ପୁରୀ: କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଆଣିବାକୁ ଗଲାବେଳେ ଘଟିଲା ଅଘଟଣ । ପୋଖରୀରେ ବୁଡି ପ୍ରାଣ ହରାଇଲେ ୨ ନାବାଳକ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଦୁଇ ନାବାଳକ ହେଲେ 7 ବର୍ଷର ଶକ୍ତି ସାହୁ ଓ 10 ବର୍ଷ ସାଇରାମ ବାରିକ । ନିମାପଡା ଥାନା ଆଳି ପିଙ୍ଗଳ ଗାଁରେ ଏହି ଅଘଟଣ ଘଟିଛି।
ସୂଚନା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଁରେ ଭଜନ କୀର୍ତ୍ତନ ସମାରୋହ ଚାଲିଥିଲା । ପିଲା ମାନେ ଖେଳକୁଦ କରୁଥିଲେ। ତେବେ ନିକଟରେ ଥିବା ପୋଖରୀରେ ଡଙ୍ଗା ଭାସୁଥିବା ଦେଖି ତାକୁ ଆଣିବା ପାଇଁ ଶକ୍ତି ଓ ସାଇରାମ ପାଣି ଭିତରେ ପଶି ଯାଇଥିଲେ। ପରେ ସେମାନେ ପୋଖରୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ନେଇଥିଲେ । ହେଲେ ଶକ୍ତି ଓ ସାଇରାମଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ