ETV Bharat / city

ବ୍ଲୁଫ୍ଲାଗ ବିଚରେ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

author img

By

Published : Oct 7, 2021, 12:32 PM IST

Updated : Oct 7, 2021, 12:40 PM IST

ଦୁଇ ଦିନିଆ ପୁରୀ ଗସ୍ତରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । ଆଜି ବ୍ଲୁଫ୍ଲାଗ ବେଳାଭୂମିରେ ୭୫ତମ ଆଜାଦୀ ଅମୃତ ମହୋତ୍ସବ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ । ଏହାସହ ବେଳାଭୂମିରେ ଝାଉଁ ରୋପଣ ମଧ୍ୟ କରିଥିଲେ। ଅଧିକ ପଢନ୍ତୁ....

ବ୍ଲୁଫ୍ଲାଗ ବେଳାଭୂମିରେ ୭୫ତମ ଆଜାଦୀ ଅମୃତ ମହୋତ୍ସବ ; ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ପୁରୀ : ଦୁଇ ଦିନିଆ ପୁରୀ ଗସ୍ତରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । ଆଜି ବ୍ଲୁଫ୍ଲାଗ ବେଳାଭୂମିରେ ୭୫ତମ ଆଜାଦୀ ଅମୃତ ମହୋତ୍ସବ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ । ଏହାସହ ବେଳାଭୂମିରେ ଝାଉଁ ରୋପଣ ମଧ୍ୟ କରିଥିଲେ। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ବାର୍ତ୍ତା ରହିଛି"ମୋ ବିଚର ସୁରକ୍ଷା ମୁଁ କରିବି" । ଦେଶର ଆଜି ଏକକାଳୀନ ଦଶଟି ବେଳାଭୂମିରେ ଏହି କାର୍ଯ୍ୟକ୍ରମ କରି ସଚେତନତାର ବାର୍ତ୍ତା ଦିଆଯାଇଛି।

ବ୍ଲୁଫ୍ଲାଗ ବିଚରେ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା କଂକ୍ରିଟ ଜଙ୍ଗଲକୁ ହଟାଯିବ । ଏହାସହ ସିଆରଜେଡ୍ ନିୟମକୁ କଡାକଡି ଅନୁପାଳନ କରିବା ପାଇଁ ରାଜ୍ଯ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ପୁରୀ ବେଳାଭୂମିରେ ଏହାକୁ କଡାକଡି ପାଳନ କରି ଜବରଦଖଲ ମୁକ୍ତ କରାଯିବ। ପୁରୀର ସମସ୍ତ ବିଚକୁ ଆବର୍ଜନା ମୁକ୍ତ କରି ବ୍ଲୁଫ୍ଲାଗ ଭଳି ବ୍ଯବସ୍ଥା କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପ୍ରକୃତିର ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ବେଳାଭୂମି। ଜଳଜୀବ ହେଉ ଅବା ବେଳାଭୂମି ସମସ୍ତଙ୍କର ସୁରକ୍ଷା ଆମର ଦାୟିତ୍ୱ ବୋଲି କହିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ବିନ ଚୌବେ । ତାଙ୍କ ସହ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 7, 2021, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.