ETV Bharat / city

ପ୍ରଧାନମନ୍ତ୍ରୀଙ୍କ ମାଗଣା ରାବିଡି ବଣ୍ଟନ ବୟାନକୁ ଆପ୍‌ର ବିରୋଧ - ପୁରୀରେ ଆମ୍ ଆଦ୍‌ମୀ ପାର୍ଟିର ବିରୋଧ

ପ୍ରଧାନମନ୍ତ୍ରୀଙ୍କ ମାଗଣା ରାବିଡି ବଣ୍ଟନ ବୟାନକୁ ବିରୋଧ କରି ପ୍ରତିବାଦ କରିଛି ଆମ୍ ଆଦ୍‌ମୀ ପାର୍ଟି । 3 ଦିନ ଧରି ଏନେଇ ବିରୋଧ ପ୍ରଦର୍ଶନ ହେବ ବୋଲି ଆମ୍ ଆଦ୍‌ମୀ ପାର୍ଟି ଚେତାବନୀ ଦେଇଛି । ଅଧିକ ପଢ଼ନ୍ତୁ

ପୁରୀରେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ମାଗଣା ରାବିଡି ବଣ୍ଟନ ବୟାନକୁ ବିରୋଧ

author img

By

Published : Jul 20, 2022, 10:33 AM IST

ପୁରୀ: ପୁରୀରେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ମାଗଣା ରାବିଡି ବଣ୍ଟନ ବୟାନକୁ ବିରୋଧ କରି ପ୍ରତିବାଦ କରାଯାଇଛି । ପୁରୀରେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ମାଗଣା ରାବିଡି ବଣ୍ଟନ ବୟାନକୁ ବିରୋଧ କରି ପୁରୀ ମାର୍କେଟ ଛକରେ ଭିନ୍ନ ଢଙ୍ଗରେ ପ୍ରତିବାଦ କରାଯାଇଛି ।

ପୁରୀରେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ମାଗଣା ରାବିଡି ବଣ୍ଟନ ବୟାନକୁ ବିରୋଧ

ଛୋଟ ଛୋଟ ପିଲା ଏବଂ ସ୍କୁଲ ପିଲାଙ୍କୁ ଖାତା ଆଉ ପେନ୍ ବାଣ୍ଟି ଏହା ଆମ୍ ଆଦ୍‌ମୀ ପାର୍ଟିର ରାବିଡି ବୋଲି ସ୍ଳୋଗାନ ଦେଇଛି । ଆଗକୁ ପ୍ରାୟ ଲଗାତାର ୩ଦିନ ଏହି ବିରୋଧ ପ୍ରଦର୍ଶନ ପୁରୀର ବିଭିନ୍ନ ସ୍ଥାନରେ କରାଯିବ ବୋଲି ଘୋଷଣା କରାଯାଇଛି । ସୂଚନାନୁସାରେ ଗତ ଜୁଲାଇ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ଆପ ସରକାରର ଜନହିତକାରୀ କାର୍ଯ୍ୟକୁ ତାଚ୍ଛଲ୍ୟ କରି ମାଗଣା ରାବିଡି କହିଥିଲେ ।

ଆପ ଅଭିଯୋଗ କରିଛି ଯେ, ପ୍ରଧାନମନ୍ତ୍ରୀ ଭୁଲିଯାଇଛନ୍ତି ଯେ ଗତବର୍ଷ ନିଜେ ୧୧ ଲକ୍ଷ କୋଟି ଟଙ୍କା ନିଜର ପୁଞ୍ଜିପତି ବନ୍ଧୁମାନଙ୍କୁ ଛାଡ କରିଛନ୍ତି ଏବଂ ଆଦାନୀ ଗ୍ରୁପ୍‌ ୧୨ ହଜାର କୋଟି ଟଙ୍କାର ଋଣ ବ୍ୟାଙ୍କରୁ କରେଇଛନ୍ତି । ଆମ୍ ଆଦ୍‌ମୀ ପାର୍ଟି ଦିଲ୍ଲୀରେ ଗରିବ ମଧ୍ୟବିତ୍ତ ଏବଂ ଧନୀ ଶ୍ରେଣୀର ପ୍ରାୟ ୧୮ ଲକ୍ଷ ପିଲାଙ୍କୁ ମାଗଣା ଏବଂ ଉନ୍ନତ ମାନର ଶିକ୍ଷା, ଦିଲ୍ଲୀର ପ୍ରାୟ ୨କୋଟି ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ମାଗଣା ଏବଂ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଦେଉଛନ୍ତି । ଦିଲ୍ଲୀରେ ଆପରେ ପାଣି, ବିଜୁଳି ଏବଂ ରୋଜଗାର ପାଇଁ କାମ କରୁଛି । ଯେଉଁଥିରେ ଗରିବ, ମଧ୍ୟବିତ୍ତ ଏବଂ ଧନୀ ସମସ୍ତେ ଏହାଦ୍ବାରା ଉପକୃତ ହେଉଛନ୍ତି । ଯଦି ଏହାକୁ ରାବିଡି କୁହାଯାଉଛି ତେବେ ଆମେ ଖୁସି ବୋଲି କହିଛି ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ କୁହାଯାଇଛି ।

ଆପ ପକ୍ଷରୁ କୁହାଯାଇଛି ଦିଲ୍ଲୀ ଏବଂ ପଞ୍ଜାବ ରେ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି ଏବଂ ରୋଜଗାରର ରାବିଡି ଦଉଛି ଯାହାଦ୍ବାରା ଭାରତର ଉଜ୍ଜଳ ଭବିଷ୍ୟତ ନିର୍ମାଣ ହେଉଛି । ଏହି ନିଆରା ପ୍ରତିବାଦରେ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି, ସମ୍ପାଦକ ସତ୍ୟଜିତ ମହାନ୍ତିଙ୍କ ସମେତ ଦଳର ବହୁ କର୍ମୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.