ପୁରୀ: ଶ୍ରୀମନ୍ଦିର ଭିତରେ ଜଣେ ଜେଟିପିଙ୍କ କାଠଫାଳିଆ ଆକ୍ରମଣରେ ଆଉ ଜଣେ ଜେଟିପି ଗୁରୁତର ଘଟଣାରେ ତଦନ୍ତ ରିପୋର୍ଟ ଆସିଛି ।ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ସ୍ୱପ୍ନରଞ୍ଜନ ମହାପାତ୍ର ଘଟଣାର ତଦନ୍ତ କରିଥିଲେ । ପରେ ତଦନ୍ତ ଆଧାରରେ ଉଭୟ ଜେଟିପି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। । ତେବେ ଦୁଇ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଜଣାପଡିଛି ।
ଏହି ହିଂସାକାଣ୍ଡ ସହ ଜଡିତ ଦୁଇ ଜେଟିପି, ଶ୍ରୀମନ୍ଦିର କମାଣ୍ଡରଙ୍କ ସହ ଘଟଣାସ୍ଥଳରେ ଉପସ୍ଥିତ ସେବାୟତ ଓ ଅନ୍ୟ ସୁରକ୍ଷା କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି । ଭିତରକାଠ ନିକଟରେ ଦାୟିତ୍ବରେ ଥିବା ସମୟରେ ଏହି ଘଟଣା ଘଟିଥିଲା। ସାମାନ୍ୟ ବଚସାରୁ ଖଣ୍ଡଯୁଦ୍ଧ ହୋଇ କାଠଫାଳିଆରେ ଉଭୟଙ୍କ ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଭିତରକାଠ ନିକଟରେ ରକ୍ତର ଛିଟା ପଡିଥିବାରୁ ମହାପ୍ରଭୁଙ୍କର ନୀତିକାନ୍ତିରେ ମଧ୍ୟ ବାଧା ସୃଷ୍ଟିହେବା ସହ ବଡ ମହାସ୍ନାନ ହୋଇଥିଲା। ଏହି ଘଟଣାରେ ଉଭୟ ଜେଟିପିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ