ETV Bharat / city

ମଙ୍ଗୁ ମଠ ପରିଦର୍ଶନରେ ସ୍ବର୍ଣ୍ଣ ମନ୍ଦିରର 3 ଜଣିଆ ଟିମ୍‌ - Mangu Matha

ମଙ୍ଗୁ ମଠ ପରିଦର୍ଶନ କଲେ ପଞ୍ଜାବ ସ୍ବର୍ଣ୍ଣ ମନ୍ଦିରର 3ଜଣିଆ ପ୍ରତିନିଧି ଦଳ । ଉଚ୍ଛେଦ ପ୍ରକ୍ରିୟାରେ ସନ୍ତୋଷ ବ୍ୟକ୍ତ କରିବା ସହ ବିକାଶ ଦିଗରେ ସହଯୋଗ କରିବେ ବୋଲି କହିଛନ୍ତି ଏହି ଦଳ ।

Mangu Matha
ମଙ୍ଗୁ ମଠ ପରିଦର୍ଶନ କଲେ ସ୍ବର୍ଣ୍ଣ ମନ୍ଦିରର 3ଜଣିଆ ଟିମ୍‌
author img

By

Published : Dec 16, 2019, 9:05 PM IST

ପୁରୀ: ମଙ୍ଗୁ ମଠ ପରିଦର୍ଶନ କଲେ ପଞ୍ଜାବ ସ୍ବର୍ଣ୍ଣ ମନ୍ଦିରର ଏକ 3 ଜଣିଆ ପ୍ରତିନିଧି ଦଳ । ଶିଖ ଧର୍ମ ଗୁରୁ ନାନକଙ୍କ ସହିତ ଏହି ମଠର ସମ୍ପର୍କ ଥିବାରୁ ଉଚ୍ଛେଦ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲା ଟିମ । ସେପଟେ ଉଚ୍ଛେଦ ପ୍ରକ୍ରିୟାରେ ସନ୍ତୋଷ ବ୍ୟକ୍ତ କରିବା ସହ ବ୍ୟବସାୟିକ ପ୍ରତିଷ୍ଠାନର ଉଚ୍ଛେଦ କରାଯାଇଛି ବୋଲି କହିଥିଲେ ପ୍ରତିନିଧି ମଣ୍ଡଳ । ସରକାର ମଙ୍ଗୁ ମଠ ମନ୍ଦିର, ମହନ୍ତଙ୍କ ଗାଦି ସୁରକ୍ଷିତ ରଖି ଏହାର ବିକାଶ ଦିଗରେ ଯୋଜନା କରିଛନ୍ତି । ଆଉ ମଠ ବିକାଶ ଦିଗରେ ଶିଖ୍‌ ସମ୍ପ୍ରଦାୟ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରାଯିବ ।

ମଙ୍ଗୁ ମଠ ପରିଦର୍ଶନ କଲେ ସ୍ବର୍ଣ୍ଣ ମନ୍ଦିରର 3ଜଣିଆ ଟିମ୍‌

ସୂଚନାଯୋଗ୍ୟ, ମଙ୍ଗୁମଠ ଉଚ୍ଛେଦକୁ ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ, ଏହାକୁ ନେଇ ପଞ୍ଜାବରେ ତ୍ରୀବ ପ୍ରତିକ୍ରିୟା ପାଇଥିଲା । ଯାହାକୁ ନେଇ ପଞ୍ଜାବ ସ୍ବର୍ଣ୍ଣ ମନ୍ଦିରରୁ ଗୁରୁଦ୍ବାର ଶିଖ୍‌ ପ୍ରତିନିଧି ମଣ୍ଡଳୀ ପୁରୀ ଆସି ମଙ୍ଗୁ ମଠ ପରିଦର୍ଶନ କରିଥିବା ସହ ସୁରକ୍ଷା ଦାବି ରଖିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମଙ୍ଗୁ ମଠ ପରିଦର୍ଶନBody:ପଞ୍ଜାବ ର ସ୍ଵର୍ଣ ମନ୍ଦିର ଏକ 3 ଜଣିଆ ପ୍ରତିନିଧି ଦଳ ଆଜି ପୁରୀ ଆସି ମଙ୍ଗୁ ମଠ ପରିଦର୍ଶନ କରିଛନ୍ତି। ଶିଖ ଧର୍ମ ଗୁରୁ ନାନକ ଙ୍କ ସହିତ ଏହି ମଠ ସମ୍ପର୍କ ଥିବାରୁ କୀଭଳି ଉଛେଦ ପ୍ରକ୍ରିୟା ଚାଲିଛି ସେ ନେଇ ପ୍ରତିନିଧି ମଣ୍ଡଳୀ ଅନୁଧ୍ୟାନ କରିଛନ୍ତି। ତେବେ ଉଛେଦ ପ୍ରକ୍ରିୟା କୁ ନେଇ ଏହି ପ୍ରତିନିଧି ମଣ୍ଡଳୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମଙ୍ଗୁ ମଠ ର କେଵଳ ବ୍ୟବସାୟ ପ୍ରତିଷ୍ଠାନ ଉଛେଦ କରାଯାଇଛି। ତେବେ ସରକାର ମଙ୍ଗୁ ମଠର ମନ୍ଦିର , ମହନ୍ତ ଙ୍କ ଗାଦି ସୁରକ୍ଷିତ ରଖି ଏହାର ବିକାଶ ନେଇ ଯୋଜନା କରିଥିବା ରୁ ଏହି ଟିମ ସନ୍ତୋଷ ବ୍ୟକ୍ତ କରିଛି। ମଙ୍ଗୁ ମଠ ର ବିକାଶ ରେ ସମ୍ପୂର୍ଣ୍ଣ ସହଯୋଗ ଶିଖ ସମ୍ପ୍ରଦାୟ କରିବ ବୋଲି କୁହାଯାଇଛି। ଏ ନେଇ ପୁରୀ ଜିଲା ପ୍ରଶାସନ ସହିତ ଆଲୋଚନା ହେବ। ମଙ୍ଗୁମଠ ଉଛେଦ ନେଇ ସୋସିଆଲ ମିଡିଆ ରେ ପ୍ରସାର ହୋଇ ଥିଲା। ଏହା ଦ୍ୱାରା ପଂଜାବ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ଥିଲା। ପରେ ପଞ୍ଜାବ ସ୍ଵର୍ଣ ମନ୍ଦିର ରୁ ଗୁରୁଦ୍ୱାର ଶିଖ ପ୍ରତିନିଧି ମଣ୍ଡଳୀ ପୁରୀ ଆସି ମଙ୍ଗୁ ମଠ ପରିଦର୍ଶନ କରିଥିଲେ।ଏହାର ସୁରକ୍ଷା ନେଇ ଦାବି ରଖିଥିଲେ।

ବାଇଟ,, ମହେନ୍ଦ୍ର ସିଂ କଳସି,, ସଭାପତି,, ଓଡିଶା ଶିଖ ବୋର୍ଡ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.