ETV Bharat / city

ମହାପ୍ରଭୁଙ୍କ ପଦ୍ମବେଶ ପାଇଁ ପଦ୍ମଫୁଲ ଅର୍ପଣ କଲେ ରାଜଧାନୀର ଶିକ୍ଷକ

author img

By

Published : Feb 2, 2022, 7:44 PM IST

Updated : Feb 2, 2022, 8:37 PM IST

ଜଗନ୍ନାଥଙ୍କ ପଦ୍ମ ବେଶ ପାଇଁ ପଦ୍ମଫୁଲ ଅର୍ପଣ କଲେ ଭୁନେଶ୍ୱରର ଚିନ୍ତାମଣି ଦାସ । ୨୦୧୦ ମସିହାରୁ ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ସେ ଏହି ଫୁଲ ଅର୍ପଣ କରିଆସୁଛନ୍ତି। ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ପଦ୍ମବେଶ ପାଇଁ ପଦ୍ମଫୁଲ ଅର୍ପଣ କଲେ ଭକ୍ତ

ପୁରୀ: ଶ୍ରୀମନ୍ଦିରରେ ଆଜି (ବୁଧବାର) ବଡ଼ସିଂହାର ବେଶ ସମୟରେ ମହାପ୍ରଭୁଙ୍କ ଚିତାକର୍ଷକ ପଦ୍ମ ବେଶ ଅନୁଷ୍ଠିତ ହେବ। ଏନେଇ ବଡ ସରାଗରେ ଭୁନେଶ୍ୱରର ଚିନ୍ତାମଣି ଦାସ ମହାପ୍ରଭୁଙ୍କ ଠାରେ ପଦ୍ମ ଫୁଲ ଅର୍ପଣ କରିଛନ୍ତି। ଆଜକୁ ୧୨ ବର୍ଷ ହେବ ଅର୍ଥାତ ୨୦୧୦ ମସିହାରୁ ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ସେ ଏହି ଫୁଲ ଅର୍ପଣ କରିଆସୁଛନ୍ତି।

ପେସାରେ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ ଅବସର ପରେ ମହାପ୍ରଭୁଙ୍କ ସେବାରେ ସେ ନିଜକୁ ସମର୍ପିତ କରିଛନ୍ତି। ମହାପ୍ରଭୁଙ୍କ ପାଇଁ ପଦ୍ମ ଫୁଲ ଯୋଗାଇବା ନିମନ୍ତେ ସେ ବ୍ୟକ୍ତିଗତ ଭାବେ ୩ଟି ପୁଷ୍କରିଣୀ ଲିଜରେ ନେଇଛନ୍ତି। ସେହି ପୁଷ୍କରିଣୀରୁ ପଦ୍ମ ଫୁଲ ସଂଗ୍ରହ କରି ବୁଧବାର ସନ୍ଧ୍ୟାରେ ଆଣିଥିବା ବେଳେ ଶ୍ରୀମନ୍ଦିର ସେବାୟତ ଏହି ଫୁଲ ଗ୍ରହଣ କରି ଶ୍ରୀମନ୍ଦିର ଭିତରକୁ ନେଇଥିଲେ।

ଏହାବି ପଢନ୍ତୁ :ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ, କାଲି ସକାଳୁ ଦର୍ଶନ ପାଇବେ ଭକ୍ତ

ଏହି ଫୁଲ ମହାପ୍ରଭୁଙ୍କୁ ଲାଗି ହେବ। ଏହି ସେବା ପାଇଁ ସେ ନିଜକୁ ଧନ୍ୟ ମନେ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ଜୀବନ ଥିଲା ଯାଏଁ ଏଭଳି ଭାବେ ମହାପ୍ରଭୁଙ୍କ ପାଇଁ ପଦ୍ମ ଫୁଲ ଅର୍ପଣ କରିଚାଲିବେ ବୋଲି ଭାବବିହ୍ୱଳ ହୋଇ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 2, 2022, 8:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.