ମହିଳା ଓ ଅନ୍ୟାନ୍ୟ ୬୯ ଜଣଙ୍କୁ ମିଶାଇ ମୋଟ ୧୩ ଲକ୍ଷ ୮୪ ହଜାର ୨୬୯ ଜଣ ଭୋଟର ଅଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.