ETV Bharat / city

ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଅତିରିକ୍ତ ଡିଜି

author img

By

Published : Feb 15, 2022, 8:03 PM IST

ଆସନ୍ତା ୧୯ରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଅତିରିକ୍ତ ଡିଜି । ଅଧିକ ପଢନ୍ତୁ

ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଅତିତିକ୍ତ ଡିଜି

ପୁରୀ: ରାଷ୍ଟ୍ରପତି ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଅତିରିକ୍ତ ଡିଜି । ସୁରକ୍ଷାରେ ରହିବେ 40 ପ୍ଲାଟୁନ ପୋଲି ଫୋର୍ସ । ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ କିଛି ସମୟ ବିଶ୍ରାମ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ୨୦ତାରିଖ ସକାଳ ୧୦.୩୫ ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ ୧୧ ଟାରେ ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ।

ଏଥିପାଇଁ ଆଜି(ମଙ୍ଗଳବାର) ଅତିରିକ୍ତ ଡିଜି ଆର.କେ ଶର୍ମା ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ ପୋଲିସ ଫୋର୍ସ, 12 ଜଣ ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପିଙ୍କ ସମେତ, ୨୦୦ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହେବେ । ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ୧୯ ତାରିଖ ଅପରାହ୍ନ ୨.୪୫ ରେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ହେଲିପ୍ୟାଡ଼ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ସନ୍ଧ୍ୟା ୫ ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫.୪୫ ରେ ଫେରିଯିବେ ।

ଏନେଇ ଆଜି ଅତିରିକ୍ତ ଡିଜି ଆର.କେ ଶର୍ମା ପ୍ରଥମେ ତାଳବଣିଆ ହେଲିପ୍ୟାଡ, ପରେ ଘରୋଇ ହୋଟେଲ, ରାଜଭବନ ଏବଂ ପରେ ଶରଧାବାଲି ଓ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ରାଷ୍ଟ୍ରପତି 19 ତାରିଖରେ ପୁରୀରେ ରାତ୍ରୀ ଯାପନ ପରେ ୨୦ ତାରିଖ ସକାଳ ୧୦.୩୫ ରେ ଶ୍ରୀଚୈତନ୍ୟ ଗୌଡିୟ ମଠ ପରିଦର୍ଶନ କରିବେ । ସେଠାରେ ମଠ ପକ୍ଷରୁ ଶଙ୍ଖଧ୍ଵନି, ସଙ୍କୀର୍ତ୍ତନ ମଧ୍ୟରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରାଯିବା ସହ କୋଭିଡ କଟକଣା ମଧ୍ୟରେ ସମସ୍ଥ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଏହି ଅବସରରେ ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ମଠ ଶାଖାର କର୍ମକର୍ତ୍ତା, ସାଧୁସନ୍ଥ ଶରଧା ବାଲିରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ ଯୋଗଦାନ କରିବାକୁ ଥିବାବେଳେ ରାଷ୍ଟ୍ରପତି ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଆବିର୍ଭାବ ବର୍ଷପୂର୍ତ୍ତି ଅବସରରେ ଯୋଗଦେବେ । ସେହିପରି 19 ତାରିଖ ଶନିବାର ଅପରାହ୍ନ 4 ଟା ରୁ ରାଷ୍ଟ୍ରପତିଙ୍କ ଦର୍ଶନ ସାରି ପ୍ରତ୍ୟାବର୍ତ୍ତନ ସମୟ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.