ETV Bharat / city

ଲେଖାଶ୍ରୀଙ୍କ ନାଁରେ ପୁରୀ ଟାଉନ ଥାନାରେ ମାମଲା ରୁଜୁ କଲା କଂଗ୍ରେସ - ଲେଖାଶ୍ରୀ

ଶ୍ରୀକ୍ଷେତ୍ରକୁ ନେଇ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଲେଖାଶ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କିଛିଦିନ ତଳେ ବିଜେପି ନେତ୍ରୀ ପୁରୀ ଶ୍ରୀମନ୍ଦିରକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଅଧିକ ପଢ଼ନ୍ତୁ...

ଲେଖାଶ୍ରୀଙ୍କ ନାମରେ କଂଗ୍ରେସ ପକ୍ଷରୁ ପୁରୀ ଟାଉନ ଥାନାରେ ମାମଲା ରୁଜୁ

author img

By

Published : Nov 17, 2020, 7:40 PM IST

ପୁରୀ: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାମରେ ପୁରୀ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀକ୍ଷେତ୍ରକୁ ନେଇ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। କିଛିଦିନ ତଳେ ବିଜେପି ନେତ୍ରୀ ପୁରୀ ଶ୍ରୀମନ୍ଦିରକୁ ନେଇ ଏକ ବୟାନ ଦେଇଥିଲେ। ଏହି ବୟାନ ପରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ବିରୋଧ କରାଯିବା ସହ ସେ କ୍ଷମା ପ୍ରାର୍ଥନା କରିବାକୁ ଦାବି ହୋଇଛି।

ଲେଖାଶ୍ରୀଙ୍କ ନାମରେ କଂଗ୍ରେସ ପକ୍ଷରୁ ପୁରୀ ଟାଉନ ଥାନାରେ ମାମଲା ରୁଜୁ

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲା ଯୁବ କଂଗ୍ରେସ ଦୃଢ଼ ବିରୋଧ କରିଛି। ଏଥିପାଇଁ ପୁରୀ ସହରରେ ବିଜେପି ନେତ୍ରୀଙ୍କ ବିରୋଧରେ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ଯୁବ କଂଗ୍ରେସ କର୍ମୀ। ଲେଖାଶ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଯୁବ କଂଗ୍ରେସ। ଏହାସହ ଲେଖାଶ୍ରୀ ପୁରୀ ଆସି ମହାପ୍ରଭୁଙ୍କୁ ଓ ପୁରୀବାସୀଙ୍କୁ ଲେଖାଶ୍ରୀ ଭୁଲ ମାଗନ୍ତୁ ବୋଲି ଯୁବ କଂଗ୍ରେସ ଦାବି କରିଛି।

କିଛିଦିନ ତଳେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, "ପୁରୀ ସହରର ପରିଚୟ ପୃଥିବୀରେ କେହି ଜାଣିନଥିଲେ। ପୁରୀ କହିଲେ କଲିକତା ସହର ମଧ୍ୟରେ ବୋଲି ଦେଶବାସୀ ଜାଣିଥିଲେ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ଡଃ ସମ୍ବିତ ପାତ୍ର ନିର୍ବାଚନ ଲଢ଼ିବା ପରେ ଦେଶବାସୀ ପୁରୀ ସହରକୁ ଚିହ୍ନିଲେ।" ଏଭଳି ମନ୍ତବ୍ୟ ପରେ ରାଜ୍ୟରେ ବିଭିନ୍ନ ସଂଗଠନ ପକ୍ଷରୁ ବିଜେପି ନେତ୍ରୀଙ୍କୁ ଦୃଢ଼ ବିରୋଧ କରାଯାଇଛି। ଲେଖାଶ୍ରୀ ନିଜ ମନ୍ତବ୍ୟକୁ ନେଇ ଓଡ଼ିଶାବାସୀଙ୍କ ନିକଟରେ ଭୁଲ ମାଗନ୍ତୁ ବୋଲି ରାଜନୈତିକ ସଂଗଠନମାନେ ଦାବି କରିଛନ୍ତି।

ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଏଆଇସିସି ସଭ୍ୟ ସୁଜିତ ମହାପାତ୍ର, ସ୍ବାଧୀନ କୁମାର ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମିଜିତ ମହାନ୍ତି, ସେକ୍ ଅଇନୁଲ ହକ, ଉମାକାନ୍ତ ବେହେରା, ବିଶ୍ବରଂଜନ ମହାପାତ୍ର, ଆଲୋକ କୁମାର ସାହୁ, ଅବିନାଶ ମିଶ୍ର, ଲଲାଟେନ୍ଦୁ ସିଂହ ଓ ବିଶ୍ବନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.