ETV Bharat / city

ପୁରୀରେ ଆଉ 17 ପଜିଟିଭ, 62 ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା

author img

By

Published : May 23, 2020, 12:52 PM IST

ପୁରୀରେ 17 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲବନ୍ତ ସିଂ । ସମସ୍ତ ଆକ୍ରାନ୍ତ ପ୍ରବାସୀ ବୋଲି କହିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

ପୁରୀରେ ଆଉ 17 ପଜିଟିଭ, 62 ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା
ପୁରୀରେ ଆଉ 17 ପଜିଟିଭ, 62 ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା

ପୁରୀ: ଜିଲ୍ଲାରେ ଆଉ 17 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସମସ୍ତ ପଜିଟିଭ ବ୍ୟକ୍ତି ପ୍ରବାସୀ ବୋଲି ଜଣାପଡିଛି । ରାଜ୍ୟ ବାହାରୁ ଆସି ଏମାନେ ସମସ୍ତେ କ୍ଵାରେଣ୍ଟାଇନରେ ରହିଥିଲେ। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ସ୍ବତନ୍ତ୍ର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଚିହ୍ନଟ ନୂଆ 17 ପଜେଟିଭ ମଧ୍ୟରୁ କାକଟପୁରର ସର୍ବାଧିକ 11 ଜଣ ହୋଇଥିବା ବେଳେ କଣାସ ବ୍ଲକର 4 ଜଣ ଓ ଅସ୍ତରଙ୍ଗର 2 ଜଣ ବୋଲି ପୁରୀ ଜିଲାପାଳ ବଲବନ୍ତ ସିଂ ସୂଚନା ଦେଇଛନ୍ତି। ତେବେ ପୁରୀ ଜିଲ୍ଲାରେ ବର୍ତ୍ତମାନ 58 ଜଣ ସକ୍ରିୟ ପଜିଟିଭ ଥିବା ବେଳେ 4 ଜଣ ସୁସ୍ଥ ହୋଇ ଫେରିଛନ୍ତି।

ଶନିବାର ଚିହ୍ନଟ ପଜିଟିଭକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖା 62 ରେ ପହଞ୍ଚିଛି । ତେବେ 17 ଜଣ ନୂଆ କରୋନା ପଜିଟିଭ ବ୍ୟକ୍ତିଙ୍କ କୌଣସି କୋରୋନା ସଂକ୍ରମଣ ଲକ୍ଷଣ ନଥିଲା । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ ମାନି ସତର୍କ ରହିବାକୁ ପୁରୀ ଜିଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.